Posted inଖେଳ

ପ୍ରମୋଦ, ସ୍ବୟମ୍ସ, ପଞ୍ଚାନନ, ଅରୁଣଙ୍କୁ ମିଳିଲା ଓସ୍‌ଜା ପୁରସ୍କାର:  ଖେଳାଳିଙ୍କ ପାଇଁ କ୍ରୀଡ଼ା ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୨ା୩(କ୍ରୀଡ଼ା ପ୍ରତିନିଧି)- ଖେଳାଳିଙ୍କ କ୍ୟାରିୟର ଆଗକୁ ବଢ଼ାଇବାରେ କ୍ରୀଡ଼ା ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କ୍ରୀଡ଼ାବିତ୍‌-କ୍ରୀଡ଼ା ଖବରଦାତାଙ୍କ ସମ୍ପର୍କ କାରଣରୁ ରାଜ୍ୟରେ କ୍ରୀଡ଼ାର ବିକାଶ ଘଟିଛି ବୋଲି
ରବିବାର କଟକସ୍ଥିତ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଓସ୍‌ଜା ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥିମାନେ ଏକମତ ହୋଇଛନ୍ତି। ଅନ୍ୟପକ୍ଷରେ ବାର୍ଷିକ ଓସ୍‌ଜା ପୁରସ୍କାର ଆମମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ମଧ୍ୟ ଖେଳାଳିମାନେ ସ୍ବୀକାର କରିଛନ୍ତି।
ରବିବାର ଏକ ଭାବପୂର୍ଣ୍ଣ ଉତ୍ସବରେ ଗତ ଦୁଇ ବର୍ଷର ଓସ୍‌ଜା ପୁରସ୍କାର ପ୍ରଦାନ କରାଯାଇଥିଲା। ଅର୍ଜୁନ ପୁରସ୍କାର ବିଜେତା ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ (୨୦୧୯) ଏବଂ ଓଡ଼ିଶାର ଦ୍ୱିତୀୟ ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ସ୍ବୟମ୍ସ ମିଶ୍ର (୨୦୨୦) ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇଥିବାବେଳେ ସଫଳ ଖେଳାଳିରୁ ପ୍ରତିଷ୍ଠିତ ପ୍ରଶିକ୍ଷକ ପାଲଟିଥିବା ଦୁଇ ଆଥ୍‌ଲେଟିକ୍ସ ବ୍ୟକ୍ତିତ୍ୱ ପଞ୍ଚାନନ ଗନ୍ତାୟତ (୨୦୧୯) ଓ ଅରୁଣ ଦାସ (୨୦୨୦)ଙ୍କୁ ‘ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌’ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ଉପରୋକ୍ତ ୪ ଜଣଙ୍କୁ ମାନପତ୍ର ସହ ୨୫,୦୦୦ ଟଙ୍କା ଲେଖାଏ ଅର୍ଥରାଶି, ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ପଞ୍ଚାନନଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ପର୍କୀୟ ଭାଇ ଏହାକୁ ଗ୍ରହଣ କରିଥିଲେ। ଓସ୍‌ଜା ପକ୍ଷରୁ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉଭୟଙ୍କ ଅନୁପସ୍ଥିତିରେ ତାଙ୍କ ପରିବାର ଲୋକ ଏହାକୁ ଗ୍ରହଣ କରିଥିଲେ। ଏହି ଅବସରରେ ଅର୍ଜୁନ ପୁରସ୍କାର ବିଜେତା ତଥା ପ୍ରମୋଦ ଭଗତଙ୍କ ଡବଲ୍ସ ସାଥି ମନୋଜ ସରକାରଙ୍କୁ ଓସ୍‌ଜା ସମ୍ବର୍ଦ୍ଧିତ କରିଥିଲା। ଓସ୍‌ଜା ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା, ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ, ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲର୍‌ ରାଜେନ୍ଦ୍ର ପ୍ରସାଦ ସିଂ, ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ ରବି, ଆୟୋଜନ କମିଟି ସମ୍ପାଦକ ସୁଶାନ୍ତ ମହାନ୍ତି ଅତିଥି ଥିଲେ।
”ମୁଁ ଚେସ୍‌ରେ ଏତେବାଟ ଆସିଛି କେବଳ କ୍ରୀଡ଼ା ଖବରଦାତାଙ୍କ କାରଣରୁ । ୭ ବର୍ଷରୁ କମ୍‌ ବର୍ଗର ଏକ ଚେସ୍‌ ଶିବିର ସମ୍ପର୍କିତ ଖବର ପଢ଼ି ମୋ ମାମୁ ଭାଗନେବାକୁ କହିବା ପରେ ଏହି ଖେଳରେ ମୋ ପ୍ରବେଶ ହୋଇଥିଲା“ ବୋଲି ନିଜ ପିଲାଦିନ ସ୍ମୃତିଚାରଣ କରି କହିଥିଲେ ଗ୍ରାଣ୍ଡମାଷ୍ଟର୍‌ ସ୍ବୟମ୍ସ। ଅନ୍ୟପକ୍ଷରେ ଅଲିମ୍ପିକ୍‌ ବର୍ଷରେ ଏହି ପୁରସ୍କାର ମୋତେ ଉତ୍ସାହିତ କରିଛି ବୋଲି କହିଥିଲେ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ। ମୁଖ୍ୟ ଅତିଥି ଆଶୀର୍ବାଦ ବେହେରା ଓସ୍‌ଜାର ଏକତାରେ ଅଭିଭୂତ ହୋଇ ଅଧିକ ସଂଘବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସଂଘକୁ ଏକ ସ୍ଥାୟୀ ଗୃହ କଳିଙ୍ଗ ଷ୍ଟାଡିୟମରେ ପ୍ରଦାନ ଲାଗି ସେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ। କ୍ରୀଡ଼ା ଖବରଦାତାଙ୍କ କାରଣରୁ ଜଣେ ଖେଳାଳିଙ୍କୁ ସମସ୍ତେ କୋଣ ଅନୁକୋଣରେ ଚିହ୍ନିପାରିଥାନ୍ତି ବୋଲି ରାଜେନ୍ଦ୍ର କହିଥିଲେ। ଖେଳାଳି ଜୀବନରେ ପ୍ରତିଟି ପାଦରେ ଓ କୃତିତ୍ୱରେ ଖେଳ ଖବରଦାତାଙ୍କ ଯୋଗଦାନକୁ ଅନ୍ୟତମ ଅତିଥି ଅନୁରାଧା ମଧ୍ୟ ସ୍ବୀକାର କରିଥିଲେ। ପ୍ରକାଶଯୋଗ୍ୟ ଯେ, ସ୍ପୋଟର୍‌ସ ଜର୍ନାଲିଷ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆର ଏକମାତ୍ର ଅନୁବନ୍ଧିତ ଓଡ଼ିଶା ସଂଘ ‘ଓସ୍‌ଜା’ ପକ୍ଷରୁ ୨୦୧୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‌, ହକି ତାରକା ଅମିତ ରୋହିଦାସ ପ୍ରଥମ ଦୁଇ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଓ ଫୁଟ୍‌ବଲ ବ୍ୟକ୍ତିତ୍ୱ ଦେବ ସିଂ, ଦ୍ରୋଣାଚାର୍ଯ୍ୟ ବିଜେତା ବକ୍ସିଂ ପ୍ରଶିକ୍ଷକ ବ୍ରଜ ଭୂଷଣ ମହାନ୍ତି ‘ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌’ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri