Posted inଖେଳ

ପ୍ରମୋଦ, ସ୍ବୟମ୍ସ, ପଞ୍ଚାନନ, ଅରୁଣଙ୍କୁ ମିଳିଲା ଓସ୍‌ଜା ପୁରସ୍କାର:  ଖେଳାଳିଙ୍କ ପାଇଁ କ୍ରୀଡ଼ା ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୨ା୩(କ୍ରୀଡ଼ା ପ୍ରତିନିଧି)- ଖେଳାଳିଙ୍କ କ୍ୟାରିୟର ଆଗକୁ ବଢ଼ାଇବାରେ କ୍ରୀଡ଼ା ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କ୍ରୀଡ଼ାବିତ୍‌-କ୍ରୀଡ଼ା ଖବରଦାତାଙ୍କ ସମ୍ପର୍କ କାରଣରୁ ରାଜ୍ୟରେ କ୍ରୀଡ଼ାର ବିକାଶ ଘଟିଛି ବୋଲି
ରବିବାର କଟକସ୍ଥିତ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଓସ୍‌ଜା ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥିମାନେ ଏକମତ ହୋଇଛନ୍ତି। ଅନ୍ୟପକ୍ଷରେ ବାର୍ଷିକ ଓସ୍‌ଜା ପୁରସ୍କାର ଆମମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ମଧ୍ୟ ଖେଳାଳିମାନେ ସ୍ବୀକାର କରିଛନ୍ତି।
ରବିବାର ଏକ ଭାବପୂର୍ଣ୍ଣ ଉତ୍ସବରେ ଗତ ଦୁଇ ବର୍ଷର ଓସ୍‌ଜା ପୁରସ୍କାର ପ୍ରଦାନ କରାଯାଇଥିଲା। ଅର୍ଜୁନ ପୁରସ୍କାର ବିଜେତା ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ (୨୦୧୯) ଏବଂ ଓଡ଼ିଶାର ଦ୍ୱିତୀୟ ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ସ୍ବୟମ୍ସ ମିଶ୍ର (୨୦୨୦) ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇଥିବାବେଳେ ସଫଳ ଖେଳାଳିରୁ ପ୍ରତିଷ୍ଠିତ ପ୍ରଶିକ୍ଷକ ପାଲଟିଥିବା ଦୁଇ ଆଥ୍‌ଲେଟିକ୍ସ ବ୍ୟକ୍ତିତ୍ୱ ପଞ୍ଚାନନ ଗନ୍ତାୟତ (୨୦୧୯) ଓ ଅରୁଣ ଦାସ (୨୦୨୦)ଙ୍କୁ ‘ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌’ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ଉପରୋକ୍ତ ୪ ଜଣଙ୍କୁ ମାନପତ୍ର ସହ ୨୫,୦୦୦ ଟଙ୍କା ଲେଖାଏ ଅର୍ଥରାଶି, ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ପଞ୍ଚାନନଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ପର୍କୀୟ ଭାଇ ଏହାକୁ ଗ୍ରହଣ କରିଥିଲେ। ଓସ୍‌ଜା ପକ୍ଷରୁ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉଭୟଙ୍କ ଅନୁପସ୍ଥିତିରେ ତାଙ୍କ ପରିବାର ଲୋକ ଏହାକୁ ଗ୍ରହଣ କରିଥିଲେ। ଏହି ଅବସରରେ ଅର୍ଜୁନ ପୁରସ୍କାର ବିଜେତା ତଥା ପ୍ରମୋଦ ଭଗତଙ୍କ ଡବଲ୍ସ ସାଥି ମନୋଜ ସରକାରଙ୍କୁ ଓସ୍‌ଜା ସମ୍ବର୍ଦ୍ଧିତ କରିଥିଲା। ଓସ୍‌ଜା ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା, ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ, ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲର୍‌ ରାଜେନ୍ଦ୍ର ପ୍ରସାଦ ସିଂ, ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ ରବି, ଆୟୋଜନ କମିଟି ସମ୍ପାଦକ ସୁଶାନ୍ତ ମହାନ୍ତି ଅତିଥି ଥିଲେ।
”ମୁଁ ଚେସ୍‌ରେ ଏତେବାଟ ଆସିଛି କେବଳ କ୍ରୀଡ଼ା ଖବରଦାତାଙ୍କ କାରଣରୁ । ୭ ବର୍ଷରୁ କମ୍‌ ବର୍ଗର ଏକ ଚେସ୍‌ ଶିବିର ସମ୍ପର୍କିତ ଖବର ପଢ଼ି ମୋ ମାମୁ ଭାଗନେବାକୁ କହିବା ପରେ ଏହି ଖେଳରେ ମୋ ପ୍ରବେଶ ହୋଇଥିଲା“ ବୋଲି ନିଜ ପିଲାଦିନ ସ୍ମୃତିଚାରଣ କରି କହିଥିଲେ ଗ୍ରାଣ୍ଡମାଷ୍ଟର୍‌ ସ୍ବୟମ୍ସ। ଅନ୍ୟପକ୍ଷରେ ଅଲିମ୍ପିକ୍‌ ବର୍ଷରେ ଏହି ପୁରସ୍କାର ମୋତେ ଉତ୍ସାହିତ କରିଛି ବୋଲି କହିଥିଲେ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ। ମୁଖ୍ୟ ଅତିଥି ଆଶୀର୍ବାଦ ବେହେରା ଓସ୍‌ଜାର ଏକତାରେ ଅଭିଭୂତ ହୋଇ ଅଧିକ ସଂଘବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସଂଘକୁ ଏକ ସ୍ଥାୟୀ ଗୃହ କଳିଙ୍ଗ ଷ୍ଟାଡିୟମରେ ପ୍ରଦାନ ଲାଗି ସେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ। କ୍ରୀଡ଼ା ଖବରଦାତାଙ୍କ କାରଣରୁ ଜଣେ ଖେଳାଳିଙ୍କୁ ସମସ୍ତେ କୋଣ ଅନୁକୋଣରେ ଚିହ୍ନିପାରିଥାନ୍ତି ବୋଲି ରାଜେନ୍ଦ୍ର କହିଥିଲେ। ଖେଳାଳି ଜୀବନରେ ପ୍ରତିଟି ପାଦରେ ଓ କୃତିତ୍ୱରେ ଖେଳ ଖବରଦାତାଙ୍କ ଯୋଗଦାନକୁ ଅନ୍ୟତମ ଅତିଥି ଅନୁରାଧା ମଧ୍ୟ ସ୍ବୀକାର କରିଥିଲେ। ପ୍ରକାଶଯୋଗ୍ୟ ଯେ, ସ୍ପୋଟର୍‌ସ ଜର୍ନାଲିଷ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆର ଏକମାତ୍ର ଅନୁବନ୍ଧିତ ଓଡ଼ିଶା ସଂଘ ‘ଓସ୍‌ଜା’ ପକ୍ଷରୁ ୨୦୧୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‌, ହକି ତାରକା ଅମିତ ରୋହିଦାସ ପ୍ରଥମ ଦୁଇ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଓ ଫୁଟ୍‌ବଲ ବ୍ୟକ୍ତିତ୍ୱ ଦେବ ସିଂ, ଦ୍ରୋଣାଚାର୍ଯ୍ୟ ବିଜେତା ବକ୍ସିଂ ପ୍ରଶିକ୍ଷକ ବ୍ରଜ ଭୂଷଣ ମହାନ୍ତି ‘ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌’ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri