ପ୍ରମୋଦ ଭଗତ ପାଇବେ ଭାରତ ଗୌରବ ସମ୍ମାନ

କଟକ ଅଫିସ,୨୫ା୮: ଚଳିତ ଗଣେଶ ପୂଜା ଅବସରରେ ଜୟ ଭାରତ ଫାଉଣ୍ଡେଶନର ୨୩ତମ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏ ନେଇ ବୁଧବାର ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ) ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜୟ ଭାରତ ଫାଉଣ୍ଡେଶନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି। ପାରା ଅଲିମ୍ପିକରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କୁ ଭାରତ ଗୌରବ ସମ୍ମାନ ପ୍ରଦାନ କରାଯିବ। ସେହିପରି ସାହିତ୍ୟ କ୍ଷେତ୍ରରେ କଥାକାର ପ୍ରଫେସର ଦାସରଥି ଦାସଙ୍କୁ କଥା ଭାରତ ସମ୍ମାନ, ପ୍ରଶାସନିକ ସେବା କ୍ଷେତ୍ରରେ ଆଇଆରଏସ୍‌ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସେବା ଭାରତ ସମ୍ମାନ, ମହିଳା କ୍ରିକେଟ କ୍ଷେତ୍ରରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ଝିଅ ମଧୁସ୍ମିତା ବେହେରାଙ୍କୁ କ୍ରୀଡ଼ା ଭାରତ ସମ୍ମାନ, ଓଡ଼ିଶା ସିନେଜଗତକୁ ଅତୁଳନୀୟ ଅବଦାନ ନିମନ୍ତେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ସଂସ୍କୃତି ଭାରତ ସମ୍ମାନ ପ୍ରଦାନ କରାଯିବ।

ସେହିପରି ଚଳିତବର୍ଷ ଯୁକ୍ତ୨ ବାଣିଜ୍ୟ, କଳା, ବିଜ୍ଞାନରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ଜଣ ଛାତ୍ରୀଛାତ୍ର ଶୁଭଶ୍ରୀ ପଟ୍ଟନାୟକ, ପ୍ରିୟଙ୍କା ସାହୁ ଓ ଜିତେନ୍‌ ମହାଳିକଙ୍କୁ ବିଦ୍ୟା ଭାରତ ସମ୍ମାନ ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ପଣ୍ଡା କହିଛନ୍ତି। ବିଗତ ୨୩ ବର୍ଷ ଧରି ଫାଉଣ୍ଡେଶନ ପକ୍ଷରୁ ପୂଜ୍ୟପୂଜାର ପରମ୍ପରା ପାଳନ କରାଯାଉଛି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ଉକ୍ତ ସମାରୋହରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ପ୍ରୀତିରଞ୍ଜନ ଘଡେଇଙ୍କ ସମେତ ବିଧାୟକ ଦେବୀପ୍ରସାଦ ମିଶ୍ର ଓ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ସମ୍ମିଳନୀରେ କମ୍ପାନୀର ଏମ୍‌ଡି ସୁଶାନ୍ତ କୁମାର ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନିର୍ଦ୍ଦେଶିକା ନମିତା ପଣ୍ଡା, ଶରଣାବିନ୍ଦ ଓଝା, ଜେନେରାଲ ମ୍ୟାନେଜର ଅଶ୍ୱିନୀ କୁମାର ଦାସ, ଅରୁଣ କୁମାର ନାୟକ, ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା: ମୁଖ୍ୟମନ୍ତ୍ରୀଙ୍କ ସହ ଲିଷ୍ଟରେ ଅଛନ୍ତି…

ଭୁବନେଶ୍ୱର,୧୦।୪: ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା। ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ତୈଳ ଦର ପୁଣି ବଢ଼ିଲା, ବଜାରରେ ଅନିଶ୍ଚିତତା

ନ୍ୟୁୟର୍କ/ମୁମ୍ବାଇ,୧୦।୪(ଏ.ପି./ପି.ଟି.): ଲେବାନନ୍‌ରେ ଇସ୍ରାଏଲ୍‌ର ଧ୍ୱଂସଲୀଳା ଦେଖି ଇରାନ୍‌ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ୍‌ର ଜଏଣ୍ଟ ଷ୍ଟ୍ରାଇକ୍‌ ପରେ ଯେଉଁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଅଶୋଧିତ…

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri