ଜେକେ ଟାୟାରର ନୂତନ ଟ୍ରକ୍‌ ହୁଇଲ୍‌ ସେଣ୍ଟର

ଚୌଦ୍ୱାର,୨୫ା୮(ଡି.ଏନ୍‌.ଏ): ଦେଶର ପ୍ରମୁଖ ଟାୟାର ଉତ୍ପାଦକ ଜେକେ ଟାୟାର ଓ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ପକ୍ଷରୁ ସ୍ଥାନୀୟ କଜଳକଣା ଗଡ଼ା ନିକଟରେ ଜେକେ ଟାୟାରର ନୂତନ ଟ୍ରକ୍‌ ହୁଇଲ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ପୂର୍ବ ଭାରତରେ କମ୍ପାନୀର ଟ୍ରକ୍‌ ହୁଇଲ ନେଟ୍‌ୱର୍କ ସଂଖ୍ୟା ୧୨ରେ ପହଞ୍ଚତ୍ଛି। ସେହିଭଳି ଅମ୍ବିକା ଅଟୋ ଷ୍ଟୋର ଆନୁକୂଲ୍ୟରେ ଖୋଲିଥିବା ଏହି ୱାନ୍‌ ଷ୍ଟପ୍‌ ସଲ୍ୟୁସନ ‘ଟ୍ରକ୍‌ ହୁଇଲ ସେଣ୍ଟର’କୁ ଜେକେ ଟାୟାର ଓ ଇଷ୍ଟ୍ରିଜ ଲିମିଟେଡ୍‌ର ଜେନେରାଲ ମ୍ୟାନେଜର ସଞ୍ଜୀବ ଶର୍ମା ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମ୍ବିକା ଅଟୋ ଷ୍ଟୋରର ମାଲିକ ମନମୋହନ ପୋଦର, ଆନନ୍ଦ ପୋଦର, କମ୍ପାନୀର ଜୋନାଲ ମ୍ୟାନେଜର (ଇଷ୍ଟ) ସୁବନ୍ଧୁ ଚକ୍ରବର୍ତ୍ତୀଙ୍କ ସମେତ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ ଅମ୍ବିକା ଅଟୋ ଷ୍ଟୋରର କର୍ମଚାରୀମାନେ ଉପସ୍ଥିତ ଥିଲେ।

୮୦୦୦ବର୍ଗଫୁଟର ଏହି ଫାସିଲିଟି ସେଣ୍ଟର ୫୫ନମ୍ବର ଜାତୀୟ ରାଜପଥ, କଟକଠାରେ ଅବସ୍ଥିତ। ଏହି ଅତ୍ୟାଧୁନିକ ସେଣ୍ଟରରେ ଉଚ୍ଚ ପ୍ରଶିକ୍ଷିତ ଟେକ୍ନିକାଲ ପରାମର୍ଶଦାତାଙ୍କର ଏକ ଦଳ, ହୁଇଲ ସର୍ଭିସିଂ ଉପକରଣ ସହ ସୁସଜ୍ଜିତ ହୋଇଛି। ଏ ସମ୍ପର୍କରେ ଜେକେ ଟାୟାର ଓ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ସେଲ୍‌ସ ଏବଂ ମାର୍କେଟିଂ ଡାଇରେକ୍ଟର ଶ୍ରୀନିବାସ ଆଲ୍ଲାପନ କହିଛନ୍ତି, ଏହି ନୂତନ ‘ୱାନ୍‌ ଷ୍ଟପ୍‌ ସଲ୍ୟୁସନ’ ସେବା କେନ୍ଦ୍ର ଜେକେ ଟାୟାରର ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ ଉପରେ କାର୍ଯ୍ୟ କରିବ ବୋଲି କମ୍ପାନୀ ଗୁରୁତ୍ୱାରୋପ କରିଛି। ଓଡ଼ିଶାରେ ଏହା ପ୍ରଥମ ଏବଂ ଦେଶରେ ୭୩ତମ ସେଣ୍ଟର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?