ନିର୍ମାଣର ୧୦ ବର୍ଷରେ ଭୁଶୁଡ଼ିଲା ପ୍ରାହେଟପଙ୍କା ବିଦ୍ୟାଳୟ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୩ା୭ (ଅରୁଣ ସାହୁ /ମନୋରଞ୍ଜନ ରଣା )ରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସରାମୂଳି ପଞ୍ଚାୟତ ପକାଲମାହା କ୍ଲଷ୍ଟର ପ୍ରାହେଟପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଠା ନିର୍ମାଣର ମାତ୍ର ୧୦ ବର୍ଷରେ ମଙ୍ଗଳବାର ଭୁଶୁଡ଼ି ପଡିଛି। ଲଘୁଚାପଜନିତ ଲଗାଣ ବର୍ଷାରେ ଏଭଳି ଘଟଣା ଘଟିଥିଲେ ସୁଦ୍ଧା କୌଣସି ଛାତ୍ରୀଛାତ୍ରଙ୍କ କ୍ଷତି ହୋଇନି। କିନ୍ତୁ ଭୁଶୁଡିଥିବା କାନ୍ଥକୁ ଲାଗି ରହିଛି ବିପଦପୂର୍ଣ୍ଣ କୋଠା। ଯେଉଁଠି ଛାତରୁ ପାଣି ଗଳୁଛି ସେଠି ପ୍ରଥମରୁ ଅଷ୍ଟମ ୫୫ ଛାତ୍ରୀଛାତ୍ର ପଢୁଛନ୍ତି। ଛାତ ଭୁଶୁଡିବା ଦିନରୁ ଭୟଭୀତ ହୋଇ ପ୍ରାୟ ଅଧା ଛାତ୍ରୀଛାତ୍ର ଆଉ ବିଦ୍ୟାଳୟ ପିଣ୍ଡା ମାଡୁ ନଥିବା ସହକାରୀ ଶିକ୍ଷକ ତ୍ରିନାଥ ସିଂ କହିଛନ୍ତି। ବିଦ୍ୟାଳୟ ଶ୍ରେଣୀକୋଠା ଭୁଶୁଡ଼ିବାର ୫ ଦିନ ବିତିଯାଇଥିଲେ ସୁଦ୍ଧା ଶିକ୍ଷା ବିଭାଗର ସିଆର୍‌ସିସି, ବିଇଓ ରସାନନ୍ଦ କର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ନଥିବା ବେଳେ କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିଥାଆନ୍ତେ ବୋଲି ଅଭିଭାବକମାନେ କହିଛନ୍ତି। ସରକାର ନୂତନ ଶ୍ରେଣୀକୋଠା ପାଇଁ ଦେଇଥିବା ଅନୁଦାନକୁ ନିମ୍ନ ମାନର କାର୍ଯ୍ୟ କରି ଅର୍ଥ ତୋସରପାତ କରାଯାଇଥିବା ଅଭିଯୋଗ ହୋଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏବେ ମଧ୍ୟ ଯେଉଁ ଶ୍ରେଣୀକୋଠା ଅଛି, ତାହା କେତେ ବିପଦମୁକ୍ତ ତାହା ଯାଞ୍ଚ ହେବା ଦରକାର ବୋଲି ଗ୍ରାମବାସୀ କହିଛନ୍ତି।ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟ ୨୦୦୮ରେ ସ୍ଥାପନ କରାଯାଇଥିଲା। ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଛାତ୍ରୀଛାତ୍ରଙ୍କୁ ସର୍ବଶିକ୍ଷା ଅଭିଯାନରେ ସାମିଲ କରି ମାଗଣା ଶିକ୍ଷା ପାଇଁ ପାଠ୍ୟ ପୁସ୍ତକ, ପୋଷାକ, ମଧ୍ୟାନ୍ନଭୋଜନ ବ୍ୟବସ୍ଥା କରାଯିବା ସହ ପ୍ରାୟ ୧୦ ଲକ୍ଷ ବିନିମୟରେ ୩ଟି ଶ୍ରେଣୀକୋଠା ପାଇଁ ଅନୁଦାନ ଦିଆଯାଇଥିଲା। ବିଦ୍ୟାଳୟ କୋଠାକୁ ତତ୍କାଳ ଦାୟିତ୍ୱରେ ଥିବା ସର୍ବଶିକ୍ଷା ଅଭିଯାନର ବୈଷୟିକ ସହାୟକ ଓ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କ ସମ୍ପାଦନରେ କୋଠା ନିର୍ମାଣ ହୋଇଥିଲା। ୨୦୧୭ରେ ପ୍ରଥମେ ବିଦ୍ୟାଳୟର ତାଜା ଭାଙ୍ଗି ଯାଇଥିଲା। ଧୀରେ ଧୀରେ ଶ୍ରେଣୀ କୋଠାଗୁଡିକରୁ ପାଣି ଗଳିବା ଆରମ୍ଭ ହୋଇ ସମସ୍ତ ତାଜା, କାନ୍ଥ, ଛାତ ଦୁର୍ବଳ ହୋଇଗଲା। ୩ଟି କୋଠା ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ଦୁର୍ବଳ ହେବାରୁ ଏବେ ସମଗ୍ର ଶିକ୍ଷା ଦାୟିତ୍ୱରେ ଥିବା ଯନ୍ତ୍ରୀ ବିଶ୍ୱରଞ୍ଜନ ହାତୀ ୨୦୨୦ରେ ଦୁଇଟି ଶ୍ରେଣୀ କୋଠରିକୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରିଥିଲେ। ଏବେ ସେଠାରେ ଛାତ୍ରୀଛାତ୍ରଙ୍କୁ ମାତ୍ର ଗୋଟିଏ କୋଠରିରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢ଼ାଯାଉଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କ୨ହିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରଙ୍କୁ ପଚାରିବାରୁ ଛାତ ଭୁଶୁଡ଼ିବା ସମ୍ପର୍କରେ ତାଙ୍କୁ କେହି ଜଣାଇନାହାନ୍ତି, ତେବେ ସେ ସୋମବାର ତଦନ୍ତ
କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri