ପ୍ରଧାନମନ୍ତ୍ରୀ ଆବାସ ଯୋଜନା-୨: ହିତାଧିକାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିରେ ପ୍ରଧାନମନ୍ତ୍ରୀ ଆବାସ-୨ ର ପ୍ରଚାର ପ୍ରସାର ଓ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କେସିଙ୍ଗା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରିଛି। ଏ ନେଇ ପୌର ପରିଷଦର ସଦ୍‌ଭାବନା ସଭାଗୃହରେ ପ୍ରଧାନମନ୍ତ୍ରୀ ଆବାସ-୨.୦ର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ୟାଦବ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଉପାଧ୍ୟକ୍ଷା ସରସ୍ବତୀ ସାହା, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀ, ସମସ୍ତ କାଉନ୍‌ସିଲର ଯୋଗଦାନ କରିଥିଲେ। ଗରିବ, ବସ୍ତିବାସିନ୍ଦା, ନିରାଶ୍ରୟ ଓ ଭୂମିହୀନ ବ୍ୟକ୍ତିଙ୍କୁ କିପରି ପକ୍କା ଗୃହ ଯୋଗାଇ ଦେବାକୁ ହେବ ପ୍ରଧାନମନ୍ତ୍ରୀ ଆବାସ-୨.୦ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ-୨.୦ରେ ସହାୟତା ରାଶି ୨.୫ ଲକ୍ଷ ଟଙ୍କା ସହ ୪ ମାସ ମଧ୍ୟରେ ଗୃହ ସମ୍ପୂର୍ଣ୍ଣ କରି ୨୦ ହଜାର ସରକାରୀ ପ୍ରୋତ୍ସାହନ ରାଶି ଓ ୬ ମାସ ମଧ୍ୟରେ ୧୦ ହଜାର ପ୍ରୋତ୍ସାହନ ମିଳିପାରିବ। ଏହି କାର୍ଯ୍ୟକ୍ରମରେ ପୌରଯନ୍ତ୍ରୀ ନାରାୟଣ ମହାରଣା ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦାନ କରିବା ସହିତ ମୋହନ ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

SBIରେ ବାହାରିଲା ୮୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି: ଦରମା ୮୦,୦୦୦ ପର୍ଯ୍ୟନ୍ତ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୮।୫: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଏକ ପ୍ରମୁଖ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। SBI ୮୨୧ଟି ଖାଲି…

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଆଜି ଶେଷଥର ପାଇଁ IPL ଖେଳିବେ ଧୋନୀ! ଅବସର ନେଇ ବଢୁଛି ଚର୍ଚ୍ଚା

ଚେନ୍ନାଇ,୧୮।୫:  ଆଜି ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ, ଏମ.ଏ. ଚିଦାମ୍ବରମ…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

ଏହି କାମ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଥଲାପତି ବିଜୟ: କହୁ କହୁ କହିଦେଲେ ଷ୍ଟାଲିନ୍‌

ନୂଆଦିଲ୍ଲୀ,୧୮।୫: ଦ୍ରାବିଡ଼ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମକେ ଷ୍ଟାଲିନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟଙ୍କୁ କଟାକ୍ଷ କରିଛନ୍ତି। ବିଜୟ ଇନଷ୍ଟାଗ୍ରାମ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri