ଏଟିଏଜିଏସ୍‌ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୯।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇ ପରିସରରୁ ଶନିବାର ପୂର୍ବାହ୍ନରେ ଏଟିଏଜିଏସ୍‌ (ଆଡଭାନ୍ସଡ଼ ଟୋୱେଡ଼ ଆର୍ଟିଲେରୀ ଗନ୍‌ ସିଷ୍ଟମ୍‌) ବ୍ୟବହାରିକ ପରୀକ୍ଷଣ କରାଯାଇଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଡିଆର୍‌ଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ) ଏହି ଗନ୍‌ ସିଷ୍ଟମକୁ ବିକଶିତ କରିଛି। ଏଥିରୁ ଶତ୍ରୁ ଉପରେ ମାତ୍ର ୧୫ ସେକେଣ୍ଡ ମଧ୍ୟରେ ୩ ରାଉଣ୍ଡ ଗୋଳା ବର୍ଷଣ କରାଯାଇପାରିବ। ୧୮ଟନ ଓଜନ ବିଶିଷ୍ଟ ଏଟିଏଜିଏସ୍‌ର ଲକ୍ଷ୍ୟଭେଦ କ୍ଷମତା ୪୦କିଲୋମିଟର ରହିଛି।
ସେପ୍ଟେମ୍ବରରେ ଏହି ପରୀକ୍ଷଣ ଆରମ୍ଭ ହୋଇଥିଲା। ସେତେବେଳେ ବନ୍ଧୁକ ବ୍ୟାରେଲ ଫାଟିଯିବା ଯୋଗୁ ପରୀକ୍ଷଣ ସ୍ଥଗିତ ରଖାଯାଇଥିଲା। ତେବେ ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବା ବିଭାଗ ପକ୍ଷରୁ ସୂଚୀତ କରାଯାଇଛି। ଭାରତୀୟ ସେନାରେ ଆଗାମୀ ଦିନରେ ଅଧିକରୁ ଅଧିକ ଏଟିଏଜିଏସ୍‌ ଆବଶ୍ୟକ ଥିବାରୁ ଏହାକୁ ବିକଶିତ କରିବା ଲାଗି ପରୀକ୍ଷଣ ଜାରି ରହିଛି। ପ୍ରତିରକ୍ଷା କ୍ଷେତ୍ରରେ ଏହି ଗନ୍‌ ସିଷ୍ଟମ ଏକ ମାଇଲ୍‌ଖୁଣ୍ଟ ବୋଲି କୁହାଯାଉଛି। ବିଶ୍ୱରେ ଏହିଭଳି ଅତ୍ୟାଧୁନିକ ମାରଣାସ୍ତ୍ର କେବଳ ଭାରତ ବିକଶିତ କରିବାରେ ସକ୍ଷମ ହୋଇଛି ବୋଲି ଏଟିଏଜିଏସ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର ଭି. ଗଡ଼େ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?