ପ୍ରଭୁପ୍ରସାଦ

ନିମାଇଁ ଚରଣ ଲେଙ୍କା

ମନ୍ଦିର ସମ୍ମୁଖରେ ଅସମ୍ଭବ ଭିଡ଼। ପ୍ରଭୁଙ୍କ ପ୍ରସାଦ ପାଇବା ପାଇଁ ସାଧାରଣ ଗରିବଠାରୁ ଆରମ୍ଭକରି କୋଟିପତିମାନେ ମଧ୍ୟ ଲମ୍ବାଧାଡ଼ିରେ ଠିଆହୋଇ ଅତି ଉତ୍କଣ୍ଠାର ସହ ସେହି ସୁଯୋଗକୁ ଅପେକ୍ଷା କରିଛନ୍ତି। ପ୍ରସାଦ କହିଲେ ମାତ୍ର ଗୋଟିଏ ଲଡୁ। ଅଧିକ ଭିଡ଼ ଦେଖି ପୂଜକ ଲଡୁଟିକୁ ଭାଙ୍ଗି ଗୋଟିଏ ଲେଖାଏଁ ଦାନା ଦେଉଛନ୍ତି। ଏଠି ପ୍ରଶ୍ନ ଉଠେ, ଯେଉଁ ଧନୀ ବ୍ୟକ୍ତିମାନେ ଗୋଟିଏ ମାତ୍ର ଦାନା ପାଇଁ ସେଠାରେ ଏତେ ସମୟ କଷ୍ଟକରି ଠିଆ ହୋଇଛନ୍ତି, ସେମାନଙ୍କ ଘରେ କ’ଣ ଲଡୁନାହିଁ? ତେବେ ଏଇ ଲଡୁଦାନାଟିଏ ପାଇବା ପାଇଁ ଏତେ ଉତ୍କଣ୍ଠା, ଅନୁନୟ କାହିଁକି? ତାହାର କାରଣ ହେଲା, ଲଡୁଟି ପ୍ରଭୁ(ଈଶ୍ୱର)ଙ୍କ ନିକଟରେ ‘ଭୋଗ’ ବା ‘ଅର୍ପିତ’ ହୋଇଯାଇଛି। ପ୍ରଭୁଙ୍କୁ ଅର୍ପିତ ହେଲା ପରେ ତାହା ପବିତ୍ର, ଶକ୍ତିଶାଳୀ ଅର୍ଥାତ ଭଗବତ ସ୍ବରୂପ ହୋଇଯାଇଛି। ଠିକ୍‌ ସେହିପରି ଆମେ ପ୍ରଭୁଙ୍କୁ ଯାହାକିଛି ବି ଅର୍ପଣ କରିଦେବା, ତାହା ପ୍ରସାଦ ହୋଇଯିବ।
ଆମେ ନିଜ ଶରୀର, ପରିବାର, ଧନ ଓ ସମ୍ପତ୍ତି ଆଦିଙ୍କୁ ଯେତେ ନିଜର ମନେକରୁ, ସେଗୁଡ଼ିକ ଅଶୁଦ୍ଧ ହୋଇଯାଏ ଏବଂ ମାର୍ଜିତ ହେବାରେ ବିଘ୍ନ ସୃଷ୍ଟିହୁଏ। ତାହାକୁ ବିଷୟଭୋଗ କୁହାଯାଏ। ଗାନ୍ଧିଜୀ କହିଛନ୍ତି,”ଯେଉଁ ପଦାର୍ଥ ପ୍ରଭୁଙ୍କୁ ଅର୍ପଣ ନ ହୁଏ, ତାହା ବିଷୟଭୋଗ ହୋଇଯାଏ ଏବଂ ତାହାହିଁ ସମସ୍ତ ଦୁଃଖର ଜନନୀ“। ଏ ବିଷୟରେ ସ୍ବାମୀ ଶିବାନନ୍ଦ କହିଛନ୍ତି,”ଏକ ଆଉନ୍ସ ବିଷୟଭୋଗ ସହିତ ଅନେଶତ ଆଉନ୍ସ ଦୁଃଖ ମିଶ୍ରିତ ହୋଇଥାଏ“। ବେଳେବେଳେ ଦୁଃଖ ସୁଖ ବେଶରେ ଆସେ। ତେଣୁ ତା’କୁ ଚିହ୍ନିବା ଉଚିତ। ”ଭୋଗକୁ ଭୋଗକରି ପାରିଲେନି, ବରଂ ଆମେ ଭୋଗ୍ୟହେଲେ। ତପ ତପ୍ତ ହେଲାନି, ବରଂ ଆମେ ହିଁ ତପ୍ତହେଲେ। ସମୟ ଗତି କରୁନାହିଁ, ବରଂ ଆମେ ହିଁ (ମୃତ୍ୟୁ ଆଡକୁ) ଗତି କରୁଛେ“(ବୈରାଗ ଶତକ)। ତେଣୁ ନିଜ ଶରୀର ସହିତ ସମସ୍ତ ସାଂସାରିକ ବସ୍ତୁକୁ ଭଗବାନଙ୍କର ମାନିନେଲେ, ତାଙ୍କ ଶକ୍ତି ଦ୍ୱାରା ସମସ୍ତେ ଶୁଦ୍ଧ ଓ ପ୍ରସାଦ ହୋଇଯାଆନ୍ତି। ସେମାନଙ୍କଠାରେ ବୈଚିତ୍ର୍ୟ ଆସିଯାଏ, କାରଣ ସେମାନେ ବସ୍ତୁତଃ ଭଗବାନଙ୍କର। ଭଗବାନଙ୍କୁ ସବୁ ଅର୍ପଣ କରିଦେଲେ, ଅର୍ପିତ ବସ୍ତୁ (କ୍ରିୟା ଓ ପଦାର୍ଥ)ତଥା ଅର୍ପକ ଉଭୟେ ଭଗବତ ସ୍ବରୂପ ହୋଇ ଦୀପ୍ତିମାନ ହୋଇଉଠନ୍ତି। ଏପରି ଭାବନା ରଖିବା ଯେ, ମୁଁ ଭଗବାନଙ୍କର, ତା’ଙ୍କ ଘରେ ରହୁଛି, ତାଙ୍କର ହିଁ କାମ(ସେବା) କରୁଛି, ତାଙ୍କ ପ୍ରଦତ୍ତ ପ୍ରସାଦ ସେବନ କରୁଛି ଏବଂ ଭଗବାନଙ୍କ ସନ୍ତାନମାନଙ୍କର ସେବା କରୁଛି। ସମସ୍ତେ କ୍ରିୟା ଓ ପଦାର୍ଥଗୁଡ଼ିକୁ ତଥା ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିପାରିବେ। ଏପରି ସମର୍ପଣ କଲେ କ’ଣ ହୁଏ ତାହା ଭଗବାନ କହିଛନ୍ତି,”ଏହିପରି ମୋତେ ଅର୍ପଣ କରିଦେଲେ କର୍ମବନ୍ଧନ ହେଉଥିବା ଶୁଭ ବା ପୁଣ୍ୟ(ବିହିତ) ଓ ଅଶୁଭ ବା ପାପ(ନିଷିଦ୍ଧ) କର୍ମର ଫଳରୁ ତୁମେ ମୁକ୍ତ ହୋଇଯିବ। ନିଜ ସହିତ ସବୁକିଛି ମୋତେ ଅର୍ପଣକରି ଏବଂ ସବୁଥିରୁ ମୁକ୍ତହୋଇ ତୁମେ ମୋତେ ପାଇଯିବ, ଅର୍ଥାତ ମୋର ସ୍ବରୂପ ହୋଇଯିବ।“
ଜଣେ ଲେଖକ ଭଗବାନଙ୍କ ନିମିତ୍ତ ଲେଖିବା, ଚିତ୍ରକର ତାଙ୍କର ଚିତ୍ରପଟ ଆଙ୍କିବା, ସଙ୍ଗୀତଜ୍ଞ ତାଙ୍କ ଉଦ୍ଦେଶ୍ୟରେ ଗାଇବା ଓ ଚିକିତ୍ସକ ରୋଗୀଙ୍କୁ ତାଙ୍କର ଜ୍ଞାନକରିବା ଉଚିତ। ଜଣେ ତା’ର ନିଜର ସାମର୍ଥ୍ୟ, ଯୋଗ୍ୟତା ଓ ପେସାକୁ ଭଗବାନଙ୍କ ଉଦ୍ଦେଶ୍ୟରେ ବିନିଯୋଗ କରିପାରେ। ସମଗ୍ର ବିଶ୍ବରେ ଭଗବତ ଚେତନାର ପ୍ରଚାର, ପ୍ରସାର କରିବା ନିମିତ୍ତ ଧନ ଓ ଜ୍ଞାନକୁ ବିନିଯୋଗ କରିବା ଉଚିତ। କିନ୍ତୁ ଧନ ସ୍ବଉପାୟରେ ଅର୍ଜନ ହୋଇଥିବା ଆବଶ୍ୟକ, କାରଣ ତାହା ପ୍ରଭୁଙ୍କ ସେବାରେ ଲାଗିବ। ସଦା ସ୍ମରଣ ରହିବା ଉଚିତ ଜୀବନରେ ଯେତେ ଘାତ, ପ୍ରତିଘାତ ବା ପରିସ୍ଥିତି ଆସୁନା କାହିଁକି, ଆମେ ତାକୁ ପରମପିତାଙ୍କ ପ୍ରସାଦ ଭାବେ ଗ୍ରହଣ କରିନେବା। ଯେଉଁ ପଦାର୍ଥ ସାଂସାରିକ ଜୀବମାନଙ୍କ ଉଦ୍ଧାର ଓ ସେବାକାର୍ଯ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦିଆଯାଏ, ସେ ସବୁ ସାର୍ଥକ ବା ପ୍ରଭୁପ୍ରସାଦ ହୋଇଯାଏ। ତେଣୁ କୁହାଯାଇଛି, ଭକ୍ତି ଖାଦ୍ୟରେ ମିଶିଲେ ପ୍ରସାଦ, ଜଳରେ ମିଶିଲେ ଅମୃତ, ପର୍ଯ୍ୟଟନରେ ମିଶିଲେ ତୀର୍ଥ, ସଙ୍ଗୀତରେ ମିଶିଲେ କୀର୍ତ୍ତନ, ପରିବାରରେ ମିଶିଲେ ମନ୍ଦିର, କ୍ରିୟାରେ ମିଶିଲେ ସେବା, କାର୍ଯ୍ୟରେ ମିଶିଲେ କର୍ମ ଓ ବ୍ୟକ୍ତିରେ ମିଶିଲେ ମନୁଷ୍ୟ ହୋଇଯାଏ। ”ହେ ମନୁଷ୍ୟ! ମୁଁ ଓ ମୋର ବୋଲି କହିବା ଛାଡ଼। କାରଣ ଏହାହିଁ ବିନାଶ ତଥା ସର୍ବନାଶର ଲକ୍ଷଣ ଅଟେ। ମୁଁ ଓ ମୋର, ଏହିପରି ଭାବନା ପାଦରେ ବେଡି ଓ ଗଳାରେ ଫାଶୀ ସମାନ ହୋଇଯାଏ“(ସନ୍ଥ କବୀର)। ତେଣୁ ଏହା ହୃଦୟଙ୍ଗମ କରି ସକଳ ଜୀବଙ୍କର ପରମ (ନିଷ୍କାମ)ସେବା କରିବା ଉଚିତ।
ମୋ-୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri