Posted inଜାତୀୟ

ସମ୍ପୂର୍ଣ୍ଣ ଶୀତକାଳୀନ ଅଧିବେଶନକୁ ବହିଷ୍କାର କରିପାରନ୍ତି ବିରୋଧୀ

ନୂଆଦିଲ୍ଲୀ,୩୦ ।୧୧: ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଛନ୍ତି । ହେଲେ ଏହି ସମୟରେ କଂଗ୍ରେସର ଅନୁଗାମୀ ମାନେ ଅଲଗା ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି । କୃଷି ଆଇନ ପ୍ରତ୍ୟାହାର ପରେ ସରକାରଙ୍କୁ ଘେରିବାକୁ କି ରଣନୀତି ହୋଇପାରେ ତାକୁ ନେଇ ବିରୋଧୀ ମଙ୍ଗଳବାର ମନ୍ଥନ କରିପାରେ । ଗତ ଅଧିବେଶନରେ ହଙ୍ଗାମା କରିଥିବା ବିରୋଧୀ ଦଳର ୧୨ ଏମ୍‌ପିଙ୍କୁ ସୋମବାର ବହିଷ୍କୃତ କରାଯାଇଥିବା ବେଳେ ବିରୋଧୀ ଏହାକୁ ନେଇ ହଙ୍ଗାମା କରିପାରନ୍ତି । ଏପଟେ କଂଗ୍ରେସ ଓ ଅନ୍ୟ ୧୩ ଦଳ ସମ୍ପୂର୍ଣ୍ଣ ଶୀତକାଳୀନ ଅଧିବେଶନକୁ ବହିଷ୍କାର କରିବା କଥା ଚିନ୍ତା କରୁଛନ୍ତି । ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେଶନ ୨୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବିରୋଧୀ ଏହାକୁ ବହିଷ୍କାର କରିବାକୁ ନେଇ ମଙ୍ଗଳବାର ରଣନୀତି ପ୍ରସ୍ତୂତ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ବିରୋଧୀଦଳ ଡାକିଥିବା ବୈଠକରେ ଆମ ଆଦମୀ ପାର୍ଟି(ଏଏପି) ଓ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସାମିଲ ହେବ ନାହିଁ ବୋଲି ଜଣାପଡିଛି । କୁହାଯାଉଛି କି ଟିଏମ୍‌ସି ବିରୋଧୀଦଳ ବୈଠକର ନେତୃତ୍ୱ ନେବାକୁ ଚାହୁଥିଲା, ତେଣୁ ସେ ଏହି ବୈଠକରେ ଯୋଗ ନ ଦେଇ ଅଲଗା ବୈଠକ ଡାକିଥିବା କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିପଥ ଯୋଜନା ହିଂସା: ପୋଲିସର ସମନ ଭୟରେ ଯୁବକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ,୧୩।୮: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦର ରେଳ ଷ୍ଟେଶନରେ ଜୁନ ୧୭ରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଥିଲା। ଏଥିରେ...

ହିନ୍ଦୁ ମହିଳାଙ୍କୁ ବଞ୍ଚାଇବା ପାଇଁ ରୋଜା ଭାଙ୍ଗିଲେ ମୁସଲମାନ ଯୁବକ

ଜୟପୁର, ୨୭।୫: ଭାଇଚାରାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ନାଗୌରରେ ଦେଖିବାକୁ ମିଳିଛି। ହିନ୍ଦୁ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ରୋଜା(ଓଷା) ଭାଙ୍ଗି ଦେଇଛନ୍ତି ମୁସଲମାନ...

ରାଜ୍ୟ ସଭାର ଫ୍ରଣ୍ଟ ରୋରେ ବସିବେ ଚିଦାମ୍ବରମ, ଦିଗବିଜୟ, ପଛକୁ ଗଲେ ମନମୋହନ

ନୂଆଦିଲ୍ଲୀ,୩ ।୨: ପୂର୍ବତନ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ରାଜ୍ୟ ସଭାରେ ବସିବାର ସିଟରେ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସଭାରେ ଚିଦାମ୍ବରମଙ୍କ ବସିବାରୁ ନେଇ...

ରୁଷିଆକୁ ଟପିଲା ଭାରତ

ନୂଆଦିଲ୍ଲୀ,୬ା୭(ପି.ଟି.): ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବେକାବୁ ହେଲାଣି। ଗୋଟିଏ ଦିନରେ ସର୍ବାଧିକ ୨୪,୮୫୦ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୬୧୩ ଜଣଙ୍କ ଜୀବନ ଯାଇଛି। ଏହାକୁ...

ବଦଳିଲା ଗୁଲାମ ନବି ଆଜାଦଙ୍କ ସ୍ବର

ନୂଆଦିଲ୍ଲୀ,୬।୧୧: କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦଙ୍କ ସ୍ବର ବଦଳିଯାଇଛି। ଏଥର ସେ କଂଗ୍ରେସକୁ ଟାର୍ଗେଟ କରିବା ପରିବର୍ତ୍ତେ ସେ ଦଳର ଭଲ ପ୍ରଦର୍ଶନ...

ମୋବାଇଲ୍‌ ବ୍ୟବହାର ନ କରିବା ପାଇଁ ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସର ବିଭ୍ରାନ୍ତି ଜନକ ସାଇନ୍‌ ବୋର୍ଡ: ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୦।୬: ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସ ଦ୍ୱାରା ଲଗାଯାଇଥିବା ଏକ ସାଇନ୍‌ ବୋର୍ଡ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ଜାତୀୟ ରାଜପଥ ମୋଗଲ ରୋଡ୍‌ଠାରେ...

ଲୋକାଲ ଟ୍ରେନ୍‌ରେ ଫିଲ୍ମ-ଟିଭି ଶୋ ଦେଖିପାରିବେ ଯାତ୍ରୀ…

ମୁମ୍ବାଇ, ୧୨।୨ : ଏଣିକି ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀ ଫିଲ୍ମ ଏବଂ ଟିଭି ଶୋ ଦେଖିପାରିବେ। ଭାରତୀୟ ରେଳ ଅଧିକାରୀ...

୭୯୮ ଭାରତୀୟଙ୍କୁ ନେଇ ହିଣ୍ଡନ ଏୟାରବେସ୍‌ ପହଞ୍ଚିଲେ ୪ ବିମାନ…

ଗାଜିଆବାଦ୍‌,୩।୩ : ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କାର୍ଯ୍ୟ ଜାରି ରହିଛି। ଗୁରୁବାର ମୋଟ ୭୯୮ ଭାରତୀୟଙ୍କୁ ନେଇ ଭାରତୀୟ ବାୟୁସେନାର ୪ଟି...

Advertisement
Archives

Model This Week