ପାକିସ୍ତାନ ଅନ୍ଧାର, ଭାରତକୁ ଦୋଷ ଦେଲେ ମନ୍ତ୍ରୀ

ଇସଲାମାବାଦ,୧୦।୧: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନରେ ଏକ ‘ନୂତନ ପାକିସ୍ତାନ’ ଗଢିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ ଏବେ ଦେଶ ଆର୍ଥିକ ଦେବାଳିଆ ହେବା ସହ ଶନିବାର ବିଳମ୍ବିତ ରାତିରେ ହଠାତ୍‌ ସମଗ୍ର ଦେଶ ଅନ୍ଧାରରେ ବୁଡି ଯାଇଥିବା ଦେଖିବାକୁ ମିଳିଛି। ଏହି କାରଣରୁ ପାକିସ୍ତାନର ସମସ୍ତ ପ୍ରମୁଖ ସହର ଏବଂ ପ୍ରଦେଶ, କରାଚି, ଲାହୋର, ପେଶୱାର, ଇସଲାମାବାଦ, ମୁଲତାନ ଏବଂ ରାୱଲପିଣ୍ଡି ସମ୍ପୂର୍ଣ୍ଣ ଅନ୍ଧକାରରେ ବୁଡି ଯାଇଥିଲା। ସବୁଥର ପରି ପାକିସ୍ତାନ ମଧ୍ୟ ଏଥିପାଇଁ ଭାରତକୁ ଦାୟୀ କରିଛି। ଇମ୍ରାନ ସରକାରଙ୍କ ମନ୍ତ୍ରୀ ଶେଖ ରସିଦ ଏହା ଭାରତର ଷଡଯନ୍ତ୍ର ବୋଲି କହିଥିଲେ। ଶେଖ ରସିଦ କହିଛନ୍ତି ଯେ, ଭାରତ ପାକିସ୍ତାନର ବିଦ୍ୟୁତ କାଟି ଦେଇଛି ଯାହା ଦ୍ୱାରା ସେଠାରେ ଘଟୁଥିବା କୃଷକ ଆନ୍ଦୋଳନରୁ ବିଶ୍ୱର ଦୃଷ୍ଟି ଆକର୍ଷଣ କରାଯାଇପାରିବ। ସୂଚନାଯୋଗ୍ୟ, ଜାତୀୟ ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ଟ୍ରିପିଙ୍ଗ ହେତୁ ଏହି ବ୍ଲାକଆଉଟ ଘଟିଛି। ପାକିସ୍ତାନର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ଏହାର ଅନୁସନ୍ଧାନ କରାଯାଉଛି ଏବଂ ବର୍ତ୍ତମାନ ତରବେଲା ପାୱାର ଷ୍ଟେସନ ମାଧ୍ୟମରେ ବିଦ୍ୟୁତ ଯୋଗାଣ ପାଇଁ ଉଦ୍ୟମ କରାଯାଉଛି। ତେଣୁ ଲୋକଙ୍କୁ ଧୈର୍ଯ୍ୟ ବଜାୟ ରଖିବା ପାଇଁ ପାକିସ୍ତାନ ଶକ୍ତି ମନ୍ତ୍ରୀ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଉପରେ ପୁଣି କଡ଼ା ପ୍ରତିବନ୍ଧକ ଲଗାଇଲା ଆମେରିକା

କ୍ୱିଭ୍‌,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୪୨ତମ ଦିନ। ଏ ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନର ଅନେକ ସହରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛି।...

ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି...

ଏଲନ୍‌ ମସ୍କଙ୍କ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ସବୁଠୁ କମ୍‌ ବୟସ୍କ ଇଞ୍ଜିନିୟର

ଓ୍ବାଶିଂଟନ,୧୧ା୬: ଏଲନ ମସ୍କଙ୍କ କମ୍ପାନୀ ‘ସ୍ପେସ୍‌ଏକ୍ସ’ ଜଣେ ୧୪ ବର୍ଷୀୟ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛି। ଯିଏ କମ୍ପାନୀର ‘ଟେକ୍ନିକାଲ ଚ୍ୟାଲେଞ୍ଜିଂ’ ଏବଂ ‘ଫନ୍‌’ ଇଣ୍ଟରଭ୍ୟୁରେ...

ଅଧା ଯାତ୍ରାରୁ ବିମାନ ଉଡାଇବାକୁ ମନାକଲେ ପାଇଲଟ, କହିଲେ ସିଫ୍ଟ ସରିଯାଇଛି

ଇସଲାମାବାଦ,୧୭ ।୧: ରବିବାର ପାକିସ୍ତାନର ଜଣେ ପାଇଲଟ ସୌଦି ଆରବର ରାଜଧାନୀ ରିୟାଦରୁ ଏକ ବିମାନକୁୁ ଇସଲାମାବାଦ ଆଣିବାକୁ ମନା କରି ଦେଇଥିଲେ । ସେ...

ବ୍ରିକ୍ସ ଶିଖର ସମ୍ମିଳନୀ: ବସୁଧୈବ କୁଟୁମ୍ବକମ ଆମ ଜୀବନଶୈଳୀର ଆଧାର, ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ମୋଦି

ଜୋହାନସବର୍ଗ,୨୪।୮: ବ୍ରିକ୍ସ-ଆଫ୍ରିକା ଆଉଟରିଚ ଏବଂ ବ୍ରିକ୍ସ ପ୍ଲସ ଡାଏଲଗକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମୋର ବିଶ୍ୱାସ ଯେ ବ୍ରିକ୍ସ ଦେଶ...

ଯୁବବର୍ଗଙ୍କୁ ସଂକ୍ରମିତ କଲେ କରୋନା ଯୁଦ୍ଧରେ ହେବ ବିଜୟ!

ଲଣ୍ଡନ,୫।୫: ଏବେ ସାରା ବିଶ୍ୱ କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜିବାରେ ବ୍ୟସ୍ତ ରହିଛି। କିଛି ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି...

ଆତଙ୍କବାଦୀ ଆକ୍ରମଣରେ ୧୪ ମୃତ

କରାଚି,୧୬।୧୦: ପାକିସ୍ତାନର ଦକ୍ଷିଣପଶ୍ଚିମ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୭ ଜଣ ଯବାନ...

୭୦୦ ଭାରତୀୟ ଛାତ୍ରୀଛାତ୍ର କାନାଡାରୁ ବହିଷ୍କୃତ ହେବେନି

ଟରଣ୍ଟୋ, ୯ା୬: ଜାଲ୍‌ କଲେଜ ନାମଲେଖା ପତ୍ର ଦେଖାଇ କାନାଡାରେ ପ୍ରବେଶ କରିଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଦେଶାନ୍ତର ନ କରିବାକୁ କାନାଡା ପାର୍ଲାମେଣ୍ଟ...

Advertisement
Archives

Model This Week