ଫ୍ୟାଶନେବଲ୍‌ ପୋଟ୍‌ଲି ବ୍ୟାଗ୍‌

ପାର୍ଟି ଫଙ୍କ୍‌ସନଗୁଡ଼ିକରେ ଟ୍ରାଡିଶ୍‌ନାଲ ହେଉ ଅବା ଏଥିନିକ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ହାତରେ ହ୍ୟାଣ୍ଡବ୍ୟାଗ୍‌ କିମ୍ବା କ୍ଲଚ୍‌ ନ ଧରିଲେ ଲୁକ୍‌ କେମିତି ଫିକା ଫିକା ଲାଗିଥାଏ। ଆଜିକାଲି ତ ପୋଟ୍‌ଲି ବ୍ୟାଗ୍‌ର ଫ୍ୟାଶନ ବି ଆସିଗଲାଣି। ଏହାର ଅନେକ ଭେରାଇଟି ମଧ୍ୟ ମିଳିଲାଣି, ଯାହାକୁ ଟ୍ରାଏ କରି ଯୁବତୀମାନେ ଗର୍ଜିୟସ୍‌ ଲୁକ୍‌ ପାଇବା ସହ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ବି କରିପାରିବେ…

ଇଣ୍ଡୋ ଓ୍ବେଷ୍ଟର୍ନ ଡ୍ରେସ୍‌ ସହ ପୋଟ୍‌ଲି: କେବଳ ଏଥିନିକ୍‌ ଡ୍ରେସ୍‌ କାହିଁକି ଆପଣ ଚାହିଁଲେ ଇଣ୍ଡୋ ଓ୍ବେଷ୍ଟର୍ନ ଡ୍ରେସ୍‌ ସହିତ ମଧ୍ୟ ପୋଟ୍‌ଲି ବ୍ୟାଗ୍‌କୁ କ୍ୟାରି କରିପାରିବେ। ଖାସ୍‌କରି ଏହି ଡ୍ରେସ୍‌ ସହିତ ମ୍ୟାଚିଂ କରି ଗୋଲ୍ଡେନ୍‌ ହେଉ କିମ୍ବା ସିଲ୍‌ଭର୍‌ କଲର୍‌ର ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କଲେ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ।

ପିଙ୍କ୍‌ ପୋଟ୍‌ଲି: ବାହଘର ପାର୍ଟିରେ ଯଦି ଆପଣଙ୍କର ଶାଢି କିମ୍ବା କୌଣସି ହେଭି ସୁଟ୍‌ ପିନ୍ଧିବାର ପ୍ଲାନିଂ ଥାଏ, ତା’ହେଲେ ଏହା ସହିତ ମ୍ୟାଚିଂ କରି ଆପଣ ଯେ କୌଣସି ଟ୍ରାଡିଶ୍‌ନାଲ ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କରିପାରିବେ। ବିଶେଷ କରି ପିଙ୍କ୍‌ କଲର୍‌ର ପୋଟ୍‌ଲି ବ୍ୟାଗ୍‌କୁ ବାହାଘର ପାର୍ଟିରେ କ୍ୟାରି କଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

ଲାଇଟ୍‌ କଲର୍‌ର ପୋଟ୍‌ଲି: ଅଧିକାଂଶ ସମୟରେ ଦେଖାଯାଏ, ପ୍ରି-ଓ୍ବେଡିଂ ଫଙ୍କ୍‌ସନ ପ୍ରାୟତଃ ଦିନବେଳା ହିଁ ହୋଇଥାଏ। ଦିନବେଳା ହେଉଥିବା ଏହି ଫଙ୍କ୍‌ସନରେ ଆପଣ ଚାହିଁଲେ ଲାଇଟ୍‌ କଲର୍‌ର ଯେ କୌଣସି ପୋଟ୍‌ଲି ବ୍ୟାଗ୍‌କୁ ଟ୍ରାଏ କରିପାରିବେ। କାରଣ ଏହା ସବୁ ପ୍ରକାରର ଆଉଟ୍‌ଫିଟ୍‌ ସହିତ ଭଲ ମ୍ୟାଚ୍‌ କରିଥାଏ।

ଗ୍ରୀନ୍‌ କଲର୍‌ର ପୋଟ୍‌ଲି: ମେହେନ୍ଦି ଫଙ୍କ୍‌ସନଗୁଡ଼ିକରେ ଗ୍ରୀନ୍‌ କଲର୍‌ର ପୋଟ୍‌ଲି ବ୍ୟାଗ୍‌ କ୍ୟାରି କଲେ ପରଫେକ୍ଟ ଲୁକ୍‌ ମିଳିଥାଏ। ଖାସ୍‌ କରି ଶାଢି ସାଙ୍ଗରେ ହିଁ ଏହି କଲର୍‌ ପୋଟ୍‌ଲି ବ୍ୟାଗ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

ଫର୍‌ ଡିଜାଇନ୍‌ ପୋଟ୍‌ଲି: ଆଜିକାଲି ଫର୍‌ ଡିଜାଇନ୍‌ର ପୋଟ୍‌ଲି ବ୍ୟାଗ୍‌ ବି ମିଳିଲାଣି। ଖାସ୍‌ କରି ଧଳାରଙ୍ଗର ଫର୍‌ ଡିଜାଇନ୍‌ ହୋଇଥିବା ପୋଟ୍‌ଲି ବ୍ୟାଗ୍‌କୁ ଆପଣ ନେଟ୍‌ ଡିଜାଇନ୍‌ ଶାଢି ସହ କ୍ୟାରି କଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।

ମ୍ୟାଚିଂ ପୋଟ୍‌ଲି: କେବଳ ଶାଢି, ଲେହେଙ୍ଗା କାହିଁକି ପାର୍ଟି, ଫଙ୍କ୍‌ସନରେ ଯୁବତୀମାନେ ଚାହିଁଲେ ଅନାରକଲି ଡ୍ରେସ୍‌ ହେଉ ଅବା ସାଲଓ୍ବାର୍‌ ସୁଟ୍‌ ସହ ମଧ୍ୟ ମ୍ୟାଚିଂ ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କରିପାରିବେ।

ବ୍ରାଇଡାଲ୍‌ ପୋଟ୍‌ଲି: ବାହାଘର ଦିନ ଲୁକ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଲେହେଙ୍ଗାକୁ ମ୍ୟାଚିଂ କରି ଯେ କୌଣସି ଡିଜାଇନ୍‌ର ବ୍ରାଇଡାଲ୍‌ ପୋଟ୍‌ଲି ବ୍ୟାଗ୍‌ କ୍ୟାରି କରାଯାଇପାରିବ।

କିଛି ଟିପ୍ସ
ସାଙ୍ଗରେ ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କରିବା ସମୟରେ ସବୁବେଳେ ଧ୍ୟାନ ଦେବେ, ଯେମିତି ଏହା ଶାଢି ସାଙ୍ଗକୁ ଠିକ୍‌ରେ ହାଇଲାଇଟ୍‌ ହୋଇପାରୁଥିବ।

କିମ୍ବା ଜୁଏଲେରିଖଚିତ ପୋଟ୍‌ଲି ବ୍ୟାଗ୍‌କୁ କେବେ ବି ହେଭି ଓ୍ବାର୍କବାଲା ଆଉଟ୍‌ଫିଟ୍‌ ସହ କ୍ୟାରି କରିବା ଉଚିତ ନୁହେଁ। କାରଣ ଏହାଦ୍ୱାରା ପୋଟ୍‌ଲି ବ୍ୟାଗ୍‌ର ଆକର୍ଷଣ ଫିକା ପଡ଼ିଗଲା ଭଳି ଜଣାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri