Posted inଜାତୀୟ

ମୋଦିଙ୍କ ତେଲଙ୍ଗାନା ଗସ୍ତ ପୂର୍ବରୁ ଭାଜପା-ବିଆର୍‌ଏସ୍‌ ମଧ୍ୟରେ ପୋଷ୍ଟର ଓ୍ବାର

ହାଇଦ୍ରାବାଦ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନା ଗସ୍ତ କରିବାକୁ ଯାଉଛନ୍ତି, କିନ୍ତୁ ଏହାପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି। ପୋଷ୍ଟର ମାଧ୍ୟମରେ ଉଭୟ ଦଳ ପରସ୍ପରକୁ ଟାର୍ଗେଟ କରିଛନ୍ତି।

ଶାସକ ବିଆରଏସ ଗତ ୧୦ବର୍ଷ ମଧ୍ୟରେ ତେଲଙ୍ଗାନାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରୁଥିବା ପୋଷ୍ଟର ଲଗାଇଛନ୍ତି। ଏଥି ସହ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସମାଲୋଚନା କରି ଭାଜପା ଏହାର ପ୍ରତିଶୋଧ ନେଇଛି। ଚନ୍ଦ୍ରଶେଖର ରାଓଙ୍କୁ ପ୍ରତି ୫ବର୍ଷରେ ତେଲଙ୍ଗାନାର ସବୁଠାରୁ ବଡ ବିଧାୟକ କ୍ରେତା ଭାବରେ ବର୍ଣ୍ଣନା କରାଯାଇଛି।
ବିଆରଏସ କର୍ମୀମାନେ ଶମଶାବାଦ ବିମାନବନ୍ଦର ନିକଟରେ ଅନେକ ପୋଷ୍ଟର ଲଗାଇଛନ୍ତି। ଏହିଠାରେ ପ୍ରଧାନମନ୍ତ୍ରୀ ମୋଦି ମହବୁବଗର ଯିବା ପୂର୍ବରୁ ଅବତରଣ କରିବେ। ବିଆରଏସ ସମର୍ଥକଙ୍କ ଦ୍ୱାରା ଲଗା ହୋଇଥିବା ଗୋଟିଏ ପୋଷ୍ଟରରେ ଲେଖା ଅଛି – ମୋଦି ଜୀଙ୍କୁ ସ୍ବାଗତ। ପାଲାମୁରୁ-ରଙ୍ଗାରେଡି ପ୍ରକଳ୍ପକୁ ଜାତୀୟ ମାନ୍ୟତା ଦେବାର ପ୍ରତିଜ୍ଞା ସହିତ କ’ଣ ହେଲା ବୋଲି ପ୍ରଶ୍ନ କରାଯାଇଛି।
ଅନ୍ୟ ଏକ ପୋଷ୍ଟରେ କୁହାଯାଇଛି – ସାବତ ମା’ ଆଚରଣ । ମହବୁବନଗର ଯିବାକୁ ମୋଦିଙ୍କର କୌଣସି ନୈତିକ ଅଧିକାର ନାହିଁ। ଦ୍ୱିତୀୟ ପୋଷ୍ଟରରେ ତେଲଙ୍ଗାନାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦେଇଥିବା ପ୍ରତିଶ୍ରୁତି ଉପରେ ଆଲୋକପାତ କରାଯାଇଛି। ଏଥି ମଧ୍ୟରେ ଆଇଟିଆଇଆର, ଟେକ୍ସଟାଇଲ ପାର୍କ, ଡିଫେନ୍ସ କରିଡର, କାଜିପେଟ କୋଚ କାରଖାନା, ମିଶନ ଭଗୀରଥ ପାଣ୍ଠି, ବାୟାରାମ ଷ୍ଟିଲ ପ୍ଲାଣ୍ଟ, ହଲଦି ବୋର୍ଡ, ମେଡିକାଲ କଲେଜ ଏବଂ ଆଇଆଇଏମ ଅନ୍ତର୍ଭୁକ୍ତ।

 


Enter your email to get our daily news in your inbox.

All Right Reserved By Dharitri.Com

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ମୋଦି-ପ୍ରିୟଙ୍କାଙ୍କ ବାର୍ତ୍ତାଳପ ମଝିରେ ଏପରି କହିଦେଲେ ଖାର୍ଗେ, ସବୁ ହସି କହିଲେ….

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍…

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ପାକିସ୍ତାନ ରାଜନୀତିରେ ହଇଚଇ! ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ନେଇ ସାମ୍ବାଦିକଙ୍କ ଦାବି, ଜାଣନ୍ତୁ ସତ

ଇସଲାମବାଦ,୧୨ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan)ଙ୍କୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ସାମ୍ବାଦିକ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri