ଡାକସେବାର ସ୍ମୃତି

ଚିଠି ନିଅ ଚିଠି। ଗାଁ ଦାଣ୍ଡରେ ଡାକବାଲାର ଏ ଉଚ୍ଚାଟ ସ୍ବରକୁ କାନଡେରି ଚାହିଁ ରହିଥା’ନ୍ତି ବୃଦ୍ଧ ମାତାପିତା, ବୋହୂ ଭୁଆସୁଣୀ ଓ ଆବାଳବୃଦ୍ଧବନିତା। ସଭିଙ୍କର ଉତ୍କଣ୍ଠାର ଉତ୍ସ ଥିଲେ ଡାକବାଲା, ଯେ ହେଉଛନ୍ତି ଫକୀର ମୋହନଙ୍କ ଭାଷାରେ ‘ଡାକମୁନ୍‌ସୀ’। ଖାକି ହାଫ୍‌ ପ୍ୟାଣ୍ଟ ଓ ହାଫ୍‌ ଶାର୍ଟ ପରିହିତ ଡାକବାଲାଙ୍କୁ ଦେଖିଲେ ଅଧସ୍ତନ ପୋଲିସ ବାବୁଙ୍କର ଭ୍ରମ ସୃଷ୍ଟି ହୁଏ। ସମାଜର ସବୁ ଶ୍ରେଣୀର ଲୋକଙ୍କର ଖବର ନେଣଦେଣର ଏକମାତ୍ର ଗୌରବାବହ ଅନୁଷ୍ଠାନ ଥିଲା ଡାକଘର। ଗାଁ ଦାଣ୍ଡରେ, ଗଛଗଣ୍ଡିରେ ଝୁଲୁଥିବା ଡାକବାକ୍ସ ଥିଲା ସୁଖଦୁଃଖ ଓ ଆଶା ନିରାଶାର ଏକ ନିବୁଜ କୋଠରି। ଚିଠି ଖଣ୍ଡେ ଲେଖି ତା’ ଭିତରେ ପକାଇଦେଲେ ମନ ହାଲୁକା ହୋଇ ଯାଉଥିଲା। କୌଣସି ଗମ୍ଭୀର ଏବଂ ଗୋପନୀୟ ବାର୍ତ୍ତା ପ୍ରେରଣ ପାଇଁ ବ୍ୟବହୃତ ହେଉଥିଲା ଅନ୍ତର୍ଦେଶୀୟ ପତ୍ର କିମ୍ବା ଲଫାପା। ନବବଧୂ ରଙ୍ଗିନ୍‌ କାଗଜରେ ସୁନ୍ଦର ସାଙ୍ଗିତିକ ଭାଷାରେ କାମନା ବାସନାର ଅପୂରଣୀୟ ଖେଦକୁ ଲଫାପା ମାଧ୍ୟମରେ ପ୍ରେରଣ କରୁଥିଲା। ସେହିପରି ବିଦେଶସ୍ଥିତ ନବ ବିବାହିତ ଯୁବକଟି ପନତ୍ୀ ପାଖକୁ ପ୍ରେରଣ କରୁଥିଲା ପ୍ରୀତି ଅର୍ଘ୍ୟ ସ୍ବରୂପ ହୃଦୟର ଅକୁହା ବେଦନା। ସେ ଅଶିକ୍ଷିତ ଗ୍ରାମ୍ୟ ବଧୂ ହେଉ କିମ୍ବା ସ୍ବଳ୍ପ ଶିକ୍ଷିତ ତା’ର ଯୁବ ସ୍ବାମୀ ହେଉ, ପରସ୍ପର ପ୍ରତି ଯେଉଁ ଭାଷାରେ ପତ୍ରଲିଖନ ହେଉଥିଲା ତାହା ଥିଲା କାବି୍ୟକ ସମ୍ଭାରର ନିଚ୍ଛକ ପ୍ରତିବେଦନ। ସେଥିପାଇଁ ରସିକ ରସରାଜ କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ଲେଖିଲେ-
ବିଦେଶେ ନାୟକ ଭାଳଇ ବସି,
କି କରୁଥିବ ମୋ ପ୍ରୀତି ଲାଳସୀ।
ଭାଳୁଥିବ ବସି ରଜନୀ ଦିବା,
ଧିକ ଜୀବନ ବିଦେଶେ ରହିବା।ା
କିଛି ବର୍ଷ ପୂର୍ବେ ଡାକଘର ମାଧ୍ୟମରେ ଖବରକାଗଜ ଆସୁଥିଲା, ଯାହାର ପାଠକ ଓ ଖବର ଜିଜ୍ଞାସୁଙ୍କର ଭିଡ଼ ଲାଗି ରହୁଥିଲା ଡାକଘର ବାରଣ୍ଡାରେ। ଏପରିକି ପ୍ରାୟ ପଚାଶ ବର୍ଷ ପୂର୍ବେ ମାଟ୍ରିକ୍‌ ରେଜଲ୍ଟ ଖବରକାଗଜରେ ପ୍ରକାଶ ପାଉଥିଲା, ଯାହା ଜାଣିବା ପାଇଁ ଡାକଘରେ ଆଶାୟୀଙ୍କ ଭିଡ଼ ଜମୁଥିଲା। ବିଦେଶସ୍ଥିତ ପୁଅଟି ମନିଅର୍ଡର ମାଧ୍ୟମରେ ଟଙ୍କା ପ୍ରେରଣ କରୁଥିଲା। ମନିଅର୍ଡର ଆସିବାର ବିଳମ୍ବ ମାତାପିତାଙ୍କ ମନରେ ସୃଷ୍ଟି କରୁଥିବା ନାନା ସନ୍ଦେହର ଉଦ୍‌ବେଳନ। ଘରକୁ ଆସୁଥିଲା ତାରବାର୍ତ୍ତା। ଗ୍ରାମର ମୁରବି ଶ୍ରେଣୀୟ ବୟସ୍କ ବ୍ୟକ୍ତି ଜଣେ ପୋଷ୍ଟମାଷ୍ଟର ହେଉଥିଲେ ଯେ ନିଜ ପ୍ରଜ୍ଞା ବଳରେ ଅଶୁଭସୂଚକ ତାରବାର୍ତ୍ତାକୁ ସୁଚାରୁ ରୂପେ ପ୍ରାପକକୁ ପ୍ରାପ୍ତି କରାଉଥିଲେ। ପୋଷ୍ଟ ମାଷ୍ଟର ଥିଲେ ସର୍ବମାନ୍ୟ ଓ ବିଶ୍ୱାସଯୋଗ୍ୟ ବ୍ୟକ୍ତି।
ଇତିହାସ ପୃଷ୍ଠାରୁ ଜଣାଯାଏ ଯେ, ଭାରତରେ ପ୍ରଥମେ ୧୨୯୬ ଖ୍ରୀଷ୍ଟାବ୍ଦରେ ଆଲ୍ଲାଉଦ୍ଦିନ ଖିଲିଜ୍‌ଙ୍କ ଶାସନ କାଳରେ ଆରମ୍ଭ ହୋଇଥିବା ଡାକଘର ବ୍ୟବସ୍ଥା ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟ ୭୦୦ ବର୍ଷରୁ ଊଦ୍ଧର୍‌ବକାଳ ହେଲା ଜନସେବାରେ ବ୍ରତୀ ହୋଇଆସିଛି। ତା’ ପୂର୍ବରୁ ପାରା, ପକ୍ଷୀକୁ ଚିଠି ପରିବେଷଣର ମାଧ୍ୟମ ରୂପେ ବ୍ୟବହାର କରାଯାଉଥିଲା। ଖିଲିଜ୍‌ଙ୍କ ସମୟରେ ଆରମ୍ଭ ହୋଇଥିବା ଡାକସେବାର ମାଧ୍ୟମ ଥିଲା ଘୋଡ଼ା। ଡାକବାଲା ଘୋଡ଼ା ପିଠିରେ ସବାର ହୋଇ ନଗରର କୋଣ ଅନୁକୋଣରେ ଚିଠି ବଣ୍ଟନ କରିବା ସହ ଚିଠି ସଂଗ୍ରହ ମଧ୍ୟ କରୁଥିଲେ। ସ୍ଥଳ ବିଶେଷରେ ପାଦରେ ଚାଲିଚାଲି ଦୀର୍ଘପଥ ଅତିକ୍ରମ କରି ଡାକବାଲା ଚିଠି ବାଣ୍ଟୁଥିଲେ ଓ ପ୍ରେରଣ ଉଦ୍ଦେଶ୍ୟରେ ଚିଠି ସଂଗ୍ରହ କରୁଥିଲେ। ୧୮୫୭ର ସିପାହି ବିଦ୍ରୋହ ପରେ ୧୮୫୮ରେ ଡାକତାର ପ୍ରଚଳନର ଆବଶ୍ୟକତା ଅନୁଭବ କରି ବଡ଼ଲାଟ୍‌ (ପରେ ଭାଇସ୍‌ରାୟ) ଲର୍ଡ ଡେଲ୍‌ହାଉସୀ ପୂର୍ବ ପ୍ରଚଳିତ ଡାକତାର ବିଭାଗର ପୁନର୍ବିନ୍ୟାସ କରି ଏକ ନୂତନ ରୂପ ପ୍ରଦାନ କଲେ। ସିପାହି ବିଦ୍ରୋହ ଅବସାନର ଖବର ପ୍ରଥମେ ଦିଲ୍ଲୀସ୍ଥିତ ଟେଲିଗ୍ରାଫ୍‌ ଅଫିସ୍‌ରୁ ପଞ୍ଜାବ ରେଜିମେଣ୍ଟର ସୈନ୍ୟମାନଙ୍କୁ ଅବଗତ କରାଯାଇଥିଲା। ଡାକ ଓ ତାର ବିଭାଗର ସୁପରିଚାଳନା ପାଇଁ ବ୍ରିଟିଶ୍‌ ସରକାର କେତେକ ଆଇନ ପ୍ରଣୟନ କଲେ, ଯଦ୍ଦ୍ବାରା ପ୍ରେରିତ ଚିଠିର ଗୋପନୀୟତା ରକ୍ଷା କରାଯାଇ ପାରିଲା। ୧୮ ଫେବୃଆରୀ ୧୯୧୧ରେ ପ୍ରଥମ କରି ସରକାରୀ ବିମାନ ଯୋଗେ ଡାକ ଉଡାଣର ଶୁଭାରମ୍ଭ ହୋଇଥିଲା। ବ୍ରିଟିଶ୍‌ ଶାସକମାନେ ସୁଦୂର ଇଂଲଣ୍ଡ ସହ ବାର୍ତ୍ତାଳାପର ସୁବିଧା ଉପଭୋଗ କଲେ। ସେହି ସମୟରେ ରାଜା, ମହାରାଜା ଓ ଜମିଦାରମାନେ ବିଶ୍ୱସ୍ତ ଦୂତମାନଙ୍କ ହାତରେ ପତ୍ର ପ୍ରେରଣ କରୁଥିଲେ। ୧୯୩୩ରେ ଭାରତୀୟ ଟେଲିଗ୍ରାଫି ଆଇନ ପ୍ରଣୟନ କରାଯାଇ ବିପର୍ଯ୍ୟସ୍ତ ଡାକସେବାକୁ ଦେଶବ୍ୟାପୀ ବିସ୍ତୃତ କରାଗଲା। ଦେଶ ସ୍ବାଧୀନ ବେଳକୁ ସମଗ୍ର ଭାରତରେ ଡାକଘର ସଂଖ୍ୟାଥିଲା ୨୩,୩୪୪; ଯାହା କେବଳ ସହରାଞ୍ଚଳରେ ସୀମାବଦ୍ଧ ଥିଲା। ପରବର୍ତ୍ତୀ ସମୟରେ ଡାକସେବାକୁ ବ୍ୟାପକ କରାଯାଇ ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ କରାଗଲା। ୨୦୨୫ ସୁଦ୍ଧା ଦେଶର ପ୍ରାୟ ପ୍ରତି ପଞ୍ଚାୟତରେ ଡାକଘର ପ୍ରତିଷ୍ଠିତ ହୋଇଛି।
ଡାକଘର କେବଳ ଚିଠିପତ୍ର ଆଦାନ ପ୍ରଦାନରେ ସୀମିତ ନ ରହି ବ୍ୟାଙ୍କ ସେବା ପରି ସଞ୍ଚୟ ଜମା କରିବାକୁ ଆପଣେଇ ନେଇଛି। ସବୁପ୍ରକାର ଜମା ଯେପରିକି ସଞ୍ଚୟ ଜମା (ସେଭିଂସ୍‌ ଆକାଉଣ୍ଟ), ସ୍ଥାୟୀ ଜମା (ଫିକ୍ସଡ୍‌ ଡିପୋଜିଟ୍‌), ପୁନଃ ପୌନିକ ଜମା (ରେକରିଂ ଡିପୋଜିଟ୍‌) ଇତ୍ୟାଦି ସହ ଡାକଘର ଜୀବନବୀମା (ପୋଷ୍ଟାଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସ) ଭଳି ସେବାକୁ ଆପଣେଇ ଜନସାଧାରଣଙ୍କ ପ୍ରଭୂତ ଉପକାର କରୁଛି। ମେଧାବୀ ତଥା ଉପଯୁକ୍ତ ଜ୍ଞାନ କୌଶଳରେ ସମୃଦ୍ଧ ପ୍ରବୀଣ ଝିଅ ପୁଅମାନଙ୍କୁ ନିଯୁକ୍ତି ଦିଆଯାଇ ଡାକସେବାକୁ ଉନ୍ନୀତ କରିବାର ସମସ୍ତ ପ୍ରଚେଷ୍ଟା କରାଯାଉଛି। କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ର ଆଧୁନିକ ଜ୍ଞାନ କୌଶଳରେ ଡାକସେବା ଆଜି ସମୃଦ୍ଧ। ବେସରକାରୀ ଚିଠିପତ୍ର ଆଦାନପ୍ରଦାନ ହ୍ରାସ ପାଇଥିଲେ ମଧ୍ୟ ସରକାରୀ ଚିଠି ଏବେ ମଧ୍ୟ ଡାକ ମାଧ୍ୟମରେ ପ୍ରେରଣ କରାଯାଉଛି।
ମୋବାଇଲ ଫୋନର ଆଦୃତି ସତ୍ତ୍ୱେ ଏବେ ମଧ୍ୟ ଡାକଘରର ଗୁରୁତ୍ୱ ହ୍ରାସ ପାଇନାହିଁ। ଡାକସେବାରୁ ତାରସେବାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଗଲା ପରେ ଡାକସେବା ତା’ର ସେବା ଜାରି ରଖିଛି। ଏବେ ମଧ୍ୟ ପୋଷ୍ଟମାଷ୍ଟର ଓ ପୋଷ୍ଟମ୍ୟାନ ନିଯୁକ୍ତି ପାଉଛନ୍ତି। ଡାକଘର ଦିନେ ଥିଲା ଗ୍ରାମ୍ୟ ଜୀବନର ଆଶାର ଆଲୋକ। ବିବିଧ ସରକାରୀ ଯୋଜନା ଅର୍ଥ ସଞ୍ଚୟର ସର୍ବନିମ୍ନ ଅନୁଷ୍ଠାନ ଓ ଅନନ୍ୟ ସେବା ଯୋଗାଣର ମୂର୍ତ୍ତିମନ୍ତ ପ୍ରତୀକ ସ୍ବରୂପ ଡାକଘର ଦଣ୍ଡାୟମାନ। ଡାକଘରର ଅନବଦ୍ୟ ସେବା ଏକ ଅଭୁଲା ସ୍ମୃତି ହୋଇ ଜନମାନସରେ ରହିଆସିଛି ଓ କାଳ କାଳକୁ ରହିଥିବ ମଧ୍ୟ। କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ଗ୍ରାମୀଣ ଅନୁଷ୍ଠାନ ହିସାବରେ ଡାକସେବାର ପୂର୍ବ ଗୌରବ ଫେରାଇ ଆଣିବାର ଉଦ୍ୟମ କରାଯିବା ବାଞ୍ଛନୀୟ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?