ଡାକସେବାର ସ୍ମୃତି

ଚିଠି ନିଅ ଚିଠି। ଗାଁ ଦାଣ୍ଡରେ ଡାକବାଲାର ଏ ଉଚ୍ଚାଟ ସ୍ବରକୁ କାନଡେରି ଚାହିଁ ରହିଥା’ନ୍ତି ବୃଦ୍ଧ ମାତାପିତା, ବୋହୂ ଭୁଆସୁଣୀ ଓ ଆବାଳବୃଦ୍ଧବନିତା। ସଭିଙ୍କର ଉତ୍କଣ୍ଠାର ଉତ୍ସ ଥିଲେ ଡାକବାଲା, ଯେ ହେଉଛନ୍ତି ଫକୀର ମୋହନଙ୍କ ଭାଷାରେ ‘ଡାକମୁନ୍‌ସୀ’। ଖାକି ହାଫ୍‌ ପ୍ୟାଣ୍ଟ ଓ ହାଫ୍‌ ଶାର୍ଟ ପରିହିତ ଡାକବାଲାଙ୍କୁ ଦେଖିଲେ ଅଧସ୍ତନ ପୋଲିସ ବାବୁଙ୍କର ଭ୍ରମ ସୃଷ୍ଟି ହୁଏ। ସମାଜର ସବୁ ଶ୍ରେଣୀର ଲୋକଙ୍କର ଖବର ନେଣଦେଣର ଏକମାତ୍ର ଗୌରବାବହ ଅନୁଷ୍ଠାନ ଥିଲା ଡାକଘର। ଗାଁ ଦାଣ୍ଡରେ, ଗଛଗଣ୍ଡିରେ ଝୁଲୁଥିବା ଡାକବାକ୍ସ ଥିଲା ସୁଖଦୁଃଖ ଓ ଆଶା ନିରାଶାର ଏକ ନିବୁଜ କୋଠରି। ଚିଠି ଖଣ୍ଡେ ଲେଖି ତା’ ଭିତରେ ପକାଇଦେଲେ ମନ ହାଲୁକା ହୋଇ ଯାଉଥିଲା। କୌଣସି ଗମ୍ଭୀର ଏବଂ ଗୋପନୀୟ ବାର୍ତ୍ତା ପ୍ରେରଣ ପାଇଁ ବ୍ୟବହୃତ ହେଉଥିଲା ଅନ୍ତର୍ଦେଶୀୟ ପତ୍ର କିମ୍ବା ଲଫାପା। ନବବଧୂ ରଙ୍ଗିନ୍‌ କାଗଜରେ ସୁନ୍ଦର ସାଙ୍ଗିତିକ ଭାଷାରେ କାମନା ବାସନାର ଅପୂରଣୀୟ ଖେଦକୁ ଲଫାପା ମାଧ୍ୟମରେ ପ୍ରେରଣ କରୁଥିଲା। ସେହିପରି ବିଦେଶସ୍ଥିତ ନବ ବିବାହିତ ଯୁବକଟି ପନତ୍ୀ ପାଖକୁ ପ୍ରେରଣ କରୁଥିଲା ପ୍ରୀତି ଅର୍ଘ୍ୟ ସ୍ବରୂପ ହୃଦୟର ଅକୁହା ବେଦନା। ସେ ଅଶିକ୍ଷିତ ଗ୍ରାମ୍ୟ ବଧୂ ହେଉ କିମ୍ବା ସ୍ବଳ୍ପ ଶିକ୍ଷିତ ତା’ର ଯୁବ ସ୍ବାମୀ ହେଉ, ପରସ୍ପର ପ୍ରତି ଯେଉଁ ଭାଷାରେ ପତ୍ରଲିଖନ ହେଉଥିଲା ତାହା ଥିଲା କାବି୍ୟକ ସମ୍ଭାରର ନିଚ୍ଛକ ପ୍ରତିବେଦନ। ସେଥିପାଇଁ ରସିକ ରସରାଜ କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ଲେଖିଲେ-
ବିଦେଶେ ନାୟକ ଭାଳଇ ବସି,
କି କରୁଥିବ ମୋ ପ୍ରୀତି ଲାଳସୀ।
ଭାଳୁଥିବ ବସି ରଜନୀ ଦିବା,
ଧିକ ଜୀବନ ବିଦେଶେ ରହିବା।ା
କିଛି ବର୍ଷ ପୂର୍ବେ ଡାକଘର ମାଧ୍ୟମରେ ଖବରକାଗଜ ଆସୁଥିଲା, ଯାହାର ପାଠକ ଓ ଖବର ଜିଜ୍ଞାସୁଙ୍କର ଭିଡ଼ ଲାଗି ରହୁଥିଲା ଡାକଘର ବାରଣ୍ଡାରେ। ଏପରିକି ପ୍ରାୟ ପଚାଶ ବର୍ଷ ପୂର୍ବେ ମାଟ୍ରିକ୍‌ ରେଜଲ୍ଟ ଖବରକାଗଜରେ ପ୍ରକାଶ ପାଉଥିଲା, ଯାହା ଜାଣିବା ପାଇଁ ଡାକଘରେ ଆଶାୟୀଙ୍କ ଭିଡ଼ ଜମୁଥିଲା। ବିଦେଶସ୍ଥିତ ପୁଅଟି ମନିଅର୍ଡର ମାଧ୍ୟମରେ ଟଙ୍କା ପ୍ରେରଣ କରୁଥିଲା। ମନିଅର୍ଡର ଆସିବାର ବିଳମ୍ବ ମାତାପିତାଙ୍କ ମନରେ ସୃଷ୍ଟି କରୁଥିବା ନାନା ସନ୍ଦେହର ଉଦ୍‌ବେଳନ। ଘରକୁ ଆସୁଥିଲା ତାରବାର୍ତ୍ତା। ଗ୍ରାମର ମୁରବି ଶ୍ରେଣୀୟ ବୟସ୍କ ବ୍ୟକ୍ତି ଜଣେ ପୋଷ୍ଟମାଷ୍ଟର ହେଉଥିଲେ ଯେ ନିଜ ପ୍ରଜ୍ଞା ବଳରେ ଅଶୁଭସୂଚକ ତାରବାର୍ତ୍ତାକୁ ସୁଚାରୁ ରୂପେ ପ୍ରାପକକୁ ପ୍ରାପ୍ତି କରାଉଥିଲେ। ପୋଷ୍ଟ ମାଷ୍ଟର ଥିଲେ ସର୍ବମାନ୍ୟ ଓ ବିଶ୍ୱାସଯୋଗ୍ୟ ବ୍ୟକ୍ତି।
ଇତିହାସ ପୃଷ୍ଠାରୁ ଜଣାଯାଏ ଯେ, ଭାରତରେ ପ୍ରଥମେ ୧୨୯୬ ଖ୍ରୀଷ୍ଟାବ୍ଦରେ ଆଲ୍ଲାଉଦ୍ଦିନ ଖିଲିଜ୍‌ଙ୍କ ଶାସନ କାଳରେ ଆରମ୍ଭ ହୋଇଥିବା ଡାକଘର ବ୍ୟବସ୍ଥା ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟ ୭୦୦ ବର୍ଷରୁ ଊଦ୍ଧର୍‌ବକାଳ ହେଲା ଜନସେବାରେ ବ୍ରତୀ ହୋଇଆସିଛି। ତା’ ପୂର୍ବରୁ ପାରା, ପକ୍ଷୀକୁ ଚିଠି ପରିବେଷଣର ମାଧ୍ୟମ ରୂପେ ବ୍ୟବହାର କରାଯାଉଥିଲା। ଖିଲିଜ୍‌ଙ୍କ ସମୟରେ ଆରମ୍ଭ ହୋଇଥିବା ଡାକସେବାର ମାଧ୍ୟମ ଥିଲା ଘୋଡ଼ା। ଡାକବାଲା ଘୋଡ଼ା ପିଠିରେ ସବାର ହୋଇ ନଗରର କୋଣ ଅନୁକୋଣରେ ଚିଠି ବଣ୍ଟନ କରିବା ସହ ଚିଠି ସଂଗ୍ରହ ମଧ୍ୟ କରୁଥିଲେ। ସ୍ଥଳ ବିଶେଷରେ ପାଦରେ ଚାଲିଚାଲି ଦୀର୍ଘପଥ ଅତିକ୍ରମ କରି ଡାକବାଲା ଚିଠି ବାଣ୍ଟୁଥିଲେ ଓ ପ୍ରେରଣ ଉଦ୍ଦେଶ୍ୟରେ ଚିଠି ସଂଗ୍ରହ କରୁଥିଲେ। ୧୮୫୭ର ସିପାହି ବିଦ୍ରୋହ ପରେ ୧୮୫୮ରେ ଡାକତାର ପ୍ରଚଳନର ଆବଶ୍ୟକତା ଅନୁଭବ କରି ବଡ଼ଲାଟ୍‌ (ପରେ ଭାଇସ୍‌ରାୟ) ଲର୍ଡ ଡେଲ୍‌ହାଉସୀ ପୂର୍ବ ପ୍ରଚଳିତ ଡାକତାର ବିଭାଗର ପୁନର୍ବିନ୍ୟାସ କରି ଏକ ନୂତନ ରୂପ ପ୍ରଦାନ କଲେ। ସିପାହି ବିଦ୍ରୋହ ଅବସାନର ଖବର ପ୍ରଥମେ ଦିଲ୍ଲୀସ୍ଥିତ ଟେଲିଗ୍ରାଫ୍‌ ଅଫିସ୍‌ରୁ ପଞ୍ଜାବ ରେଜିମେଣ୍ଟର ସୈନ୍ୟମାନଙ୍କୁ ଅବଗତ କରାଯାଇଥିଲା। ଡାକ ଓ ତାର ବିଭାଗର ସୁପରିଚାଳନା ପାଇଁ ବ୍ରିଟିଶ୍‌ ସରକାର କେତେକ ଆଇନ ପ୍ରଣୟନ କଲେ, ଯଦ୍ଦ୍ବାରା ପ୍ରେରିତ ଚିଠିର ଗୋପନୀୟତା ରକ୍ଷା କରାଯାଇ ପାରିଲା। ୧୮ ଫେବୃଆରୀ ୧୯୧୧ରେ ପ୍ରଥମ କରି ସରକାରୀ ବିମାନ ଯୋଗେ ଡାକ ଉଡାଣର ଶୁଭାରମ୍ଭ ହୋଇଥିଲା। ବ୍ରିଟିଶ୍‌ ଶାସକମାନେ ସୁଦୂର ଇଂଲଣ୍ଡ ସହ ବାର୍ତ୍ତାଳାପର ସୁବିଧା ଉପଭୋଗ କଲେ। ସେହି ସମୟରେ ରାଜା, ମହାରାଜା ଓ ଜମିଦାରମାନେ ବିଶ୍ୱସ୍ତ ଦୂତମାନଙ୍କ ହାତରେ ପତ୍ର ପ୍ରେରଣ କରୁଥିଲେ। ୧୯୩୩ରେ ଭାରତୀୟ ଟେଲିଗ୍ରାଫି ଆଇନ ପ୍ରଣୟନ କରାଯାଇ ବିପର୍ଯ୍ୟସ୍ତ ଡାକସେବାକୁ ଦେଶବ୍ୟାପୀ ବିସ୍ତୃତ କରାଗଲା। ଦେଶ ସ୍ବାଧୀନ ବେଳକୁ ସମଗ୍ର ଭାରତରେ ଡାକଘର ସଂଖ୍ୟାଥିଲା ୨୩,୩୪୪; ଯାହା କେବଳ ସହରାଞ୍ଚଳରେ ସୀମାବଦ୍ଧ ଥିଲା। ପରବର୍ତ୍ତୀ ସମୟରେ ଡାକସେବାକୁ ବ୍ୟାପକ କରାଯାଇ ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ କରାଗଲା। ୨୦୨୫ ସୁଦ୍ଧା ଦେଶର ପ୍ରାୟ ପ୍ରତି ପଞ୍ଚାୟତରେ ଡାକଘର ପ୍ରତିଷ୍ଠିତ ହୋଇଛି।
ଡାକଘର କେବଳ ଚିଠିପତ୍ର ଆଦାନ ପ୍ରଦାନରେ ସୀମିତ ନ ରହି ବ୍ୟାଙ୍କ ସେବା ପରି ସଞ୍ଚୟ ଜମା କରିବାକୁ ଆପଣେଇ ନେଇଛି। ସବୁପ୍ରକାର ଜମା ଯେପରିକି ସଞ୍ଚୟ ଜମା (ସେଭିଂସ୍‌ ଆକାଉଣ୍ଟ), ସ୍ଥାୟୀ ଜମା (ଫିକ୍ସଡ୍‌ ଡିପୋଜିଟ୍‌), ପୁନଃ ପୌନିକ ଜମା (ରେକରିଂ ଡିପୋଜିଟ୍‌) ଇତ୍ୟାଦି ସହ ଡାକଘର ଜୀବନବୀମା (ପୋଷ୍ଟାଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସ) ଭଳି ସେବାକୁ ଆପଣେଇ ଜନସାଧାରଣଙ୍କ ପ୍ରଭୂତ ଉପକାର କରୁଛି। ମେଧାବୀ ତଥା ଉପଯୁକ୍ତ ଜ୍ଞାନ କୌଶଳରେ ସମୃଦ୍ଧ ପ୍ରବୀଣ ଝିଅ ପୁଅମାନଙ୍କୁ ନିଯୁକ୍ତି ଦିଆଯାଇ ଡାକସେବାକୁ ଉନ୍ନୀତ କରିବାର ସମସ୍ତ ପ୍ରଚେଷ୍ଟା କରାଯାଉଛି। କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ର ଆଧୁନିକ ଜ୍ଞାନ କୌଶଳରେ ଡାକସେବା ଆଜି ସମୃଦ୍ଧ। ବେସରକାରୀ ଚିଠିପତ୍ର ଆଦାନପ୍ରଦାନ ହ୍ରାସ ପାଇଥିଲେ ମଧ୍ୟ ସରକାରୀ ଚିଠି ଏବେ ମଧ୍ୟ ଡାକ ମାଧ୍ୟମରେ ପ୍ରେରଣ କରାଯାଉଛି।
ମୋବାଇଲ ଫୋନର ଆଦୃତି ସତ୍ତ୍ୱେ ଏବେ ମଧ୍ୟ ଡାକଘରର ଗୁରୁତ୍ୱ ହ୍ରାସ ପାଇନାହିଁ। ଡାକସେବାରୁ ତାରସେବାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଗଲା ପରେ ଡାକସେବା ତା’ର ସେବା ଜାରି ରଖିଛି। ଏବେ ମଧ୍ୟ ପୋଷ୍ଟମାଷ୍ଟର ଓ ପୋଷ୍ଟମ୍ୟାନ ନିଯୁକ୍ତି ପାଉଛନ୍ତି। ଡାକଘର ଦିନେ ଥିଲା ଗ୍ରାମ୍ୟ ଜୀବନର ଆଶାର ଆଲୋକ। ବିବିଧ ସରକାରୀ ଯୋଜନା ଅର୍ଥ ସଞ୍ଚୟର ସର୍ବନିମ୍ନ ଅନୁଷ୍ଠାନ ଓ ଅନନ୍ୟ ସେବା ଯୋଗାଣର ମୂର୍ତ୍ତିମନ୍ତ ପ୍ରତୀକ ସ୍ବରୂପ ଡାକଘର ଦଣ୍ଡାୟମାନ। ଡାକଘରର ଅନବଦ୍ୟ ସେବା ଏକ ଅଭୁଲା ସ୍ମୃତି ହୋଇ ଜନମାନସରେ ରହିଆସିଛି ଓ କାଳ କାଳକୁ ରହିଥିବ ମଧ୍ୟ। କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ଗ୍ରାମୀଣ ଅନୁଷ୍ଠାନ ହିସାବରେ ଡାକସେବାର ପୂର୍ବ ଗୌରବ ଫେରାଇ ଆଣିବାର ଉଦ୍ୟମ କରାଯିବା ବାଞ୍ଛନୀୟ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri