ବ୍ଲାକସ୍ପଟ୍‌ରେ ସାଇନେଜ୍‌ ଲଗାଅ

ଢେଙ୍କାନାଳ ଅଫିସ, ୨।୧:ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି କହିଲେ, ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ ଯୋଗୁ ଦୁର୍ଘଟଣା ବଢୁଛି। ଏହି ସଡ଼କରେ ଚିହ୍ନଟ ହୋଇଥିବା ୪୬ ବ୍ଲାକସ୍ପଟ୍‌ରେ ସାଇନେଜ୍‌ ଲଗାଇବା ସହ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ପକ୍ଷରୁ କର୍ମଚାରୀଙ୍କୁ ନିୟୋଜିତ କରିବା ଲାଗି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ରେ ଯେପରି ୫୦% ଦୁର୍ଘଟଣା ହ୍ରାସ ପାଇବ ସେଥିଲାଗି ଯତ୍ନବାନ ହେବା ଏବଂ ସଡ଼କ ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା ଲାଗି ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି।
ଢେଙ୍କାନାଳ ଜିଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ନେଇ ମୁଖ୍ୟ ଶାସନ ସଚିବ କ୍ଷୋଭ ବ୍ୟକ୍ତ କରିଥିବା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କହିଥିଲେ। ଏନ୍‌ଏଚ୍‌ ସମେତ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତା ପାର୍ଶ୍ୱରେ ଥିବା ସ୍କୁଲ ସମ୍ମୁଖରେ ପିଲାଙ୍କ ସୁରକ୍ଷା ପାଇଁ ସାଇନେଜ୍‌ ଲଗାଯିବ। ଦୁର୍ଘଟଣାପ୍ରବଣ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ ସମ୍ମୁଖରେ ଅନୁରୂପ ବ୍ୟବସ୍ଥା କରାଯିବ। ଟ୍ରାଫିକ୍‌ ପରିଚାଳନା ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେପରୁଆ ଗାଡ଼ିଚାଳନା ଦୁର୍ଘଟଣାର ଅନ୍ୟତମ କାରଣ। ଏଣିକି ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲମେଟ୍‌ ଓ ସିଟ୍‌ବେଲ୍ଟ, କାଗଜପତ୍ର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଡିସେମ୍ବରରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇ ୭ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଅତିରିକ୍ତ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା ସୂଚନା ଦେଇଛନ୍ତି।
ଢେଙ୍କାନାଳ ରଥଗଡ଼ାରେ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କ ପାଇଁ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟାର ସମାଧାନ ଲାଗି ଉପଜିଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ସିମିନଇ-ଚାଇଁପୁର-ଝାରଗାଡ଼ିଆ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବା ଲାଗି ପ୍ରସ୍ତାବ ଦିଆଯାଇଥିବାବେଳେ ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବାକୁ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ପରାମର୍ଶ ଦେଇଛନ୍ତି। ଏଣିକି ଜାତୀୟ ରାଜପଥର ପ୍ରତି ୫୦ କିଲୋମିଟର ବ୍ୟବଧାନରେ ଗୋଟିଏ ଟ୍ରମା ସେଣ୍ଟର ଖୋଲିବ। ଏଥିଲାଗି କେନ୍ଦ୍ରୀୟ ପ୍ରତିନିଧି ଦଳ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବା ଏମ୍‌ଭିଆଇ ଦେବାଶିଷ ସ୍ବାଇଁ ସୂଚନା ଦେଇଥିଲେ। ବୈଠକରେ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ସମେତ ସଡ଼କ ସୁରକ୍ଷା କମିଟି ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri