କରୋନାରୁ ସୁସ୍ଥ ହେବା ପରେ ସମ୍ପୂର୍ଣ୍ଣ ସ୍ବାଦ, ଗନ୍ଧ ଫେରିବାକୁ ୧ ବର୍ଷ ଲାଗିପାରେ: ବିଶେଷଜ୍ଞ

ପ୍ୟାରିସ୍,୨୭ା୬: କରୋନାରୁ ସୁସ୍ଥ ହେବା ପରେ ଯଦି ସ୍ବାଦ ଏବଂ ଗନ୍ଧ ବାରି ନ ହୁଏ ତେବେ ଏହା ଫେରିବାକୁ ୧ ବର୍ଷ ଲାଗିପାରେ ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି। କରୋନା ଭାଇରସକୁ ୨୦୨୦ ଆରମ୍ଭରେ ମହାମାରୀ ଘୋଷଣା କରାଯାଇଥିଲା। ଗନ୍ଧ ହରାଇବା ବ୍ୟକ୍ତିଙ୍କ ଜୀବନଶୈଳୀକୁ ଏହା ବିଶେଷ ଭାବରେ ପ୍ରଭାବିତ କରିଥାଏ। ଫଳରେ ଖାଦ୍ୟର ସ୍ବାଦ ଚାଖିବା, ପରିବେଶରେ ବାୟୁବାହକ ବିପଦ ଚିହ୍ନଟ କରିବା ଏବଂ ଇନ୍ଦ୍ରିୟ ଉପରେ ନିର୍ଭରଶୀଳ ଅନ୍ୟାନ୍ୟ କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ।

ଫ୍ରାନ୍ସର ଷ୍ଟ୍ରାସବର୍ଗର ୟୁନିଭର୍ସିଟି ହସ୍ପିଟାଲର ଅନୁସନ୍ଧାନକାରୀମାନେ ୯୭ ଜଣଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଯେଉଁମାନେ କରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କର ଗନ୍ଧ ଏବଂ ସ୍ବାଦ ହରାଇଥିଲେ। ଏହି ସମସ୍ୟା ସେମାନଙ୍କ ମଧ୍ୟରେ ଏକ ବର୍ଷ ପର୍ଯ୍ୟନ୍ତ ଦେଖାଗଲା। ଅଧ୍ୟୟନ ସମୟରେ, ଏହି ଲୋକମାନଙ୍କୁ ପ୍ରତି ୪ ମାସରେ ଏକ ସର୍ଭେ କରିବାକୁ କୁହାଯାଇଥିଲା। ଏଥିମଧ୍ୟରୁ ୫୧ ଜଣ ପ୍ରତି ଚାରି ମାସରେ କରାଯାଇଥିବା ସର୍ଭେରେ ଅଂଶଗ୍ରହଣ କରିଥିବାବେଳେ ଅବଶିଷ୍ଟ ୪୬ ଜଣ ପୂରା ବର୍ଷ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଏହା ଜଣାଇଥିଲେ। ୮ ମାସ ପରେ ୫୧ଟି ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇଥିବାବେଳେ ଅବଶିଷ୍ଟ ଦୁଇ ରୋଗୀଙ୍କ ମଧ୍ୟରୁ ଜଣେ ଅସ୍ବାଭାବିକ ଭାବରେ ଗନ୍ଧ ଚିହ୍ନଟ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟଜଣକ ଅଧ୍ୟୟନ ଶେଷ ସୁଦ୍ଧା ଗନ୍ଧ ବାରିବାରେ ସକ୍ଷମ ହୋଇ ନ ଥିଲେ।

ବିଶେଷଜ୍ଞମାନେ କହିଛନ୍ତି ଯେ, କରୋନା ସଂକ୍ରମଣ ପରେ ପୋଷ୍ଟ-କୋଭିଡ୍‌ ସମସ୍ୟା ରୋଗୀଙ୍କୁ ଘାରିଛି। ଏହାକୁ ରୋକିବା ପାଇଁ କିଛି କଥା ପ୍ରତି ଗୁରତ୍ୱ ଦେବା ଆବଶ୍ୟକ। ରୋଗୀ ଅଧିକ ଚାପଗ୍ରସ୍ତ ହେବା ଉଚିତ୍‌ ନୁହେଁ। ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟରେ ଅଧିକ ପାନୀୟ ସାମିଲ କରନ୍ତୁ। ଏହି ସମୟରେ, ଇଣ୍ଟରନେଟ୍‌ ଏବଂ ନ୍ୟୁଜ୍‌ ଚ୍ୟାନେଲରେ କରୋନା ସମ୍ବନ୍ଧୀୟ ସୂଚନା ପଢ଼ନ୍ତୁ ନାହିଁ କିମ୍ବା ଦେଖନ୍ତୁ ନାହିଁ। କେବଳ ବୈଜ୍ଞାନିକଙ୍କ ସୂଚନା ରଖନ୍ତୁ। ଅଧିକ ଚାପ ନିଅନ୍ତୁ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା ରୋଗୀଙ୍କୁ ସାଧାରଣ ଜନତା ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବା ଉଚିତ୍‌। ଯଦି ଏହି ସବୁର ଯତ୍ନ ନିଆଯାଏ ତେବେ ରୋଗୀମାନେ କରୋନାକୁ ମାତ୍‌ ଦେବାରେ ସମ୍ପୂର୍ଣ୍ଣ ସକ୍ଷମ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ କମୁନି କରୋନା ସଂକ୍ରମଣ

ପ୍ୟାରିସ,୧ ।୨: ଗତ ପ୍ରାୟ ଦୁଇଦିନ ହେବ ଫ୍ରାନ୍ସରେ କରୋନା ସଂକ୍ରମଣ ସାମନ୍ୟ କମ୍ ହୋଇଥିବା ବେଳେ ପୁଣିଥରେ ଆମେରିକାକୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛି...

ପାଣିରେ ଜରୁରୀ ଅବତରଣ କଲା ବିମାନ

ନ୍ୟୁୟର୍କ,୨।୭: ଦୁଇ କ୍ରୁ ମେମ୍ବରକୁ ନେଇ ଉଡାଣ ଆରମ୍ଭ କରିଥିବା ଏକ ବୋଇଂ ୭୩୭ କାଗ୍ରୋ ବିମାନ ଶୁକ୍ରବାର ସକାଳେ ହୋନୋଲୁଲୁ ପାଣିରେ ଜରୁରୀକାଳିନ ଅବତରଣ...

ଆତ୍ମସମର୍ପଣ କରିବାକୁ ମନା କଲା ୟୁକ୍ରେନ

କ୍ୱିଭ୍‌,୨୧।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟ ମଧ୍ୟରେ ୨୬ ଦିନ ମଧ୍ୟରେ ଲାଗିଥିବା ଏହି ଯୁଦ୍ଧ...

‘ଏଲେକ୍ସ’ ଘୂର୍ଣ୍ଣିଝଡ଼କୁ ନ୍ୟୁକ୍ଲିୟର ବମ୍‌ରେ ଉଡାଇଦେବାକୁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେତେବେଳେ କ’ଣ କୁହନ୍ତି ତା’ର କିଛି ଠିକଣା ନ ଥାଏ। ସେଥିପାଇଁ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏବେ...

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ, ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ…

ମସ୍କୋ,୫।୧୨: ୟୁକ୍ରେନ ସୀମାରେ ରୁଷିଆ ସୈନ୍ୟ ଠୁଳ କରିବା ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଏହା ଯୋଗୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ...

ବସ ରୋକି ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଅଜଣା ବ୍ୟକ୍ତି

ଇସଲାମାବାଦ୍‌,୧୮।୪: ପାକିସ୍ତାନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବାଲୁଚିସ୍ତାନ ରାଜମାର୍ଗରେ ୫-୬ ଯାତ୍ରୀବାହୀ ବସ୍‌କୁ କେତେକ ଅଜଣା ବ୍ୟକ୍ତି ଅଟକାଇଥିଲେ। ଯାତ୍ରୀମାନଙ୍କୁ ବାହାରକୁ ଆଣି...

ବାହାରିବ ୧ ଲକ୍ଷ ଟଙ୍କିଆ ନୋଟ୍‌: ଏଥିରେ ମିଳିବ କେବଳ ୨ କେଜି ଆଳୁ

ଏକଦା ଭେନେଜୁଏଲା ସବୁଠାରୁ ଧନୀ ଦେଶ ତାଲିକାରେ ରହିଥିଲା। କିନ୍ତୁ ଏବେ ଏହି ଦେଶର ମୁଦ୍ରାର ମୂଲ୍ୟ ବହୁତ କମ୍‌। ତେଣୁ ଏଠାରେ ଏକ କପ୍‌...

ସିଏଏ ଅନାବଶ୍ୟକ, କିନ୍ତୁ …

ଦୁବାଇ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା କହିଛନ୍ତି।...

Advertisement
Archives

Model This Week