ପୋର୍ଟାଲ ଭୁଶୁଡ଼ିଲା

ନୂଆଦିଲ୍ଲୀ, ୨୯।୪: ଆସନ୍ତା ୧ ତାରିଖରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜୀକରଣରେ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷୀୟ ପ୍ରାୟ ୬୧ କୋଟି ନାଗରିକ କୋଭିଡ୍‌ ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିଲାଗି ବୁଧବାର ଅପରାହ୍ନରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ବହୁସଂଖ୍ୟକ ଯୁବପିଢ଼ି ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ କୋଭିଡ୍‌-୧୯ ଭାକ୍ସିନେଶନ ପୋର୍ଟାଲ ‘କୋଓ୍ବିନ୍‌’କୁ ଖୋଲିବାରୁ ତାହା ବୋଝ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଥିଲା। ଫଳରେ କୋଭିଡ୍‌ ପରିଚାଳନାରେ କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟିର ଅଭାବ ପଦାରେ ପଡ଼ିଥିଲା। ଏହାକୁ କେନ୍ଦ୍ରୀୟ ଅପାରଗତାର ଆଉ ଏକ ନମୁନା ବୋଲି ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି। ତୃତୀୟ ପର୍ଯ୍ୟାୟରେ ସାବାଳକମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଥିବାରୁ ଏକ ସଙ୍ଗେ ବହୁସଂଖ୍ୟାରେ ଲୋକ ଆଗେଇ ଆସିଥିଲେ। ଏଥିପାଇଁ ଏକ ମିନିଟରେ ପ୍ରାୟ ୨୭ ଲକ୍ଷ ହିଟ୍‌ ହୋଇଥିଲା ବୋଲି ସରକାରୀ ସୂତ୍ରରୁ ଜଣାଡ଼ିଛି। ଫଳରେ ପଞ୍ଜୀକରଣ ଆରମ୍ଭର କିଛି ମିନିଟ ପରେ ଲୋଡ୍‌ ନେଇ ନ ପାରି କୋଭିଡ୍‌-୧୯ ଭାକ୍ସିନେଶନ ପୋର୍ଟାଲ କୋଓ୍ବିନ୍‌ କ୍ରାସ୍‌ କରିଥିଲା। ସେହିପରି ଆରୋଗ୍ୟ ସେତୁ ଆପ୍‌ରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। କିଛି ସମୟ ପରେ ଉଭୟ ପ୍ଲାଟ୍‌ଫର୍ମ ସ୍ବାଭାବିକ ହୋଇଥିଲା ଏବଂ ଯୋଗ୍ୟ ହିତାଧିକାରୀମାନେ ଟିକା ପାଇଁ ନାମ ପଞ୍ଜୀକରଣ କରାଇଥିଲେ। ମାତ୍ର ୩ ଘଣ୍ଟା (ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା) ମଧ୍ୟରେ ୭୯,୬୫,୭୨୦ ଜଣ ଟିକା ନେବା ପାଇଁ ପଞ୍ଜିକୃତ ହୋଇଛନ୍ତି। ଟିକା ପାଇଁ ନାମ ପଞ୍ଜୀକରଣ ବେଳେ ସମସ୍ୟାର ସମ୍ମୁଖୀନ ହୋଇଥିବା ବ୍ୟକ୍ତିମାନେ ସୋସିଆଲ ମିଡିଆ ଯୋଗେ ସେମାନଙ୍କ ଅଭିଜ୍ଞତା ଶେୟାର କରିଛନ୍ତି। ଅପରାହ୍ନ ୪ଟାରେ ପଞ୍ଜୀକରଣ ଆରମ୍ଭ ହେବା କ୍ଷଣି କୋଓ୍ବିନ ଓ୍ବେବ୍‌ସାଇଟ ଲୋଡ୍‌ ନେବାରେ ସକ୍ଷମ ହେଉ ନ ଥିବା କିମ୍ବା ପ୍ଲାଟଫର୍ମକୁ ଲଗ୍‌ ଇନ୍‌ କରିବା ପାଇଁ ଓଟିପି ଆସୁ ନ ଥିବା ଅଭିଯୋଗ ବହୁସଂଖ୍ୟାରେ ଆସିଥିଲା। ପୁଣି କେତେଜଣ ଓଟିପି ପାଇଥିଲେ ମଧ୍ୟ ପୋର୍ଟାଲ ଓ୍ବେବ୍‌ସାଇଟରେ ତାହାକୁ ଟାଇପ୍‌ କରିପାରି ନ ଥିଲେ।
ଦେଶରେ ଜାନୁୟାରୀ ୧୬ରୁ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏଥିପାଇଁ ଗୋଟିଏ ଦିନରେ ସର୍ବାଧିକ ୫୦ ଲକ୍ଷ ପଞ୍ଜୀକରଣ ହୋଇଥିଲା। ବୁଧବାର ପଞ୍ଜୀକରଣ ଏହାର ଦୁଇଗୁଣରୁ ଅଧିକ ହେବ ବୋଲି ଆଶା କରାଯାଉଥିବା ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷର ସିଇଓ ଆର୍‌.ଏସ୍‌. ଶର୍ମା ଗଣମାଧ୍ୟମକୁ କହିଛନ୍ତି। ପଞ୍ଜୀକରଣ ଲୋଡ୍‌ ସିଷ୍ଟମ ନେଇପାରିବ ବୋଲି ସେ କହିଛନ୍ତି।
ତୃତୀୟ ପର୍ଯ୍ୟାୟରେ ବିନା ପଞ୍ଜୀକରଣରେ କେହି ଟିକା ନେଇପାରିବେ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ସେଥିପାଇଁ ଏକସଙ୍ଗେ ବହୁସଂଖ୍ୟାରେ ଲୋକ ପଞ୍ଜୀକରଣ ପାଇଁ ଉଦ୍ୟମ କରିବାରୁ ସମସ୍ୟା ଉପୁଜିଥିବା କୁହାଯାଉଛି। ରାଜ୍ୟ ଓ ଘରୋଇ ଟିକା କେନ୍ଦ୍ରଗୁଡ଼ିକରେ ସ୍ଲଟ୍‌ ଉପଲବ୍ଧତାକୁ ନେଇ ଆପଏଣ୍ଟମେଣ୍ଟ ଦିଆଯିବ। ଅଧିକ ଆପଏଣ୍ଟମେଣ୍ଟ ସ୍ଲଟ୍‌ ଖୁବ୍‌ଶୀଘ୍ର ପ୍ରଦାନ କରାଯିବ। ଯଦି ଏବେ ସ୍ଲଟ ଉପଲବ୍ଧ ହେଉନାହିଁ, ତେବେ କିଛି ସମୟ ପରେ ପୁଣିଥରେ ଦେଖିବାକୁ ପରାମର୍ଶ ଦିଆଯାଇଛି। ପଞ୍ଜୀକରଣ ପାଇଁ https://www.cowin.gov.in/homeକୁ ଯାଇ register କିମ୍ବା sign-in ଅପ୍ସନରେ କ୍ଲିକ୍‌ କରିବାକୁ ହେବ। ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଓ୍ବେବ୍‌ସାଇଟ ଆରୋଗ୍ୟ ସେତୁ ଆପ୍‌ରେ ମଧ୍ୟ ପଞ୍ଜୀକରଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?