ଲୋକପ୍ରିୟ ପ୍ରଧାନମନ୍ତ୍ରୀ

ଜସିଣ୍ଡା ଆର୍ଡେର୍ନ ମାତ୍ର ୩୭ ବର୍ଷ ବୟସରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ଏବେ ତାଙ୍କୁ ମାତ୍ର ୪୦ ବର୍ଷ ଓ ସେ ଦ୍ୱିତୀୟ ଥର ପାଇଁ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରି ସେହି ଦେଶର ପ୍ରଧାନମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଧାରୀ ହୋଇପାରିଛନ୍ତି। କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବାରେ ତାଙ୍କ ସରକାର ସଫଳ ହୋଇଥିବାରୁ ତାଙ୍କ ଦଳ ଲେବର ପାର୍ଟି ପ୍ରତି ଜନମତ ବୃଦ୍ଧି ପାଇଛି। ୨୦୧୭ରେ ଦେଶର ପ୍ରଧାନମନ୍ତ୍ରୀ ହେବାଠାରୁ ସେ କୌଣସି ଜନମଙ୍ଗଳ କାର୍ଯ୍ୟ କରିନାହାନ୍ତି ବୋଲି ବିରୋଧୀ ଯେଉଁ ଅଭିଯୋଗ ଆଣିଥିଲେ ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି। ୧୭ ଅକ୍ଟୋବରରେ ୭୨ ପ୍ରତିଶତ ଭୋଟ ଗଣନା କରାଯାଇଥିଲା ଓ ସେଥିରେ ଜସିଣ୍ଡାଙ୍କ ଲେବର ପାର୍ଟି ୪୯ ପ୍ରତିଶତ ଭୋଟ ପାଇ ସର୍ବାଗ୍ରେ ରହିଛି। ୧୯୩୦ ପରଠାରୁ ଲେବର ପାର୍ଟିର ଏଭଳି ବିଜୟ ହୋଇ ନ ଥିଲା ବୋଲି କୁହାଯାଉଛି। ବିଜୟ ରାସ୍ତା ଦେଖାଦେବା ପରେ ସେ କହିଛନ୍ତି ଯେ, କରୋନା ଭୂତାଣୁ ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଯାଇଥିବାରୁ ତାହାକୁ ସୁଦୃଢ଼ କରିବା ଲାଗି ଦେଶବାସୀ ତାଙ୍କୁ ସମର୍ଥନ ଦେଇଛନ୍ତି। ସେ ସେହି ଚିନ୍ତାବଳକୁ ଉପଯୋଗ କରି ମହାମାରୀ ପ୍ରତିହତ କରିବାରେ ପୂର୍ଣ୍ଣପ୍ରାଣେ ଚେଷ୍ଟା କରିବେ। ଏଥିସହିତ ସମାଜରେ ଦେଖାଦେଉଥିବା ସାମାଜିକ ଅସମାନତା ଦୂର କରିବା ଲାଗି ଆଗକୁ କାର୍ଯ୍ୟ କରିବେ ବୋଲି ଜସିଣ୍ଡା କହିଛନ୍ତି। କରୋନା ଭାଇରସ୍‌ ପରିଚାଳନାରେ ସରକାର ବିଫଳ ହୋଇଛନ୍ତି କହି ନିର୍ବାଚନ ପ୍ରଚାର କରୁଥିବା ନ୍ୟାଶନାଲ ପାର୍ଟି ମାତ୍ର ୨୭ ପ୍ରତିଶତ ଭୋଟ ପାଇ ୨୦୦୨ ପରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା କୁହାଯାଉଛି। ଅନ୍ୟ ଏକ ରାଜନୈତିକ ଦଳ ଗ୍ରୀନ୍‌ ପାର୍ଟି କେବଳ ୭.୬ ପ୍ରତିଶତ ଭୋଟ ପାଇଛି। ବିପୁଳ ବିଜୟ ପରେ ଜସିଣ୍ଡା କହିଛନ୍ତି ଯେ, ସ୍ଥିତି ଦେଖି ସେ ଗ୍ରୀନ୍‌ ପାର୍ଟିକୁ ସରକାରରେ ସାମିଲ କରିବା ନେଇ ଚିନ୍ତା କରିବେ। କମ୍‌ ବର୍ଷ ବୟସରେ ଦ୍ୱିତୀୟ ବଡ଼ ସଫଳତା ପାଇଥିବାରୁ ଜସିଣ୍ଡାଙ୍କ ବ୍ୟକ୍ତିତ୍ୱ ବିଷୟରେ ଚାରିଆଡ଼େ ଚର୍ଚ୍ଚା ହେଉଛି।
ହାମିଲଟନ୍‌ରେ ୨୬ ଜୁଲାଇ ୧୯୮୦ରେ ଜସିଣ୍ଡା ଜନ୍ମଗ୍ରହଣ କରିଥିଲେ। ସେ ମୋରିନ୍‌ସ୍‌ଭିଲ୍ଲେ ଓ ମୁରୁପାରାରେ ବଢ଼ିଥିଲେ। ମୁରୁପାରାର ଷ୍ଟେଟ୍‌ ସ୍କୁଲରେ ସେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ୨୦୦୧ରେ ଓ୍ବିକାଟୋ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଏହା ପରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହେଲେନ୍‌ କ୍ଲାର୍କଙ୍କ କାର୍ଯ୍ୟାଳୟରେ ଜଣେ ଗବେଷିକା ଭାବେ ନିଯୁକ୍ତ ହୋଇଥିଲେ। ପରେ ଲଣ୍ଡନ ଯାଇ ସେଠାରେ କାର୍ଯ୍ୟ କରିଥିଲେ। ସେହି ସମୟରେ ସେ ଇଣ୍ଟରନ୍ୟାଶନାଲ ୟୁନିୟନ୍‌ ଅଫ୍‌ ସୋସିଆଲିଷ୍ଟ ୟୁଥ୍‌ର ସଭାପତି ନିର୍ବାଚିତ ହୋଇଥିଲେ। ସେଥିରେ ନେତୃତ୍ୱ ନେବା ବେଳେ ସେ ଅନ୍ତର୍ଜାତୀୟ ସ୍ତରର ରାଜନୈତିକ ବାତାବରଣକୁ ବୁଝିପାରିଥିଲେ। ଫଳରେ ନିଜ ଦେଶର ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାକୁ ପ୍ରେରଣା ପାଇଥିଲେ। ଜସିଣ୍ଡାଙ୍କ ପିଉସୀ ମେରି ଅର୍ଡେର୍ନ। ତାଙ୍କୁ ରାଜନୀତିକୁ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମେରି ନ୍ୟୁ ପ୍ଲିମାଉଥ୍‌ ନିର୍ବାଚନ ପ୍ରଚାର କଲା ବେଳେ ଜସିଣ୍ଡା ତାଙ୍କୁ ସାହାଯ୍ୟ କରିଥିଲେ। ତେବେ ଜସିଣ୍ଡା ଯେତେବେଳେ ଲେବର ପାର୍ଟିରେ ଯୋଗ ଦେଇଥିଲେ ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ୨୦୦୮ ନିର୍ବାଚନ ପୂର୍ବରୁ ସେ ଲେବର ପାର୍ଟି ତାଲିକାର ୨୦ତମ ସ୍ଥାନରେ ରହି ରାଜନୈତିକ ମହଲରେ ଯୁବ ଦକ୍ଷତା ପ୍ରତିପାଦନ କରିପାରିଥିଲେ। ଜଣେ କାର୍ଯ୍ୟକାରୀ ଏମ୍‌ପି ନ ହୋଇ ସେ ଯେଉଁ ସ୍ତରରେ ପହଞ୍ଚିପାରିଥିଲେ ତାହା କମ୍‌ ରାଜନେତାଙ୍କ ଭାଗ୍ୟକୁ ଜୁଟିଥାଏ। ହେଲେ ପ୍ରାରମ୍ଭିକ ଅବସ୍ଥାରେ ଭୋଟ ରାଜନୀତିରେ ସେ ବିଫଳ ହୋଇଥିଲେ। କିନ୍ତୁ ଲେବର ପାର୍ଟି ତାଲିକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଭାବେ ସ୍ଥାନ ପାଇଥିବାରୁ ସେହି ଅନୁଯାୟୀ ତାଙ୍କୁ ପାର୍ଲାମେଣ୍ଟକୁ ପ୍ରବେଶ କରିବାର ଅନୁମତି ମିଳିଥିଲା। ଏଥିସହିତ ସେ ଦେଶର ସର୍ବକନିଷ୍ଠା ଏମ୍‌ପି ହୋଇପାରିଥିଲେ। ୨୦୧୧ରେ ସେ ପୁଣି ଅକ୍‌ଲାଣ୍ଡ ସେଣ୍ଟ୍ରାଲରୁ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ସେଥିରେ ପୁନଶ୍ଚ ବିଫଳ ହେବା ପରେ ପାର୍ଟି ଲିଷ୍ଟ ଦେଇ ପାର୍ଲାମେଣ୍ଟକୁ ଯାଇଥିଲେ। ସେତେବେଳକୁ ସେ ପାର୍ଟି ତାଲିକାର ୧୩ତମ ସ୍ଥାନରେ ରହିଥିଲେ। ସାଙ୍ଗଠନିକ ଦକ୍ଷତା ତାଙ୍କୁ ଦଳର ମୁଖପାତ୍ର ସ୍ତରକୁ ନେବା ସହ ତାଲିକାର ୪ର୍ଥ ସ୍ତରକୁ ଉନ୍ନୀତ କରିଥିଲା। କିନ୍ତୁ ଭାଗ୍ୟଦେବୀ ସହାୟ ହେବା ପରେ ଜସିଣ୍ଡା ୨୦୧୭ରେ ମାଉଣ୍ଟ ଅଲବର୍ଟ ଉପନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୧୭ ମାର୍ଚ୍ଚ ୧ରେ ସେ ଲେବର ପାର୍ଟିର ଡେପୁଟି ଲିଡର ହୋଇଥିଲେ। ଲେବର ପାର୍ଟିର ନେତା ଆଣ୍ଢ୍ରୁ ଲିଟିଲଙ୍କ ସପକ୍ଷରେ କମ୍‌ ସମର୍ଥନ ରହିବା ପରେ ଜସିଣ୍ଡା ନିର୍ବିବାଦୀୟ ନେତ୍ରୀ ଭାବେ ଉଭା ହୋଇ ଦେଶର ସର୍ବକନିଷ୍ଠା ପ୍ରଧାନମନ୍ତ୍ରୀ ହୋଇଥିଲେ। ଏବେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ସେ ନିଜ ରାଜନୈତିକ ଅଭିଜ୍ଞତାକୁ ଦେଶ କଲ୍ୟାଣ ଦିଗରେ ବିନିଯୋଗ କରିବେ ବୋଲି କହିଛନ୍ତି।
-ଜିତେନ୍ଦ୍ର କୁମାର ନାୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri