ଦୁର୍ବଳ ମୌସୁମୀ, ଚିନ୍ତାରେ ଧାନ ଚାଷୀ

ନବରଙ୍ଗପୁର,୩।୭(ବି.ପ୍ର.): ଚଳିତ ବର୍ଷ ଦୁର୍ବଳ ମୌସୁମୀ ଓ ବର୍ଷାର ଅଭାବ ଯୋଗୁ ନବରଙ୍ଗପୁର ଜିଲାରେ ଧାନ ଚାଷ କାର୍ଯ୍ୟ ଆଗେଇ ପାରୁନି। ଚାଷୀ ତଳି ପକାଇ ବର୍ଷାକୁ ଚାହିଁ ବସିଛନ୍ତି। ପୂର୍ବ ବର୍ଷ ତୁଳନାରେ ଜୁନ୍‌ ମାସ ସୁଦ୍ଧା ଯେତିକି ବର୍ଷା ହେବା ଆବଶ୍ୟକ ଚଳିତ ବର୍ଷ ସେହି ଅନୁପାତରେ ବର୍ଷା ହୋଇନାହିଁ। ଜୁନ୍‌ ଶେଷ ସପ୍ତାହରେ ଜିଲାରେ ରୁଆ ବେଉଷା କାର୍ଯ୍ୟ ଚାଲୁଥିବାବେଳେ ଚଳିତ ବର୍ଷ ତାହା ଦେଖିବାକୁ ମିଳୁନାହିଁ। ଅଣ ଜଳସେଚିତ ଜିଲାରେ ବର୍ଷାର ଅଭାବ ରହିଲେ ଚାଷୀଙ୍କ ଆର୍ଥିକ ସ୍ଥିତି ଉପରେ ଚାପ ନିଶ୍ଚୟ ପଡ଼ିବ।
ଜୁନ୍‌ ସୁଦ୍ଧା ୨୦୧୯ରେ ୨୧୬ ମି.ମି., ୨୦୨୦ରେ ୨୧୪ ମି.ମି., ୨୦୨୦ରେ ୨୧୦ ମି.ମି. ଏବଂ ୨୦୨୨ରେ ଜୁନ୍‌ ସୁଦ୍ଧା ୧୩୨ ମି.ମି. ବର୍ଷା ହୋଇଛି। ଏହି ଅନୁପାତକୁ ଆଧାର କଲେ ନବରଙ୍ଗପୁର ଜିଲାରେ ଚଳିତ ବର୍ଷ ଅତିକମ୍‌ ହୋଇଛି। ଜମି ଗୁଡ଼ିକ ଭିଜା ଅବସ୍ଥାରେ ରହିଥିବାବେଳେ କାଦୁଅ ହୋଇ ପାରୁନାହିଁ। ଧାନ ରୁଆ ଓ ବେଉଷା ପାଇଁ ଜମିରେ ଅନ୍ୟୁନ ଦୁଇ ଇଞ୍ଚ ପାଣି ଆବଶ୍ୟକ। ତେବେ ମକା, ଆଖୁ, ପରିବା, ମାଣ୍ଡିଆ, ଡାଲି ଓ ତୈଳ ଜାତୀୟ ଚାଷ ପାଇଁ ପାଣିପାଗ ଅନୁକୂଳ ରହିଛି । ବିଶେଷକରି ଏବେ ଧାନଚାଷୀ ଚିନ୍ତାରେ ରହିଛନ୍ତି। ଜିଲାରେ ଚଳିତ ବର୍ଷ ଧାନ, ମକା, ଆଖୁ, ଡାଲି ଓ ତୈଳ ଜାତୀୟ , ମାଣ୍ଡିଆ , ପରିବା ଓ ଅନ୍ୟାନ୍ୟ କିସମକୁ ନେଇ ୨ ଲକ୍ଷ ୧ ହଜାର ୪୨୧ ହେକ୍ଟର ଜମିରେ ଖରିଫ ଚାଷ ହେବ । ତେବେ ଅଣଧାନ ଚାଷ ବୃଦ୍ଧି କରାଯିବାକୁ ସରକାର ପକ୍ଷରୁ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । ଚଳିତ ବର୍ଷ ଧାନ ୯୫ ହଜାର ହେକ୍ଟର, ଡାଲି ଜାତୀୟ ୧୧ହଜାର ୫୦୦, ତୈଳ ଜାତୀୟ ୧ ହଜାର, ପରିବା ୧୬ ହଜାର ୮୬୪, ଆଖୁ ୫ହଜାର ହେକ୍ଟର ଜମିରେ ଚାଷ କରାଯିବ। ମିଲେଟ ମିଶନ ମାଧ୍ୟମରେ ନବରଙ୍ଗପୁର, ପାପଡ଼ାହାଣ୍ଡି ,କୋଷାଗୁମୁଡ଼ା, ଉମରକୋଟ ଓ ଝରିଗାଁରେ ଗତ ବର୍ଷ ମାଣ୍ଡିଆ ଚାଷ ପାଇଁ ପ୍ରୋସାହିତ କରାଯାଇଥିଲା। ଚଳିତ ବର୍ଷ ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ଡାବୁଗାଁ ଓ ରାଇଘର ବ୍ଲକରେ ମଧ୍ୟ ମାଣ୍ଡିଆ ଚାଷ କରାଯିବ। ଗତ ବର୍ଷ ୨ ହଜାର ୩୬୯ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଥିବାବେଳେ ଚଳିତ ବର୍ଷ କିନ୍ତୁ କୌଣସି ଟାର୍ଗେଟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ଯାତ୍ରା ସାରି ଫେରୁଥିବାବେଳେ ଓଲଟିପଡିଲା ଗାଡି: ଭିତରେ ବସିଥିଲେ ୮ କଳାକାର

ନବରଙ୍ଗପୁର,୨୭।୧(ସଦାଶିବ ପ୍ରହରାଜ): ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ କଳାକାରମାନେ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ…

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହେଲେ ବ୍ୟକ୍ତି ବିଶେଷ

ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ନବରଙ୍ଗପୁରଠାରେ ଜିଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…

ବାଘଛାଲ ବିକ୍ରି କରୁଥିବା ବେଳେ ରେଡ୍‌ କଲା ବନବିଭାଗ, ୩…

ନବରଙ୍ଗପୁର,୨୩।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ କଲରାପତରିଆ ବାଘ ଛାଲର ଡିଲ ଚାଲିଥିଲା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ…

ପୋଖରୀହୁଡ଼ାରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ…

ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍

କଟକ,୧୫ା୧: ରାଜ୍ୟର ବିଭିନ୍ନ ଜିଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର ଜିଲାରେ…

ଧାନମଣ୍ଡି ଅବ୍ୟବସ୍ଥା: ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ

ନବରଙ୍ଗପୁର,୧୪ା୧(ସଦାଶିବ ପ୍ରହରାଜ): ମଣ୍ଡିରେ ଧାନ କ୍ରୟ ଆରମ୍ଭରୁ ଅବ୍ୟବସ୍ଥା। ଚାଷୀଙ୍କୁ ଟୋକନ ପ୍ରଦାନରେ ଅହେତୁକ ବିଳମ୍ବ ସାଙ୍ଗକୁ କଟ୍‌ନି ଛଟ୍‌ନି ବାହାନାରେ ଶୋଷଣ। ସାମାନ୍ୟ ବିଳମ୍ବରେ ଧାନମଣ୍ଡିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri