କୋଭିଡ୍‌ ଯୋଦ୍ଧାଙ୍କୁ ନିମ୍ନମାନର ଖାଦ୍ୟ: ଖାଦ୍ୟରୁ ବାହାରୁଛି ପୋକ, ରବର ବ୍ୟାଣ୍ଡ

ପୁରୀ ଅଫିସ,୧୯। ୭: ମହାମାରୀ କରୋନା ବିରୋଧରେ ଚାଲିଛି ଲଢ଼େଇ। ଏହି ଲଢ଼େଇରେ ଆଗରେ ରହିଛନ୍ତି ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ। ଏମାନେ ନିଜ ସୁଖ ସ୍ବାଚ୍ଛନ୍ଦ୍ୟକୁ ଭୁଲି କରୋନା ବିରୋଧରେ ସଂଗ୍ରାମ ଚଳାଇଛନ୍ତି। ହେଲେ ଏହି ଯୋଦ୍ଧାଙ୍କ ପ୍ରତି ଅଣଦେଖା କରାଯାଉଛି। ଏପରି କି ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଉଠିଛି। ଏପରି କି ଖାଦ୍ୟରୁ ଚୁଟି, ରବର ବ୍ୟାଣ୍ଡ, ପୋକ ବାହାରୁଥିବା ନେଇ ଶନିବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କୁ ଜଣାଇଛନ୍ତି।

ଶ୍ରୀଜଗନ୍ନଥ ମେଡିକାଲ କୋଭିଡ୍‌ କେୟାର ସେଣ୍ଟର, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଆଇଡିଏଚ୍‌ କୋଭିଡ୍‌ ହସ୍ପିଟାଲର ଷ୍ଟାଫ୍‌ଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ତିନୋଟି କେନ୍ଦ୍ରର ଷ୍ଟାଫ୍‌ମାନେ ସିଡିଏମ୍‌ଓଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, ସେମାନଙ୍କୁ ଯେଉଁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଖାଦ୍ୟ ଯୋଗାଉଛନ୍ତି ତାହା ଅତ୍ୟନ୍ତ ନିମ୍ନମାନର। ସେହି ଖାଦ୍ୟ ସ୍ବାସ୍ଥ୍ୟପ୍ରଦ ନୁହେଁ। ଖାଦ୍ୟ ଅଣାଯିବା ବେଳେ ଏହାକୁ ଘୋଡ଼ାଯାଉ ନାହିଁ। ଅନେକ ସମୟରେ ଖାଦ୍ୟରୁ ଚୁଟି, ରବର ବ୍ୟାଣ୍ଡ, ପୋକ ବାହାରୁଛି। ଅନେକ କର୍ମଚାରୀଙ୍କୁ ଖାଦ୍ୟ ଠିକ୍‌ରେ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। କେବଳ କୋଭିଡ୍‌ ଯୋଦ୍ଧାଙ୍କ ସହିତ ଏପରି ଘଟୁଛି ତାହା ନୁହେଁ କରୋନା ପଜିଟିଭଙ୍କ କ୍ଷେତ୍ରରେ ବି ସମାନ ପ୍ରକାର ଘଟଣା ଘଟୁଛି। ସେମାନେ ବି ଅଭିଯୋଗ କରିବା ଆରମ୍ଭ କଲେଣି ବୋଲି ଅଭିଯୋଗପତ୍ରରେ କୋଭିଡ୍‌ ଯୋଦ୍ଧା ଦର୍ଶାଇଛନ୍ତି। ତେଣୁ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରି ଏହାର ସମାଧାନ କରନ୍ତୁ ବୋଲି ସେମାନେ ସିଡିଏମ୍‌ଓଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ ପରେ ମାଲକାନଗିରି ଜିଲା ପ୍ରଶାସନର ତତ୍ପରତା

ମାଲକାନଗିରି,୧ା୪(ଡି.ଏନ୍‌.ଏ.): ରାଜ୍ୟରେ ମଙ୍ଗଳବାର କରୋନା ଭାଇରସ୍‌ରେ ପୀଡ଼ିତ ଚତୁର୍ଥ ରୋଗୀ ଚିହ୍ନଟ ପରେ ମାଲକାନଗିରି ଜିଲାରେ ଏହାର ପ୍ରଭାବ ପଡ଼ିଛି। କାରଣ ଜିଲାରୁ ଅଧିକାଂଶ ଶ୍ରମିକ...

ହାତୀ ନଦୀରେ ବନ୍ୟା ପରିସ୍ଥିତି: ଶତାଧିକ ଏକର ଚାଷ ଜମି ଜଳମଗ୍ନ, ଯାତାୟାତ ବ୍ୟାହତ

ଜୁନାଗଡ,୭।୯(ଡି.ଏନ.ଏ.) ଗତ ୨ ଦିନ ଧରି ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ...

୨୦୨୨ ସୁଦ୍ଧା ସବୁ ସହରକୁ ପାନୀୟ ଜଳ

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ସହରାଞ୍ଚଳକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଓ ଆବର୍ଜନାମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ...

ଜେଜେମା’ଙ୍କ ମୃତ୍ୟୁ ଦେଖି ଜୀବନ ହାରିଲେ ନାତି

ଚିତ୍ରଡା,୧୪ା୫(ଡି.ଏନ୍‌.ଏ.)- ଜେଜେମା’ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ନାତି ଜୀବନ ହାରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ବରକନ୍ଦ ପଞ୍ଚାୟତର...

ଆଦିବାସୀଙ୍କ ଅଧିକାରକୁ ଉଚ୍ଛେଦ ଉଦ୍ୟମ କଲେ ପରିସ୍ଥିତି ଭୟାବହ ହେବ

ସୁନ୍ଦରଗଡ଼,୧୦ା୮(ଡି.ଏନ.ଏ.): ପ୍ରକୃତିର ପ୍ରଥମ ସନ୍ତାନ ତଥା ଦେଶର ମୂଳନିବାସୀ କୁହାଯାଉଥିବା ଆଦିବାସୀଙ୍କ ଆଦିବାସୀତ୍ୱ ଏବଂ ସାମ୍ବିଧାନିକ ଅଧିକାରକୁ ଛଡ଼ାଇନେବାକୁ ଉଦ୍ୟମ କଲେ ପରିସ୍ଥିତି ଭୟାବହ ହେବ...

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର, ୯।୨(ବ୍ୟୁରୋ): ରାଜ୍ୟ ସରକାର ପୁଣି ବସ୍‌ ଭଡ଼ା ବଢ଼ାଇଛନ୍ତି। ଏ ନେଇ ସୋମବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।...

ବିଦ୍ୟୁତ୍‌ ଆଘାତରେ ଛାତ୍ରୀଙ୍କ ମୃତ୍ୟୁ

ମୁନିଗୁଡା, ୧୧ା୭(ଡ଼ି.ଏନ.ଏ)- ରାୟଗଡା ଜିଲା କୁମୁଡାବାଲି  ବ୍ଲକ  ମୁନିଗୁଡା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବୁଧବାର ରାତିରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରୀଙ୍କ...

ଜମିଲାଣି ମେଲୋଡ଼ି: ଆକର୍ଷଣ ସାଜୁଛି ଦାଣ୍ଡିଆ

ଭୁବନେଶ୍ୱର, ୬।୧୦ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ସମେତ ରାଜ୍ୟର ସହରଠୁ ଗଁା ହୋଇଉଠିଛି ଉତ୍ସବମୁଖର। ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ନବରାତ୍ରର...

Advertisement
Archives

Model This Week