ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳୁ ମୋତେ ଟ୍ରୋଲ କରନ୍ତି: ପୁନମ୍‌

ବମ୍ବେ: ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳେ ମୋତେ ଟ୍ରୋଲ କରନ୍ତି। କିଛି ଏଭଳି ଢଙ୍ଗରେ ନିଜର ଟ୍ରୋଲରଙ୍କୁ ଜବାବ ଦେଇଛନ୍ତି ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ଯେଉଁମାନେ ଅଙ୍ଗ ପ୍ରଦର୍ଶନ କରୁଛନ୍ତି ବୋଲି ନିଲ୍ଲଜ କୁହନ୍ତି, ସେମାନଙ୍କୁ ପାଲଟା ଜବାବ ଦେଇଛନ୍ତି ପୁନମ। ଯଦି କେହି ଅନ୍ୟକୁ କଟାକ୍ଷ କରନ୍ତି, ଖରାପ ଲାଗିବା ଭଳି କାମ କରନ୍ତି, ସେମାନେ ହିଁ ନିଲ୍ଲଜ ବୋଲି ପୁନମ କହିଛନ୍ତି।

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ରିଆଲିଟି ଶୋ’ ‘ଲକ୍‌ ଅପ୍‌’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି ପୁନମ। ଏଥିରେ ସେ ବ୍ୟକ୍ତିଗତ ଜୀବନ ଉପରେ ଅନେକ କିଛି କହୁଛନ୍ତି। ସ୍ବାମୀଙ୍କ ମାର୍‌ପିଟ୍‌ ପରେ ଏବେ ତାଙ୍କୁ କରାଯାଉଥିବା ଟ୍ରୋଲିଂର ଜବାବ ଦେଇଛନ୍ତି ସେ। ଶୋ’ର ଅନ୍ୟତମ ସାଥୀ ପ୍ରତିଯୋଗୀ ଅଞ୍ଜଳି ଅରୋରା ଏବଂ ତହସିନ ପୁନାଓ୍ବାଲାଙ୍କ ସହ କଥା ହେଉଥିଲେ ପୁନମ। ଏହି ଅବସରରେ ସେ ଆମେରିକାରେ ରହିବାର ଯୋଜନାକୁ ନେଇ କଥା ହୋଇଥିଲେ।

ପୁନମ କହିଥିଲେ, ଅନ୍ୟକୁ ଯେଉଁମାନେ ଖରାପ କହିଥାନ୍ତି ସେମାନେ ନିଜେ ଖରାପ ହୋଇଥାନ୍ତି। କେହି ଯଦି ନିଲ୍ଲଜ ବୋଲି ମୋତେ ଭାବେ ସେଥିରେ ମୁଁ ସହମତ ନୁହେଁ। ଏଥିରେ ତହସିନ ସମ୍ମତି ଜଣାଇ କହିଥିଲେ, ପୁନମଙ୍କ ଭିଡିଓ ଦେଖିଥାନ୍ତି, ଡାଉନ୍‌ଲୋଡ୍‌ କରିଥାନ୍ତି ଏବଂ ପରେ ତାଙ୍କ ବିଷୟରେ ଖରାପ କଥା କହିଥାନ୍ତି, ସେମାନେ ହିଁ ଖରାପ ଲୋକ।

ପରେ ପୁନମ ମଧ୍ୟ କଥାକୁ ଆଗକୁ ବଢ଼ାଇ ତହସିନଙ୍କ ସହ ସହମତ ବୋଲି କହିଥିଲେ। ୬୦ ମିଲିୟନ ଲୋକ ପସନ୍ଦ କରିବା ଏବଂ ମାସକରେ ୨୦୦ ମିଲିୟନ ଲୋକ ଯୋଡ଼ି ହେବା ସହଜ କଥା ନୁହେଁ। କିଏ ଏହି ‘ହିଡେନ୍‌ ଫଲୋଅର୍ସ’। ଏମାନେ ରାତିରେ ମୋ ଭିଡିଓ ଦେଖିଥାନ୍ତି ଏବଂ ସକାଳେ ଉଠି ମୋତେ ଟ୍ରୋଲ କରିଥାନ୍ତି, ମୋ ବିରୋଧରେ କହିଥାନ୍ତି। ତାଙ୍କୁ ପଚାରିବାକୁ ଚାହୁଁଛି ନିର୍ଲଜ କିଏ, ସେ ନା ମୁଁ ବୋଲି ପୁନମ ପ୍ରଶ୍ନ କରିଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri