Posted inଜାତୀୟ

ଆଉଥରେ ଆଇଏଏସ୍‌ ଟ୍ରେନିଂ ନେବେ ପୂଜା

ନୂଆଦିଲ୍ଲୀ, ୧୭।୭: ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଜାଲିଆତି ଦିବ୍ୟାଙ୍ଗ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ଆସିବା ପରେ ପ୍ରୋବେଶନାରି ଆଇଏଏସ୍‌ ଅଧିକାରୀ ପୂଜା ଖେଡ୍‌କରଙ୍କ ଟ୍ରେନିଂକୁ ରଦ୍ଦ କରିଦିଆଯାଇଛି। ତାଙ୍କୁ ମହାରାଷ୍ଟ୍ରର ଡିଷ୍ଟ୍ରିକ୍ଟ ଟ୍ରେନିଂ ପ୍ରୋଗ୍ରାମରୁ ବାଦ୍‌ ଦିଆଯିବା ସହ ତୁରନ୍ତ ମସୁରୀ ଟ୍ରେନିଂ ଏକାଡେମୀରେ ହାଜର ହେବାକୁ କୁହାଯାଇଛି। ମହାରାଷ୍ଟ୍ର ସରକାରଙ୍କ ଆଡିଶନାଲ ଚିଫ୍‌ ସେକ୍ରେଟାରି ପୂଜାଙ୍କୁ ଚିଠି ଲେଖି ଓ୍ବାଶିମ ଜିଲାରୁ ଫେରିଯିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ଜୁଲାଇ ସୁଦ୍ଧା ସେ ମସୁରୀ ଟ୍ରେନିଂ ଏକାଡେମୀରେ ହାଜର ହେବେ।

ସୂଚନାଯୋଗ୍ୟ, ପୂଜା କ୍ଷମତାର ଅପବ୍ୟବହାର. ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦାଖଲ ଆଦି ପ୍ରସଙ୍ଗକୁ ନେଇ ବିବାଦ ଘେରରେ ରହିଥିଲେ। ସେ ପୁଣେର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗଦେବା ପୂର୍ବରୁ ସରକାରୀ ଗାଡ଼ି, ଭିଆଇପି ନମ୍ବର ପ୍ଲେଟ୍‌, ରହିବା ପାଇଁ ଘର, ପର୍ଯ୍ୟାପ୍ତ ଷ୍ଟାଫ୍‌ ଓ ଜଣେ କନ୍‌ଷ୍ଟେବଳ ଦାବି କରି ବିବାଦ ଘେରକୁ ଆସିଥିଲେ। କ୍ଷମତାର ଏପରି ଅପବ୍ୟବହାର ଯୋଗୁ ପୂର୍ବରୁ ତାଙ୍କୁ ଓ୍ବାଶିମ୍‌ ଜିଲାର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ମୁହୂର୍ତ୍ତରେ ସ୍ଥଗିତ ହେଲା ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଉନ୍ମୋଚନ

ଲଣ୍ଡନ,୧୪ା୬: ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ଯୋଗୁ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ପ୍ରସ୍ତାବିତ ଉନ୍ମୋଚନ କାର୍ଯ୍ୟକ୍ରମକୁ ସ୍ଥଗିତ କରି ଦିଆଯାଇଛି। ସୂଚନା ମୁତାବକ, ଇଂଲଣ୍ଡ ଓ...

ଡିଏଫଓଙ୍କ ଘରେ ଫୁଟିଲା ବ୍ରହ୍ମକମଳ ଫୁଲ

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଭଞ୍ଜନଗରସ୍ଥିତ ସରକାରୀ ବାସଭବନରେ ଶନିବାର ରାତିରେ ଗୋଟିଏ ଗଛରେ ୪ଟି ବ୍ରହ୍ମ...

କାଠ ଫାଳିଆରେ ପିଟି ବାପାଙ୍କୁ ହତ୍ୟା

ବାରିପଦା,୧୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ସାରସକଣା ବ୍ଲକ ଯୋକା ଗ୍ରାମରେ ଜଣେ ଯୁବକ ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି।...

ବିମାନ ଦୁର୍ଘଟଣାର ୨ଦିନ ପରେ ଅନୁକମ୍ପା ରାଶି ଘୋଷଣା କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୪।୬: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆ ଶନିବାର ଅନୁକମ୍ପା ରାଶି ଘୋଷଣା କରିଛି। ପ୍ରାଣ ହରାଇଥିବା ପ୍ରତି ମୃତକଙ୍କ ପରିବାରକୁ...

ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି...

ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ

ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର...

୧୯ରେ ମହାକାଶକୁ ଯିବ ଆକ୍ସିଅମ୍‌-୪ ମିଶନ

ନୂଆଦିଲ୍ଲୀ,୧୪ା୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଯିବା ଆଶା କରାଯାଉଛି।...

ସରକାରଙ୍କ ଯୋଜନା ବଖାଣୁଛି ବିକାଶ ରଥ

ରିଷିଡ଼ା,୧୪।୬(ସୁଶାନ୍ତ ମଲ୍ଲିକ): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥ ଶନିବାର ରିଷିଡ଼ାରେ ପହଞ୍ଚି ଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରଥକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri