ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବାପା

ବଲିଉଡ୍‌ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଭିନେତ୍ରୀ ଝିଅ ପୂଜା ଭଟ୍ଟ ଇତିମଧ୍ୟରେ ୪୯ ବର୍ଷର ହୋଇଯାଇଛନ୍ତି। ୨୪ ଫେବୃୟାରୀ, ୧୯୭୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ପୂଜା ପ୍ରଥମରୁ ହି ବିବାଦରେ ରହିଆସିଛନ୍ତି। ୧୯୮୯ରେ ରିଲିଜ୍‌ ଫିଲ୍ମ ‘ଡାଡି’ରୁ ପୂଜା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ମହେଶ। ଏହି ସମୟରେ ପୂଜା ମାତ୍ର ୧୭ ବର୍ଷର ହୋଇଥିଲେ। ପ୍ରଥମ ଫିଲ୍ମରେ ତାଙ୍କର ଅନେକ ବୋଲ୍ଡ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏମିତିରେ ପୂଜା ନିଜ ବାପା ମହେଶ ଭଟ୍ଟଙ୍କ ସହ ପ୍ରେମ ବ୍ୟାପାରକୁ ନେଇ ମଧ୍ୟ ବିବାଦରେ ରହିଥିଲେ। ବାପାଙ୍କ ସହ ଚୁମ୍ବନ ଦୃଶ୍ୟ ହେଉ ଅବା ଝିଅ ସହ ବିବାହ କରିବାର ଇଚ୍ଛା, ପୂଜା ସବୁ ସମୟରେ ବିବାଦରେ ରହିଥାନ୍ତି।
ମହେଶ ଭଟ୍ଟ କେବଳ ଫିଲ୍ମ ପାଇଁ ନୁହେଁ ବରଂ ରିୟଲ ଲାଇଫ୍‌ ମଧ୍ୟ ବହୁତ ବୋଲ୍ଡ। ତାଙ୍କ ଜୀବନ ଅନେକ ବିବାଦ ମଧ୍ୟରେ ଘେରି ରହିଛି। ମାତ୍ର ଝିଅ ପୂଜା ଭଟ୍ଟଙ୍କ ସହ ଏକ ମାଗାଜିନ୍‌ ପାଇଁ କରିଥିବାର ଫଟୋଶୁଟ୍‌ ସବୁଠାରୁ ବେଶି ଚର୍ଚ୍ଚାରେ ଥିଲା। ଏହି ଫଟୋ ଏକ ମାଗାଜିନ୍‌ର କଭର ପେଜ୍‌ ଥିଲା। ଫଟୋରେ ପୂଜା ତାଙ୍କ ବାପାଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ପରେ ମହେଶଙ୍କୁ ହତ୍ୟା ଧମକ ମିଳିବାରେ ଲାଗିଥିଲା। ଲୋକେ ତାଙ୍କ ଉପରେ ଭାରତୀୟ ସଭ୍ୟତାକୁ ନଷ୍ଟ କରୁଥିବା ଏବଂ ସମାଜରେ ଅଶୁଦ୍ଧତା ବ୍ୟାପୁଥିବା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିବାଦ ଏତେ ମାତ୍ରାରେ ବଢ଼ିଗଲା ଯେ, ମହେଶ ଖବରଦାତା ସମ୍ମିଳନୀ ଡକାଇଥିଲେ। ମାତ୍ର ଏଥିରେ ତାଙ୍କର ବିବାଦ କମିବା ପରିବର୍ତ୍ତେ ଆହୁରି ବଢ଼ିଯାଇଥିଲା। କାରଣ ସେ ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ପୂଜା ମୋର ଝିଅ ହୋଇ ନ ଥିଲେ ମୁଁ ତାକୁ ବିବାହ କରିଥାନ୍ତି।
ମହେଶ ଭଟ୍ଟ ୨୦ ବର୍ଷ ବୟସରେ ଲରେନ୍‌ ବ୍ରାଇଟଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଲରେନ ନିଜ ନାମ ପରିବର୍ତ୍ତନ କରି କିରଣ ଭଟ୍ଟ ରଖିଥିଲେ। କିରଣଙ୍କ ଠାରୁ ତାଙ୍କର ୨ଟି ପିଲା ଝିଅ ପୂଜା ଭଟ୍ଟ ଏବଂ ପୁଅ ରାହୁଲ ଭଟ୍ଟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେରୋଜଗାର ଯୋଗୁ ଡିପ୍ରେଶନରେ ଏହି କଳାକାର

କରୋନା ଭାଇରସ ଯୋଗୁ ସମଗ୍ର ଦେଶରେ ଆର୍ଥିକ ସମସ୍ୟା ଦେଖାଦେଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କଳାକାର ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିରେ...

ଯାତ୍ରା ପାଇଁ ସମର୍ପିତ ରତି-ମିଟୁନା

କୁହାଯାଏ ଯୋଡ଼ି ସ୍ବର୍ଗରେ ତିଆରି ହୁଏ। ଆଉ ଉପରବାଲା ହିଁ ଜୀବନସାଥୀ ବାଛିଦିଏ। ଯିଏ ଯେଉଁଠି ଜନ୍ମ ହୋଇଥାଉ, ଯିଏ ଯେଉଁଠି ଯେଉଁ କାମ କରୁଥାଉ...

ବିଗ୍‌ବିଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ

ଚଳଚ୍ଚିତ୍ର ଜଗତରେ ଶୁଟିଂ ସମୟରେ ଏପରି କିଛି ଘଟଣା ଘଟି ଥାଏ ଯାହା ସର୍ବଦା ସ୍ମରଣୀୟ। ଏପରି ଅନେକ କାହାଣୀ ଅଛି, ଯାହାକୁ ଅଭିନେତ୍ରୀ ୱାହିଦା...

ଭାରତ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ରିଷି

ମୁମ୍ବାଇ: ବଲିଉଡ୍‌ ନାୟକ ରିଷି କପୁର ୨୦୧୮ ମସିହାରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ହେଲେ ସେଠାରେ ସେ କେଉଁ ରୋଗ ଚିକିତ୍ସା କରାଉଛନ୍ତି ତାହା ତାଙ୍କ...

କରନ ଦେଓଲଙ୍କ ଅଭିନୀତ ଫିଲ୍ମର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଅଭିନିତ ଫିଲ୍ମ ‘ପଲ ପଲ ଦିଲ୍‌ କେ ପାସ’ର ଟିଜର ରିଲିଜ୍‌ ହୋଇଛି। ଏହା...

ୟୁଗ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ କଳାକାର

ଅଜୟ ଦେବଗନ୍‌ଙ୍କ ସହ କାଜଲଙ୍କ ବୈବାହିକ ଜୀବନ ବେଶ୍‌ ସୁଖମୟ। ଝିଅ ନ୍ୟାସା ଏବଂ ପୁଅ ୟୁଗ୍‌ଙ୍କୁ ନେଇ ସେମାନଙ୍କ ହସଖୁସିର ସଂସାର ଆଗେଇ ଚାଲିଛି।...

ଖୁବ୍‌ଶୀଘ୍ର ପରଦାକୁ ଆସିବ ସୌରଭଙ୍କ ବାୟୋପିକ୍‌

ଗତ କିଛିବର୍ଷ ହେବ ବଲିଉଡ୍‌ରେ ଖେଳାଳିଙ୍କ ବାୟୋପିକ୍‌ ନିର୍ମାଣ ହେବାର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌. ଧୋନୀଙ୍କ ବାୟୋପିକ୍‌କୁ ଦର୍ଶକ...

ଦିନେ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ, ଆଜି ମିକାଙ୍କ ପାଦ ଛୁଇଁଲେ ଡ୍ରାମା କୁଇନ୍‌

ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଗୀତ ଅପେକ୍ଷା ମନ୍ତବ୍ୟ ପାଇଁ ଅଧିକ ଚର୍ଚ୍ଚାରେ ଥା’ନ୍ତି। ମିକା ଆଜି ଜଣେ ବଲିଉଡର ଜଣେ ସଫଳ...

Advertisement
Seven Jackpot


Archives

Model This Week