ଜଙ୍ଗଲ ଜମିରେ ଅମୃତ ସରୋବର ପୋଖରୀ

କାମାକ୍ଷାନଗର, ୧୩।୭(ଡି.ଏନ୍‌.ଏ) – ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ପକ୍ଷରୁ ଅମୃତ ସରୋବର ଯୋଜନାରେ ଖୋଳାଯାଇଥିବା ପୋଖରୀକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶ୍ରମିକ ସହାୟତାରେ ଏହି ଜଳାଶୟ ଖନନ ନିୟମ ରହିଥିଲେ ମଧ୍ୟ ମେଶିନରେ କାମ କରାଯାଇଛି। କେବଳ ଏତିକି ନୁହେଁ, ଏଥିପାଇଁ ୧୫୦୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କଟାଯାଇଥିବା ଅଭିଯୋଗ ହୋଇଛି। ଏପରି କି ଉକ୍ତ ପୋଖରୀ ଖନନ ହୋଇଥିବା ଜମିରୁ କିଛି ଅଂଶ କୁସୁମଯୋଡ଼ି ପଞ୍ଚାୟତ ଅଧୀନରେ ଆସୁଥିବା ସେଠାକାର ଜନସାଧାରଣ କହିଛନ୍ତି। ଏ ସଂକ୍ରାନ୍ତରେ ବିଡିଓଙ୍କ ନିକଟରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ପଞ୍ଚାୟତ ବିକାଶକୁ ସହ୍ୟ କରି ନ ପାରି ଏଭଳି ଅଭିଯୋଗ ଆଣିଥିବା ସରପଞ୍ଚ କହିଛନ୍ତି।
ଅଭିଯୋଗ ଅନୁଯାୟୀ, କାମାକ୍ଷାନଗର ବ୍ଲକ ଅନ୍ନପୂର୍ଣ୍ଣାପୁର ଖମାର ମୌଜାର ଖାତା ନଂ. ୨୩୭, ପ୍ଲଟ ନଂ. ୩୦୪୦, ୩୦୪୧ ଓ ୩୦୪୨ ଅଧୀନ ଜଙ୍ଗଲ କିସମ ଜମିରେ ପଞ୍ଚାୟତ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପୋଖରୀ ଖନନ କରାଯାଇଛି। ଏଥିଲାଗି ବେଆଇନ ଭାବେ ୧୫୦୦ରୁ ୨୦୦୦ ଗଛ କଟାଯାଇଛି। ତେବେ ବିନା ଜମିମାପ କିମ୍ବା ଆଲୋଚନାରେ ତରବରିଆ ଭାବେ ଜଳାଶୟ ଖୋଳାଯାଇଥିବାରୁ ଠିକ୍‌ ସ୍ଥାନ ନିରୂପଣ ହୋଇପାରିନାହିଁ। ତେଣୁ ଏହି ବିଶାଳକାୟ ପୋଖରୀର କିଛିଅଂଶ କୁସୁମଯୋଡ଼ି ପଞ୍ଚାୟତ ସୀମା ଭିତରକୁ ମାଡ଼ିଯାଇଛି। ଏ ନେଇ ସମ୍ପୃକ୍ତ ପଞ୍ଚାୟତର ବାସିନ୍ଦା ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଜିଲାପାଳ, ଉପଜିଲାପାଳଙ୍କ ସମେତ ଉଚ୍ଚପଦସ୍ଥ ବିଭାଗର ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅନ୍ୟପଟେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହି ପୋଖରୀ ଶ୍ରମିକଙ୍କ ଦ୍ୱାରା ଖୋଳିବା ଲାଗି ନିୟମ ରହିଥିବାବେଳେ କିଭଳି ମେଶିନ ସହାୟତାରେ କାମ କରାଗଲା, ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଏ ସମ୍ପର୍କରେ କଣ୍ଟାପାଳ ପଞ୍ଚାୟତର ସରପଞ୍ଚ ନିର୍ମଦା ସାସମଲ କୁହନ୍ତି, କେତେଜଣ ଖଳପ୍ରକୃତିର ଲୋକ ଅଞ୍ଚଳର ବିକାଶ ଚାହୁଁନାହାନ୍ତି। ତେଣୁ ସେମାନେ ଏଭଳି ଅଭିଯୋଗ ଆଣିଥିବା ସେ କହିଛନ୍ତି। ବିଡିଓ ବିକାଶ କୁମାର ମହାନ୍ତି କୁହନ୍ତି, ଅଭିଯୋଗ ପାଇବା ପରେ ତଦନ୍ତ କରାଯାଉଛି। ଅଭିଯୋଗରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?