ପଲିଥିନ ବ୍ୟାନ୍‌ ପ୍ରହସନ

ଅନୁଗୋଳ ଅଫିସ, ୧୦।୧୨: ଅନୁଗୋଳ ସହରକୁ ପଲିଥିନ ମୁକ୍ତ କରିବାକୁ ଗତବର୍ଷ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ଅକ୍ଟୋବର ୨ରୁ ଏହି ନିୟମକୁ ସହରରେ ଲାଗୁ କରାଯାଇଥିଲା। ବେଆଇନ କାରବାର ହେଲେ ଦୋକାନୀଙ୍କ ଉପରେ ଚଢ଼ାଉ ସହ ଜରିମାନା ଆଦାୟ ପାଇଁ ପୌରପାଳିକା ଟିମ୍‌ ଗଠନ କରିଥିଲା। ତଦନୁଯାୟୀ କେଇ ମାସ ଏ ନେଇ ଜୋରଦାର ଧରପଗଡ଼ ହୋଇଥିଲା। ପଲିଥିନ ଗୋଦାମରେ ଚଢ଼ାଉ ସହ ଜରିମାନା ଆଦାୟ କରାଯାଇଥିଲା। କିନ୍ତୁ କରୋନା କାରଣରୁ ଗତ ମାର୍ଚ୍ଚର ଲକ୍‌ଡାଉନ୍‌ ପରଠାରୁ ପଲିଥିନ ବ୍ୟାନ୍‌ ନିୟମ ଏକପ୍ରକାର ପ୍ରହସନ ପାଲଟିଯାଇଛି। ଅନୁଗୋଳ ସହର ବଜାରରେ ଖୋଲାଖୋଲି ପଲିଥିନ ବ୍ୟବହାର, ବିକ୍ରି ଚାଲିଥିଲେ ମଧ୍ୟ ପୌର ପ୍ରଶାସନ ଆଖିବୁଜି ବସିଥିବାରୁ ସଚେତନ ନାଗରିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନୁଗୋଳ ସହରକୁ ପଲିଥିନ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ନିର୍ଦ୍ଦେଶ ମିଳିବା ପରେ ପୌର ପ୍ରଶାସନ ପକ୍ଷରୁ ବଜାରର ଦୋକାନୀ ଓ ଜନସାଧାରଣଙ୍କୁ ପ୍ରଥମେ ସଚେତନ କରାଯାଇଥିଲା। ପଲିଥିନ ବ୍ୟବହାର କେତେ ଭୟଙ୍କର ରୋଗର କାରଣ ହୋଇପାରେ ତାହା ବୁଝାଯାଇଥିଲା। ଏହାପରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସହରରେ ଚଢ଼ାଉ ଆରମ୍ଭ ହୋଇଥିଲା। ଦୋକାନୀଙ୍କ ଠାରୁ ଆରମ୍ଭ କରି ପଲିଥିନ ବ୍ୟବହାର କରୁଥିବା ସାଧାରଣ ଲୋକଙ୍କନିକଟରୁ ଜରିମାନା ଆଦାୟ କରାଯାଇଥିଲା। ବିଶେଷକରି ଦୋକାନୀଙ୍କଠାରୁ ୫ଶହରୁ ୨ ହଜାର ଟଙ୍କା ଯାଏ ଜରିମାନା ନିଆଯାଇଥିଲା। ଗୋଦାମଗୁଡ଼ିକୁ ଯାଞ୍ଚ କରାଯାଇ ୧୦ କୁଇଣ୍ଟାଲ ପଲିଥିନ ଜବତ କରାଯାଇଥିଲା। ଏପରି ଘନ ଘନ ଚଢ଼ାଉ ପରେ ବ୍ୟବସାୟୀଙ୍କ ସହ ଗ୍ରାହକମାନଙ୍କ ଅଡ଼ୁଆ ବଢ଼ିଯାଇଥିଲା। ଜରିମାନାରୁ ବର୍ତ୍ତିବା ପାଇଁ ଖାଉଟିମାନେ ବ୍ୟାଗ ନେଇ ବଜାର ଯିବା ଆରମ୍ଭ କରିଦେଇଥିଲେ। ଦୋକାନୀମାନେ ମଧ୍ୟ ପଲିଥିନ ପରିବର୍ତ୍ତେ କାଗଜ ଠୁଙ୍ଗାକୁ ପ୍ରଧାନ୍ୟ ଦେଇଥିଲେ। ଫଳରେ ପଲିଥିନ ଆବର୍ଜନାରୁ ସହରବାସୀ ସାମାନ୍ୟ ତ୍ରାହି ପାଇଥିଲେ। କିନ୍ତୁ ଗତ ମାର୍ଚ୍ଚରେ କୋଭିଡ୍‌ ସମସ୍ୟା ଦେଖାଦେବା ପରଠାରୁ ଏହି ନିୟମକୁ ଯେପରି ପୌରପ୍ରଶାସନ ପାସୋରି ଦେଇଥିବା ଭଳି ମନେହେଉଛି। ଶୋ’ ରୁମ୍‌ ଠାରୁ ଉଠା ଦୋକାନୀଙ୍କ ଯାଏ ସବୁଠି ପଲିଥିନ କାରବାର ହେଉଛି। ସହରରେ ଏକାଧିକ ଗୋଦାମକୁ ଦୈନିକ ଗାଡ଼ି ଗାଡ଼ି ପଲିଥିନ ଆସୁଛି। କିନ୍ତୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଉ ନାହିଁ। ଏ ନେଇ କେତେଜଣ ବ୍ୟବସାୟୀ କହିଛନ୍ତି, ବଜାରରେ କାଗଜ ଠୁଙ୍ଗାର ଅଭାବ ଓ ଖାଉଟିମାନେ ବ୍ୟାଗ୍‌ ଆଣୁ ନ ଥିବାରୁ ବାଧ୍ୟ ହୋଇ ପଲିଥିନ ବ୍ୟବହାର କରୁଛୁ।

ପ୍ରଶାସନ କଠୋର ହେବା ଆବଶ୍ୟକ
ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ସ୍ବାସ୍ଥ୍ୟପକ୍ଷେ ବହୁ ହାନିକାରକ। ଏ ନେଇ ସରକାର ନିର୍ଦ୍ଦେଶ ଦେଇସାରିଥିବାରୁ ପ୍ରଶାସନ କଠୋର ହୋଇ କାର୍ଯ୍ୟ କରିବା ଦରକାର। ଲୋକଙ୍କ ନିକଟରେ ପଲିଥିନର ବିକଳ୍ପ ରହିଛି। ତେଣୁ ପ୍ରଶାସନ ଘନ ଘନ ଚଢ଼ାଉ ସହ ଜରିମାନା ଆଦାୟ କଲେ ଲୋକେ ଓ ଦୋକାନୀ ସୁଧୁରିବେ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌

ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ସରକାର ପଲିଥିନ ବ୍ୟାନ୍‌ କରିଥିବାରୁ ଅନୁଗୋଳ ସହରରେ ଏହାକୁ କଡ଼ାକଡ଼ି ପାଳନ କରାଯିବା ଦରକାର। ଯେଉଁମାନେ ପଲିଥିନ ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏହାଦ୍ୱାରା ବ୍ୟବସାୟୀ ଓ ଜନସାଧାରଣଙ୍କ ଚେତା ପଶିବ।
-ଯଜ୍ଞନାରାୟଣ ରାୟ, ଅନୁଗୋଳ

ଗ୍ରାହକ ବ୍ୟାଗ୍‌ ଧରି ବଜାର ଆସନ୍ତୁ
ଗ୍ରାହକମାନେ ସଚେତନ ହୋଇ ବ୍ୟାଗ୍‌ ଧରି ବଜାର ଆସିଲେ ଦୋକାନୀଙ୍କୁ ପଲିଥିନ ଦେବାକୁ ପଡ଼ନ୍ତା ନାହିଁ। ଅଧକିଲେ କିମ୍ବା କିଲେ ସାମଗ୍ରୀ ଦେବାକୁ ଠୁଙ୍ଗା ବ୍ୟବହାର କରୁଛୁ। କିନ୍ତୁ ଯେଉଁମାନେ ୨ କିଲୋଗ୍ରାମରୁ ଅଧିକ ସାମଗ୍ରୀ ନେଉଛନ୍ତି ସେମାନଙ୍କୁ ପଲିଥିନ ଦେବାକୁ ପଡ଼ୁଛି।
-ପ୍ରକାଶ ଚନ୍ଦ୍ର ସାହୁ, ବ୍ୟବସାୟୀ, ଅନୁଗୋଳ

ଲୋକେ ଦୋକାନରୁ ମୁହଁ ଫେରାଉଛନ୍ତି
ପ୍ରଶାସନ ଚଢ଼ାଉ ବନ୍ଦ କରିଥିବାରୁ ଲୋକେ ହୁଗୁଳା ହୋଇଯାଇଛନ୍ତି। ସେମାନେ ବ୍ୟାଗ୍‌ ଧରି ବଜାର ଆସୁ ନ ଥିବାରୁ ଦୋକାନୀ ବାଧ୍ୟ ହୋଇ ପଲିଥିନ ଦେଉଛି। ପଲିଥିନ ଦେବାକୁ ମନା କଲେ ବହୁ ଗ୍ରାହକ ଦୋକାନରୁ ମୁହଁ ଫେରାଉଛନ୍ତି। ତେଣୁ ଅଧିକ ଖର୍ଚ୍ଚ ପଡ଼ୁଥିଲେ ମଧ୍ୟ ପଲିଥିନ ବ୍ୟବହାର କରୁଛୁ।
-ଶ୍ରୀକାନ୍ତ ଭୂତିଆ, ବ୍ୟବସାୟୀ, ଅନୁଗୋଳ

ସହରକୁ ପଲିଥିନ ମୁକ୍ତ କରାଯିବ
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁଗୋଳ ସହରକୁ ପଲିଥିନ ମୁକ୍ତ ସହର କରାଯିବ। ଏ ନେଇ ନୂତନ ଢଙ୍ଗରେ କାର୍ଯ୍ୟପନ୍ଥା ଆପଣାଯିବ। କେବଳ ପଲିଥିନ ନୁହେଁ, ପ୍ଲାଷ୍ଟିକ୍‌ ଫ୍ରି ସହର ଉପରେ ଦୃଷ୍ଟି ଦିଆଯିବ। ଏ ନେଇ ଲୋକଙ୍କୁ ସପ୍ତାହେ ଧରି ସଚେତନ କରାଯିବ। ପରେ ଜରିମାନା ଆଦାୟ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?