ପଲିଥିନ ବ୍ୟାନ୍‌ ପ୍ରହସନ

ଅନୁଗୋଳ ଅଫିସ, ୧୦।୧୨: ଅନୁଗୋଳ ସହରକୁ ପଲିଥିନ ମୁକ୍ତ କରିବାକୁ ଗତବର୍ଷ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ଅକ୍ଟୋବର ୨ରୁ ଏହି ନିୟମକୁ ସହରରେ ଲାଗୁ କରାଯାଇଥିଲା। ବେଆଇନ କାରବାର ହେଲେ ଦୋକାନୀଙ୍କ ଉପରେ ଚଢ଼ାଉ ସହ ଜରିମାନା ଆଦାୟ ପାଇଁ ପୌରପାଳିକା ଟିମ୍‌ ଗଠନ କରିଥିଲା। ତଦନୁଯାୟୀ କେଇ ମାସ ଏ ନେଇ ଜୋରଦାର ଧରପଗଡ଼ ହୋଇଥିଲା। ପଲିଥିନ ଗୋଦାମରେ ଚଢ଼ାଉ ସହ ଜରିମାନା ଆଦାୟ କରାଯାଇଥିଲା। କିନ୍ତୁ କରୋନା କାରଣରୁ ଗତ ମାର୍ଚ୍ଚର ଲକ୍‌ଡାଉନ୍‌ ପରଠାରୁ ପଲିଥିନ ବ୍ୟାନ୍‌ ନିୟମ ଏକପ୍ରକାର ପ୍ରହସନ ପାଲଟିଯାଇଛି। ଅନୁଗୋଳ ସହର ବଜାରରେ ଖୋଲାଖୋଲି ପଲିଥିନ ବ୍ୟବହାର, ବିକ୍ରି ଚାଲିଥିଲେ ମଧ୍ୟ ପୌର ପ୍ରଶାସନ ଆଖିବୁଜି ବସିଥିବାରୁ ସଚେତନ ନାଗରିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନୁଗୋଳ ସହରକୁ ପଲିଥିନ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ନିର୍ଦ୍ଦେଶ ମିଳିବା ପରେ ପୌର ପ୍ରଶାସନ ପକ୍ଷରୁ ବଜାରର ଦୋକାନୀ ଓ ଜନସାଧାରଣଙ୍କୁ ପ୍ରଥମେ ସଚେତନ କରାଯାଇଥିଲା। ପଲିଥିନ ବ୍ୟବହାର କେତେ ଭୟଙ୍କର ରୋଗର କାରଣ ହୋଇପାରେ ତାହା ବୁଝାଯାଇଥିଲା। ଏହାପରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସହରରେ ଚଢ଼ାଉ ଆରମ୍ଭ ହୋଇଥିଲା। ଦୋକାନୀଙ୍କ ଠାରୁ ଆରମ୍ଭ କରି ପଲିଥିନ ବ୍ୟବହାର କରୁଥିବା ସାଧାରଣ ଲୋକଙ୍କନିକଟରୁ ଜରିମାନା ଆଦାୟ କରାଯାଇଥିଲା। ବିଶେଷକରି ଦୋକାନୀଙ୍କଠାରୁ ୫ଶହରୁ ୨ ହଜାର ଟଙ୍କା ଯାଏ ଜରିମାନା ନିଆଯାଇଥିଲା। ଗୋଦାମଗୁଡ଼ିକୁ ଯାଞ୍ଚ କରାଯାଇ ୧୦ କୁଇଣ୍ଟାଲ ପଲିଥିନ ଜବତ କରାଯାଇଥିଲା। ଏପରି ଘନ ଘନ ଚଢ଼ାଉ ପରେ ବ୍ୟବସାୟୀଙ୍କ ସହ ଗ୍ରାହକମାନଙ୍କ ଅଡ଼ୁଆ ବଢ଼ିଯାଇଥିଲା। ଜରିମାନାରୁ ବର୍ତ୍ତିବା ପାଇଁ ଖାଉଟିମାନେ ବ୍ୟାଗ ନେଇ ବଜାର ଯିବା ଆରମ୍ଭ କରିଦେଇଥିଲେ। ଦୋକାନୀମାନେ ମଧ୍ୟ ପଲିଥିନ ପରିବର୍ତ୍ତେ କାଗଜ ଠୁଙ୍ଗାକୁ ପ୍ରଧାନ୍ୟ ଦେଇଥିଲେ। ଫଳରେ ପଲିଥିନ ଆବର୍ଜନାରୁ ସହରବାସୀ ସାମାନ୍ୟ ତ୍ରାହି ପାଇଥିଲେ। କିନ୍ତୁ ଗତ ମାର୍ଚ୍ଚରେ କୋଭିଡ୍‌ ସମସ୍ୟା ଦେଖାଦେବା ପରଠାରୁ ଏହି ନିୟମକୁ ଯେପରି ପୌରପ୍ରଶାସନ ପାସୋରି ଦେଇଥିବା ଭଳି ମନେହେଉଛି। ଶୋ’ ରୁମ୍‌ ଠାରୁ ଉଠା ଦୋକାନୀଙ୍କ ଯାଏ ସବୁଠି ପଲିଥିନ କାରବାର ହେଉଛି। ସହରରେ ଏକାଧିକ ଗୋଦାମକୁ ଦୈନିକ ଗାଡ଼ି ଗାଡ଼ି ପଲିଥିନ ଆସୁଛି। କିନ୍ତୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଉ ନାହିଁ। ଏ ନେଇ କେତେଜଣ ବ୍ୟବସାୟୀ କହିଛନ୍ତି, ବଜାରରେ କାଗଜ ଠୁଙ୍ଗାର ଅଭାବ ଓ ଖାଉଟିମାନେ ବ୍ୟାଗ୍‌ ଆଣୁ ନ ଥିବାରୁ ବାଧ୍ୟ ହୋଇ ପଲିଥିନ ବ୍ୟବହାର କରୁଛୁ।

ପ୍ରଶାସନ କଠୋର ହେବା ଆବଶ୍ୟକ
ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ସ୍ବାସ୍ଥ୍ୟପକ୍ଷେ ବହୁ ହାନିକାରକ। ଏ ନେଇ ସରକାର ନିର୍ଦ୍ଦେଶ ଦେଇସାରିଥିବାରୁ ପ୍ରଶାସନ କଠୋର ହୋଇ କାର୍ଯ୍ୟ କରିବା ଦରକାର। ଲୋକଙ୍କ ନିକଟରେ ପଲିଥିନର ବିକଳ୍ପ ରହିଛି। ତେଣୁ ପ୍ରଶାସନ ଘନ ଘନ ଚଢ଼ାଉ ସହ ଜରିମାନା ଆଦାୟ କଲେ ଲୋକେ ଓ ଦୋକାନୀ ସୁଧୁରିବେ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌

ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ସରକାର ପଲିଥିନ ବ୍ୟାନ୍‌ କରିଥିବାରୁ ଅନୁଗୋଳ ସହରରେ ଏହାକୁ କଡ଼ାକଡ଼ି ପାଳନ କରାଯିବା ଦରକାର। ଯେଉଁମାନେ ପଲିଥିନ ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏହାଦ୍ୱାରା ବ୍ୟବସାୟୀ ଓ ଜନସାଧାରଣଙ୍କ ଚେତା ପଶିବ।
-ଯଜ୍ଞନାରାୟଣ ରାୟ, ଅନୁଗୋଳ

ଗ୍ରାହକ ବ୍ୟାଗ୍‌ ଧରି ବଜାର ଆସନ୍ତୁ
ଗ୍ରାହକମାନେ ସଚେତନ ହୋଇ ବ୍ୟାଗ୍‌ ଧରି ବଜାର ଆସିଲେ ଦୋକାନୀଙ୍କୁ ପଲିଥିନ ଦେବାକୁ ପଡ଼ନ୍ତା ନାହିଁ। ଅଧକିଲେ କିମ୍ବା କିଲେ ସାମଗ୍ରୀ ଦେବାକୁ ଠୁଙ୍ଗା ବ୍ୟବହାର କରୁଛୁ। କିନ୍ତୁ ଯେଉଁମାନେ ୨ କିଲୋଗ୍ରାମରୁ ଅଧିକ ସାମଗ୍ରୀ ନେଉଛନ୍ତି ସେମାନଙ୍କୁ ପଲିଥିନ ଦେବାକୁ ପଡ଼ୁଛି।
-ପ୍ରକାଶ ଚନ୍ଦ୍ର ସାହୁ, ବ୍ୟବସାୟୀ, ଅନୁଗୋଳ

ଲୋକେ ଦୋକାନରୁ ମୁହଁ ଫେରାଉଛନ୍ତି
ପ୍ରଶାସନ ଚଢ଼ାଉ ବନ୍ଦ କରିଥିବାରୁ ଲୋକେ ହୁଗୁଳା ହୋଇଯାଇଛନ୍ତି। ସେମାନେ ବ୍ୟାଗ୍‌ ଧରି ବଜାର ଆସୁ ନ ଥିବାରୁ ଦୋକାନୀ ବାଧ୍ୟ ହୋଇ ପଲିଥିନ ଦେଉଛି। ପଲିଥିନ ଦେବାକୁ ମନା କଲେ ବହୁ ଗ୍ରାହକ ଦୋକାନରୁ ମୁହଁ ଫେରାଉଛନ୍ତି। ତେଣୁ ଅଧିକ ଖର୍ଚ୍ଚ ପଡ଼ୁଥିଲେ ମଧ୍ୟ ପଲିଥିନ ବ୍ୟବହାର କରୁଛୁ।
-ଶ୍ରୀକାନ୍ତ ଭୂତିଆ, ବ୍ୟବସାୟୀ, ଅନୁଗୋଳ

ସହରକୁ ପଲିଥିନ ମୁକ୍ତ କରାଯିବ
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁଗୋଳ ସହରକୁ ପଲିଥିନ ମୁକ୍ତ ସହର କରାଯିବ। ଏ ନେଇ ନୂତନ ଢଙ୍ଗରେ କାର୍ଯ୍ୟପନ୍ଥା ଆପଣାଯିବ। କେବଳ ପଲିଥିନ ନୁହେଁ, ପ୍ଲାଷ୍ଟିକ୍‌ ଫ୍ରି ସହର ଉପରେ ଦୃଷ୍ଟି ଦିଆଯିବ। ଏ ନେଇ ଲୋକଙ୍କୁ ସପ୍ତାହେ ଧରି ସଚେତନ କରାଯିବ। ପରେ ଜରିମାନା ଆଦାୟ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri