ଅସମ୍ଭାଳ ବାୟୁ ପ୍ରଦୂଷଣ

ଦିଲ୍ଲୀର ଭୟାବହ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ନିକଟରେ ସବୁ ରାଜ୍ୟରେ ରାସାୟନିକ ବାଣଫୁଟା ଉପରେ ରୋକ ଲଗାଇଥିଲେ। ବିଶେଷକରି ପ୍ରଦୂଷଣ ସୃଷ୍ଟିକାରୀ ବାଣ ଯେଭଳି ଫୁଟା ନ ଯିବ ସେଥିଲାଗି ରାଜ୍ୟ ସରକାରମାନେ ପଦକ୍ଷେପ ନେବେ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଓଡ଼ିଶାରେ ତାହା ପାଳନ ହୋଇ ନ ଥିବା ରବିବାର ଦୀପାବଳି ଅବସରରେ ହୋଇଥିବା ବାଣଫୁଟାରୁ ସ୍ପଷ୍ଟ ହୋଇଛି। ଏତେ ସଂଖ୍ୟାରେ ବାଣଫୁଟା ଯାଇଥିଲା ଯେ, ଭୁବନେଶ୍ୱର ଏବଂ କଟକ ଟୁଇନ୍‌ ସିଟିର ସହରର ବାୟୁ ପ୍ରଦୂଷଣ ରେକର୍ଡ ଭାଙ୍ଗିଛି। ଫଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତି ବିପଜ୍ଜନକ ସ୍ଥିତିକୁ ଚାଲିଯାଇଛି।

ଭୁବନେଶ୍ୱର,୧୪ା୧୧(ଅନିଲ ଦାସ): ଗତ କିଛିଦିନ ହେବ ଦେଶର ରାଜଧାନୀ ନୂଆଦିଲ୍ଲୀବାସୀ ପ୍ରଦୂଷଣ ଜ୍ୱାଳାରେ ଛଟପଟ ହେଉଛନ୍ତି। ପ୍ରଦୂଷଣକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତା ଅଧିକ ପ୍ରଦୂଷଣ କରୁଥିବା ବିପଜ୍ଜନକ ବାଣକୁ ସମଗ୍ର ଦେଶରେ ନିଷେଧ କରିଥିଲେ। ହେଲେ ଏହାର ପ୍ରଭାବ ତିଳେ ମାତ୍ର ପଡ଼ିବା ଭଳି ମନେ ହେଲା ନାହିଁ। ଅଧରାତି ଯାଏ ସ୍ବାଭାବିକ ଭାବେ ବାଣଫୁଟା ଚାଲିଲା। ଚାରିଆଡ଼ ଧୂଆଁମୟ ହୋଇଗଲା। ବଢ଼ିଚାଲିଲା ବାୟୁ ପ୍ରଦୂଷଣର ପାରାମିଟର। ବେଳକୁ ବେଳ ବାୟୁ ପ୍ରଦୂଷଣ ଘାତକ ହେବାରେ ଲାଗିଛି। କଳକାରଖାନା ଓ ଯାନବାହନ ପ୍ରଦୂଷଣରେ ଜୀବନ ଘାଣ୍ଟି ହେଉଛି। ସ୍ବଚ୍ଛ ବାୟୁ ଟିକେ ପାଇବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ପରିବେଶ ବିଗୁଡୁ ଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଆସୁନାହିଁ। ଦୀପାବଳିରେ ଏହି ପ୍ରଦୂଷଣ ହାର ଅନେକ ମାତ୍ରାରେ ବଢ଼ିଯାଇଛି। ପ୍ରଦୂଷଣ ସ୍ତର ଏତେ ବଢ଼ି ଯାଇଥିଲା ଯେ ଏକ ପ୍ରକାର ଅଣନିଃଶ୍ୱାସୀ ପରିବେଶ ସୃଷ୍ଟି ହୋଇଥିଲା। କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି। କେବଳ ଦୀପାବଳି ନୁହେଁ, ଏହାର ପରଦିନ ସୋମବାର ମଧ୍ୟ ପ୍ରଦୂଷଣ ଜ୍ୱାଳାରୁ ମୁକ୍ତ ନ ଥିଲା।
ରାଜ୍ୟର ପ୍ରମୁଖ ସହର କଟକ, ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ପ୍ରଦୂଷଣ ସ୍ଥିତି ଭୟଙ୍କର ଅବସ୍ଥାକୁ ଚାଲିଯାଇଛି। ରବିବାର ରାତି ୧ଟାରେ ପ୍ରଦୂଷଣ ମାତ୍ରା ରେକର୍ଡ ଛୁଇଁଥିଲା। ସେହି ସମୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ)୯୯୯ ଥିଲା ବେଳେ ପଟିଆ ଅଞ୍ଚଳରେ ୬୭୬ ରେକର୍ଡ କରାଯାଇଛି। ସେହିପରି କଟକରେ ରାତି ୧ଟାରେ ପ୍ରଦୂଷଣ ସ୍ତର ୮୮୨ ରେକର୍ଡ ହୋଇଥିଲା। ଶନିବାର ଅପେକ୍ଷା ରବିବାର ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିଥିଲା। ୧୧ ତାରିଖରେ ବାଲେଶ୍ୱରରେ ହାରାହାରି ପ୍ରଦୂଷଣ ୧୨୩ ଥିଲା ବେଳେ ୧୨ ତାରିଖରେ ୧୯୩.୭୯ ରହିଥିଲା। ସେହିପରି ଅନୁଗୋଳରେ ପ୍ରଦୂଷଣ ୧୧ ତାରିଖରେ ୧୩୦ ଥିବା ବେଳେ ୧୨ ତାରିଖରେ ଏହା ୩୪୮କୁ ବୃଦ୍ଧି ପାଇଥିଲା। ତାଳଚେରର ପ୍ରଦୂଷଣ ମାତ୍ରା ୧୧ ତାରିଖରେ ୧୧୭ ରହିଥିବା ବେଳେ

ଦୀପାବଳିରେ ଏହା ୨୧୪.୯୫କୁ ବୃଦ୍ଧି ପାଇଥିଲା। ଭୁବନେଶ୍ୱରର ଲିଙ୍ଗରାଜ ଅଞ୍ଚଳରେ ୧୧ ତାରିଖରେ ପ୍ରଦୂଷଣ ମାତ୍ରା ୧୩୦.୫୧ ଥିବାବେଳେ ଦୀପାବଳି ଦିନ ଏହା ୨୪୩.୨୩ ରହିଥିଲା। ପଟିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ୧୦୬ରୁ ବଢ଼ି ୨୧୧ ହୋଇଥିଲା।
ସୋମବାର ମଧ୍ୟ ଏହାର ପ୍ରଭାବ ଜାରି ରହିଥିଲା। ଦିନ ତମାମ ପ୍ରଦୂଷଣ ରାଜ୍ୟର ବିଭିନ୍ନ ଭାଗରେ ଅନୁଭୂତ ହୋଇଥିଲା। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରେକର୍ଡ ଅନୁଯାୟୀ ସୋମବାର ସନ୍ଧ୍ୟା ସୁଦ୍ଧା ଅନୁଗୋଳରେ ଏକ୍ୟୁଆଇ ୩୪୮ ଥିବାବେଳେ ଭୁବନେଶ୍ୱରରେ ୩୭୨, କଟକ ୩୪୮, ଯାଜପୁର ୩୪୧, କେନ୍ଦୁଝର ୩୦୦, ରାଜଗାଙ୍ଗପୁରରେ ୨୩୭ ଥିଲା। ବାୟୁମଣ୍ଡଳରେ ଏକ୍ୟୁଆଇ ୦ରୁ ୫୦ ରହିଲେ ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ। ୫୧ରୁ ୧୦୦ ସାମାନ୍ୟ ଭଲ, ୧୦୧ରୁ ୨୦୦ ପ୍ରଦୂଷିତ, ୨୦୧ରୁ ୩୦୦ ସ୍ବାସ୍ଥ୍ୟ ପାଇଁ ହାନିକାରକ, ୩୦୧ରୁ ୪୦୦ ବହୁତ ଖରାପ ଏବଂ ୪୦୧ରୁ ୫୦୦ ସ୍ବାସ୍ଥ୍ୟ ପାଇଁ ଅତି ବିପଜ୍ଜନକ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ବାୟୁମଣ୍ଡଳରେ ଏକ୍ୟୁଆଇ ୩୦୦ ଉପରକୁ ଚାଲିଗଲେ ଅତ୍ୟନ୍ତ ହାନିକାରକ ହୋଇଥାଏ। ଏଥିପ୍ରତି ଜନସାଧାରଣ ସଚେତନ ହେବା ଜରୁରୀ। ପରିବେଶ ସୁସ୍ଥ ରଖିବାକୁ ଏସ୍‌ସିବିସି ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଭୁବନେଶ୍ୱର କିମ୍ବା କଟକରେ ସେଭଳି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ଦୀପାବଳି ଥିବାରୁ ବାୟୁ ପ୍ରଦୂଷଣ ସ୍ତର କିଛି ମାତ୍ରାରେ ବଢ଼ି ଯାଇଛି। ଆଉ ଦିନେ ଦୁଇଦିନ ପରେ ତାହା ପୁଣି ଖସି ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?