ବଇଣ୍ଡା, ୧୮।୨(ଡି.ଏନ.ଏ.)
ଅନୁଗୋଳ ଜିଲା ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ସାନହୁଲା ନିକଟରେ ଥିବା ଏକ ବେସରକାରୀ ଜମିରେ ଗଦା କରି ରଖାଯାଇଥିବା ଫ୍ଲାଇ ଆଶ ପ୍ରଦୂଷଣ ବଢ଼ାଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଉକ୍ତ ପାଉଁଶ ଗଦାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ରାସ୍ତା ପାର୍ଶ୍ୱରେ ଥିବା ଉକ୍ତ ବେସରକାରୀ ଜମିରେ ନାଲ୍କୋରୁ ନିର୍ଗତ ଫ୍ଲାଇ ଆଶ ଆଣି ଗଚ୍ଛିତ କରି ରଖାଯାଇଛି। ସାମାନ୍ୟ ପବନରେ ଉକ୍ତ ପାଉଁଶ ଉଡ଼ି ଯାତାୟାତରେ ବ୍ୟାଘାତ ସୃଷ୍ଟି କରୁଛି। ପରିବେଶ ଧୂମମୟ ହୋଇଯାଉଛି। ଏହାଦ୍ୱାରା ଆଖପାଖ ଅଞ୍ଚଳରେ ହେଉଥିବା ଚାଷ ଉଜୁଡ଼ିଗଲାଣି। ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ତେଣୁ ଏହାର ତୁରନ୍ତ ପ୍ରତିକାର କରିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି
ଭୁବନେଶ୍ୱର,୨୨ା୬(ବ୍ୟୁରୋ): ସମୁଦ୍ର ପତ୍ତନଠାରୁ ୧.୫କିମି ଓ ୫.୮ କିମି ମଧ୍ୟରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୫ ଦିନ ଧରି କେତେକ...

ସାରୁଅ ଜମି ବିବାଦ: ଓଟିଭି ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ
ଭୁବନେଶ୍ୱର,୧ ା୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଖୋର୍ଦ୍ଧା ସାରୁଅ ଜମି ବିବାଦ ମାମଲାରେ କ୍ରାଇମ୍ବ୍ରାଞ୍ଚର ଇଓଡବ୍ଲ୍ୟୁ ଓଟିଭିର ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ...

ହୋମ୍ ଡେଲିଭରିରେ ବାଧା ସୃଷ୍ଟିକରୁଛି ପୋଲିସ: ଡେଲିଭରି ଏଜେଣ୍ଟକୁ ରାସ୍ତାରେ ଗୋଡ଼ାଇ ପିଟୁଛି
ଭୁବନେଶ୍ୱର,୨୭ା୩(ବ୍ୟୁରୋ): ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ପରଠୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରିଲେ ପୋଲିସ ଭୟ...

ବାସୁଙ୍କ ରକ୍ ସଙ୍ଗୀତକୁ ଅପେକ୍ଷା
କ୍ଲାଇମେଟ୍ ଚେଞ୍ଜ: ଦି ପାୱାର ଅଫ୍ ୟୁଥ୍ : ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ...

ମା’ବାପା ପୋଲିସ ଅଧିକାରୀ, ପୁଅ ନିଶା ବେପାରୀ
ପୁରୀ ଅଫିସ/ନିମାପଡ଼ା, ୧୪ା୧୦(ଡି.ଏନ୍.ଏ.): ମା’, ବାପା ଉଭୟ ପୋଲିସ ଅଧିକାରୀ। ମାତ୍ର ସେମାନଙ୍କର କଲେଜ ପଢୁଆ ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ...

ଏସିଏଫ୍ ମୃତ୍ୟୁ ଘଟଣା: ଡିଏଫ୍ଓ, ଗୁରାଣ୍ଡି ଓଆଇସି ହେବେ ଜେରା
ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଘଟଣାର...

ଡାବୁଗାଁରେ ‘ଲୁଣ ମିଳିବ ନାହିଁ’ ଗୁଜବ: ଅସାଧୁ ବ୍ୟବସାୟୀ ମାଲାମାଲ; ଚିନ୍ତାରେ ଖାଉଟି
ଡାବୁଗାଁ,୧୩।୫(ଡି.ଏନ୍.ଏ.): କରୋନାକୁ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ତେବେ ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଅହେତୁକ ମାତ୍ରାରେ...

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍କୁ ପଛରୁ ପିଟିଲା ଟ୍ରଲର, ୭ ଗୁରୁତର
ବସ୍ତା,୩୧।୫(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଦଣ୍ଡିକା ଛକ ନିକଟରେ ରବିବାର ବସ୍କୁ ଏକ ଟ୍ରଲର ପଛପଟୁ ଧକ୍କା...