ପ୍ରଦୂଷଣ ଆଁରେ ନୟାଗଡ଼

ନୟାଗଡ଼,୨୬।୧୧(ଲୋକନାଥ ମିଶ୍ର)ସଙ୍କଟରେ ପରିବେଶ । ବର୍ତ୍ତମାନ ପରିବେଶ, ଅସୁନ୍ତଳିତ ଜଳବାୟୁ ଓ ବିପର୍ଯ୍ୟୟ ମୁଖୀ ସବୁଜିମା ନୟାଗଡ଼ ଜିଲାରେ ଜୀବଜଗତକୁ ଧ୍ୱଂସ ମୁହଁକୁ ଠେଲି ଦେଇଛି । ପ୍ରଦୂଷଣ ଅଁାରେ ରହି ଯାଇଛି ନୟାଗଡ଼ ଜିଲା । ହେଲେ ଏହାର ପ୍ରଭାବ କାଠ, ପଥର ଚୋର, କରତ କଳ ଓ କ୍ରସର ମାଲିକ, ପରିବେଶକୁ ନଷ୍ଟ କରୁଥିବା ମଣିଷ ଓ ବନବିଭାଗ ଉପରେ ପଡୁନି । ଜିଲାର ବିଭିନ୍ନ ପାହାଡ଼ ଓ ଜଙ୍ଗଲିଆ ଅଞ୍ଚଳରେ ପଥରଚୋରମାନେ କମ୍ପ୍ରେସର ଲଗାଇ ମୁଣ୍ଡିଆରୁ ପଥର ବ୍ଲାଷ୍ଟିଂ କରୁଛନ୍ତି। ଏଥିରେ ଡିଟୋନେଟର, ଜିଲୋଟିନ୍‌, ଆମୋନିୟମ ନାଇଟ୍ରେଟ ଭଳି ବିସ୍ଫୋରକ ବ୍ୟବହାର କରାଯାଉଛି। ବ୍ଲାଷ୍ଟିଂ ଯୋଗୁ ପରିବେଶ ପ୍ରଦୂଷିତ ହେଉଛି । ସେହିପରି କେତେକ କ୍ରସର ମାଲିକ ନୀତି ନିୟମକୁ ମାନୁ ନାହାନ୍ତି । ଲାଇସେନ୍ସ ନ ଥାଇ ବି କ୍ରସର ଚାଲିଛି । ଏକ୍ଷେତ୍ରରେ ଜିଲା ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ନୀରବତା ଅବଲମ୍ବନ କରୁଛନ୍ତି । ପୁଣି ଜିଲାରେ ଯାନବାହନ ସଂଖ୍ୟା ବଢ଼ି ଚାଲିଛି। କିଛି ଯାନବାହାନ କିରୋସିନି ଓ ଗ୍ୟାସରେ ଚାଲୁଥିଲେ ମଧ୍ୟ ନଜର ନାହିଁ । ଖରାଦିନେ ଜଙ୍ଗଲରେ ନିଅଁା ଲାଗି ଔଷଧୀୟ ବୃକ୍ଷ ସମେତ ଅନ୍ୟ ଗଛ ପୋଡୁଛି । ଅଙ୍ଗାର ଓ ପୋଡୁ ଚାଷ ଯୋଗୁ ଜଙ୍ଗଲ ଜଳୁଛି । ବେଆଇନ ଶିକାରର ପ୍ରଭାବ ମଧ୍ୟ ପରିବେଶ ଉପରେ ପଡୁଛି। ରାସ୍ତା କଡ, ବିଭିନ୍ନ ଅଞ୍ଚଳ ଓ ଜଙ୍ଗଲରୁ ଯେଉଁ ପରିମାଣର ଗଛକଟା ଯାଉଛି ସେତିକି ଗଛ ଲଗା ଯାଉ ନାହିଁ । ଚାରା ରୋପଣର ବାହାବା ନିଆଯାଉଛି । ହେଲେ ଯେତିକି ଚାରା ଲାଗୁଛି ୮ ପ୍ରତିଶତ ଚାରା ବଞ୍ଚୁ ନାହିଁ । କେତେଜଣ ଲୋକ ଧରାଧରି କରି ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ପୁରସ୍କାର ହାତେଇ ବାହାବା ନେଉଛନ୍ତି ।
ଏନେଇ ପରିବେଶବତ୍‌ ଆଦିତ୍ୟ ଦାଶ କୁହନ୍ତି, ଭାଷଣ ବାଜି ନ କରି ପରିବେଶର ସୁରକ୍ଷା ପାଇଁ କାମ କରିବା ଦରକାର । ବିଭିନ୍ନ କାରଣରୁୁ ପରିବେଶ ପ୍ରଦୂଷିତ ହୋଇ ଚାଲିଛି । ଏହାକୁ ରୋକିବାକୁ ମିଳିମିଶି କାମ କରିବା ଦରକାର । ଚାରା ରୋପଣ କରି ଯେପରି ବାହାବା ନିଆଯାଉଛି ସେପରି ସେଗୁଡିକୁ ବଞ୍ଚାଇଲେ ପରିବେଶର ରୁପ ବଦଳିବ। ପରିବେଶବିତ୍‌ ବିଭୁ ପ୍ରସାଦ ଦାଶ କୁହନ୍ତି, ଧିରେ ଧିରେ ପରିବେଶ ପ୍ରଦୂଷିତ ହୋଇ ଚାଲିଛି । ଆମେ ଅଣନିଃଶ୍ୱାସୀ ହେବା ଆରମ୍ଭ ହୋଇଥିଲେହେଁ ଏହାକୁ ବଦଳାଇବାକୁ ପଦକ୍ଷେପ ନେଉନାହୁଁ। ପ୍ରତିବର୍ଷ କେତେଜଣ ଲୋକ ଚାରା ରୋପଣ କରି ବାହାବା ନେଉଛନ୍ତି । ଜଙ୍ଗଲକୁ ଧ୍ୱଂସ କରି ପରିବେଶବିତ୍‌ ପୁରସ୍କାର ହାତଉଛନ୍ତି । ସରକାର ନିଜର ନୀତିରେ ପରିବର୍ତ୍ତନ ଆଣନ୍ତୁ । ପରିବେଶ ଉପରେ ପ୍ରାଧାନ୍ୟ ଦେଇ କାମ କରାନ୍ତୁ । ପରିବେଶବିତ୍‌ ଗଛ ସାର ଅନ୍ତର୍ଯ୍ୟାମୀ ସାହୁ କୁହନ୍ତି, କେହି କାହାରିକୁ ଦୋଷାରୋପ ନ କରି ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବା ଦରକାର। ପରିବେଶକୁ ବଦଳାଇବାକୁ ହେଲେ ସମସ୍ତଙ୍କ ସହଯୋଗ ଦରକାର । ଭାସଣବାଜି କରିଦେଲେ ପରିବେଶ ବଦଳିବ ନାହିଁ ବୋଲି ପ୍ରକାଶ କରିଛନ୍ତି । ପରିବେଶବିତ୍‌ ସଞ୍ଜୟ ସାହୁ କୁହନ୍ତି, କ୍ରସର, ବିସ୍ଫୋରକ କାରବାର, ଯାନବାହାନ ପରି କିଛି କାରଣରୁ ପ୍ରଦୂଷଣ ବଳୟରେ ନୟାଗଡ଼ ଜିଲା ରହିଥିବା ଅଭିଯୋଗ ହୋଇ ଆସୁଛି । ଜିଲାରେ ଠେଙ୍ଗାପାଳି ଓ ବନ ସୁରକ୍ଷା ସମିତି ମାଧ୍ୟମରେ ଜଙ୍ଗଲର ସୁରକ୍ଷା କରାଯାଉଥିଲେହେଁ ଜିଲାର ୩୭ ପ୍ରତିଶତ ଜଙ୍ଗଲ ସୁରକ୍ଷିତ ନୁହେଁ। ବିକାଶ ନଁାରେ ବିନାଶ ଚାଲିଥିବାରୁ କେବଳ ସ୍ଥଳ କି ଆକାଶ ନୁହେଁ ଜଳ ବି ପ୍ରଦୂଷିତ ହୋଇ ଚାଲଛି । ପରିବେଶର ସୁରକ୍ଷା ସମସ୍ତଙ୍କୁ ଘାରିଥିଲେ ମଧ୍ୟ ପ୍ରତିକାର କରାଯାଉନାହିଁ। ସମୟ ଆସିଛି ପରିବେଶକୁ ସୁରକ୍ଷା କଲେ ଆମେ ଓ ଆମର ବଂଶଧର ସୁରକ୍ଷିତ ରହିବେ, ନ ହେଲେ ସବୁ ବିଗିଡି ଚାଲିବ । ଶେଷରେ ଜୀବଜଗତ ସଙ୍କଟରେ ପଡିବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?