ପ୍ରଦୂଷଣ ଆଁରେ ନୟାଗଡ଼

ନୟାଗଡ଼,୨୬।୧୧(ଲୋକନାଥ ମିଶ୍ର)ସଙ୍କଟରେ ପରିବେଶ । ବର୍ତ୍ତମାନ ପରିବେଶ, ଅସୁନ୍ତଳିତ ଜଳବାୟୁ ଓ ବିପର୍ଯ୍ୟୟ ମୁଖୀ ସବୁଜିମା ନୟାଗଡ଼ ଜିଲାରେ ଜୀବଜଗତକୁ ଧ୍ୱଂସ ମୁହଁକୁ ଠେଲି ଦେଇଛି । ପ୍ରଦୂଷଣ ଅଁାରେ ରହି ଯାଇଛି ନୟାଗଡ଼ ଜିଲା । ହେଲେ ଏହାର ପ୍ରଭାବ କାଠ, ପଥର ଚୋର, କରତ କଳ ଓ କ୍ରସର ମାଲିକ, ପରିବେଶକୁ ନଷ୍ଟ କରୁଥିବା ମଣିଷ ଓ ବନବିଭାଗ ଉପରେ ପଡୁନି । ଜିଲାର ବିଭିନ୍ନ ପାହାଡ଼ ଓ ଜଙ୍ଗଲିଆ ଅଞ୍ଚଳରେ ପଥରଚୋରମାନେ କମ୍ପ୍ରେସର ଲଗାଇ ମୁଣ୍ଡିଆରୁ ପଥର ବ୍ଲାଷ୍ଟିଂ କରୁଛନ୍ତି। ଏଥିରେ ଡିଟୋନେଟର, ଜିଲୋଟିନ୍‌, ଆମୋନିୟମ ନାଇଟ୍ରେଟ ଭଳି ବିସ୍ଫୋରକ ବ୍ୟବହାର କରାଯାଉଛି। ବ୍ଲାଷ୍ଟିଂ ଯୋଗୁ ପରିବେଶ ପ୍ରଦୂଷିତ ହେଉଛି । ସେହିପରି କେତେକ କ୍ରସର ମାଲିକ ନୀତି ନିୟମକୁ ମାନୁ ନାହାନ୍ତି । ଲାଇସେନ୍ସ ନ ଥାଇ ବି କ୍ରସର ଚାଲିଛି । ଏକ୍ଷେତ୍ରରେ ଜିଲା ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ନୀରବତା ଅବଲମ୍ବନ କରୁଛନ୍ତି । ପୁଣି ଜିଲାରେ ଯାନବାହନ ସଂଖ୍ୟା ବଢ଼ି ଚାଲିଛି। କିଛି ଯାନବାହାନ କିରୋସିନି ଓ ଗ୍ୟାସରେ ଚାଲୁଥିଲେ ମଧ୍ୟ ନଜର ନାହିଁ । ଖରାଦିନେ ଜଙ୍ଗଲରେ ନିଅଁା ଲାଗି ଔଷଧୀୟ ବୃକ୍ଷ ସମେତ ଅନ୍ୟ ଗଛ ପୋଡୁଛି । ଅଙ୍ଗାର ଓ ପୋଡୁ ଚାଷ ଯୋଗୁ ଜଙ୍ଗଲ ଜଳୁଛି । ବେଆଇନ ଶିକାରର ପ୍ରଭାବ ମଧ୍ୟ ପରିବେଶ ଉପରେ ପଡୁଛି। ରାସ୍ତା କଡ, ବିଭିନ୍ନ ଅଞ୍ଚଳ ଓ ଜଙ୍ଗଲରୁ ଯେଉଁ ପରିମାଣର ଗଛକଟା ଯାଉଛି ସେତିକି ଗଛ ଲଗା ଯାଉ ନାହିଁ । ଚାରା ରୋପଣର ବାହାବା ନିଆଯାଉଛି । ହେଲେ ଯେତିକି ଚାରା ଲାଗୁଛି ୮ ପ୍ରତିଶତ ଚାରା ବଞ୍ଚୁ ନାହିଁ । କେତେଜଣ ଲୋକ ଧରାଧରି କରି ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ପୁରସ୍କାର ହାତେଇ ବାହାବା ନେଉଛନ୍ତି ।
ଏନେଇ ପରିବେଶବତ୍‌ ଆଦିତ୍ୟ ଦାଶ କୁହନ୍ତି, ଭାଷଣ ବାଜି ନ କରି ପରିବେଶର ସୁରକ୍ଷା ପାଇଁ କାମ କରିବା ଦରକାର । ବିଭିନ୍ନ କାରଣରୁୁ ପରିବେଶ ପ୍ରଦୂଷିତ ହୋଇ ଚାଲିଛି । ଏହାକୁ ରୋକିବାକୁ ମିଳିମିଶି କାମ କରିବା ଦରକାର । ଚାରା ରୋପଣ କରି ଯେପରି ବାହାବା ନିଆଯାଉଛି ସେପରି ସେଗୁଡିକୁ ବଞ୍ଚାଇଲେ ପରିବେଶର ରୁପ ବଦଳିବ। ପରିବେଶବିତ୍‌ ବିଭୁ ପ୍ରସାଦ ଦାଶ କୁହନ୍ତି, ଧିରେ ଧିରେ ପରିବେଶ ପ୍ରଦୂଷିତ ହୋଇ ଚାଲିଛି । ଆମେ ଅଣନିଃଶ୍ୱାସୀ ହେବା ଆରମ୍ଭ ହୋଇଥିଲେହେଁ ଏହାକୁ ବଦଳାଇବାକୁ ପଦକ୍ଷେପ ନେଉନାହୁଁ। ପ୍ରତିବର୍ଷ କେତେଜଣ ଲୋକ ଚାରା ରୋପଣ କରି ବାହାବା ନେଉଛନ୍ତି । ଜଙ୍ଗଲକୁ ଧ୍ୱଂସ କରି ପରିବେଶବିତ୍‌ ପୁରସ୍କାର ହାତଉଛନ୍ତି । ସରକାର ନିଜର ନୀତିରେ ପରିବର୍ତ୍ତନ ଆଣନ୍ତୁ । ପରିବେଶ ଉପରେ ପ୍ରାଧାନ୍ୟ ଦେଇ କାମ କରାନ୍ତୁ । ପରିବେଶବିତ୍‌ ଗଛ ସାର ଅନ୍ତର୍ଯ୍ୟାମୀ ସାହୁ କୁହନ୍ତି, କେହି କାହାରିକୁ ଦୋଷାରୋପ ନ କରି ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବା ଦରକାର। ପରିବେଶକୁ ବଦଳାଇବାକୁ ହେଲେ ସମସ୍ତଙ୍କ ସହଯୋଗ ଦରକାର । ଭାସଣବାଜି କରିଦେଲେ ପରିବେଶ ବଦଳିବ ନାହିଁ ବୋଲି ପ୍ରକାଶ କରିଛନ୍ତି । ପରିବେଶବିତ୍‌ ସଞ୍ଜୟ ସାହୁ କୁହନ୍ତି, କ୍ରସର, ବିସ୍ଫୋରକ କାରବାର, ଯାନବାହାନ ପରି କିଛି କାରଣରୁ ପ୍ରଦୂଷଣ ବଳୟରେ ନୟାଗଡ଼ ଜିଲା ରହିଥିବା ଅଭିଯୋଗ ହୋଇ ଆସୁଛି । ଜିଲାରେ ଠେଙ୍ଗାପାଳି ଓ ବନ ସୁରକ୍ଷା ସମିତି ମାଧ୍ୟମରେ ଜଙ୍ଗଲର ସୁରକ୍ଷା କରାଯାଉଥିଲେହେଁ ଜିଲାର ୩୭ ପ୍ରତିଶତ ଜଙ୍ଗଲ ସୁରକ୍ଷିତ ନୁହେଁ। ବିକାଶ ନଁାରେ ବିନାଶ ଚାଲିଥିବାରୁ କେବଳ ସ୍ଥଳ କି ଆକାଶ ନୁହେଁ ଜଳ ବି ପ୍ରଦୂଷିତ ହୋଇ ଚାଲଛି । ପରିବେଶର ସୁରକ୍ଷା ସମସ୍ତଙ୍କୁ ଘାରିଥିଲେ ମଧ୍ୟ ପ୍ରତିକାର କରାଯାଉନାହିଁ। ସମୟ ଆସିଛି ପରିବେଶକୁ ସୁରକ୍ଷା କଲେ ଆମେ ଓ ଆମର ବଂଶଧର ସୁରକ୍ଷିତ ରହିବେ, ନ ହେଲେ ସବୁ ବିଗିଡି ଚାଲିବ । ଶେଷରେ ଜୀବଜଗତ ସଙ୍କଟରେ ପଡିବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri