ରାସ୍ତା କଡ଼ ଧାନ ମିଲ୍‌ ଯୋଗୁ ବଢ଼ୁଛି ପ୍ରଦୂଷଣ

ତେନ୍ତୁଳିଖୁଣ୍ଟ,୮ା୬( ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳର ରାସ୍ତା କଡରେ ବଡ଼ ବଡ଼ ଧାନ ମିଲ ଓ ବ୍ଲକ ମାର୍କେଟ ସ୍ଥାନରେ ପଲିଥିନର ବହୁଳ ବ୍ୟବହାର ଯୋଗୁ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ନିୟମକୁ ଅବମାନନା କରି ରାସ୍ତା କଡରେ ଗଢ଼ି ଉଠିଛି ଅନେକ ଧାନ ମିଲ । ରାତି ଦିନ ମିଲ ଚାଲୁ ଥିବାରୁ ଧାନଗୁଣ୍ଡ ଉଡ଼ୁଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଶତାଧିକ ଯାତ୍ରୀ ଓ ନିକଟରେ ଥିବା ଶିକ୍ଷା ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ନାକେଦମ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। ଧାନ ଗୁଣ୍ଡ ଆକତ୍ ଓ ନାକରେ ପଶିଯାଉଥିବାରୁ ଲୋକେ ଆଖି ରୋଗଠାରୁ ଆରମ୍ଭ କରି ଯକ୍ଷ୍ମା, କାଶ ଭଳି ଅନେକ ମାରାତ୍ମକ ରୋଗରେ ଆକ୍ରନ୍ତ ହେଉଛନ୍ତି। ଧାନ ମିଲ୍‌ଗୁଡ଼ିକ ରାସ୍ତା କଡ଼ରୁ ଉଠାଇ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ଼ ସବୁ ଜାଣି ନୀରବ ରହୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ରାଜ୍ୟ ପ୍ରଦୂଷଣ ବୋର୍ଡ଼ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳରେ ପଲିଥିନ ବ୍ୟବହାର ମଧ୍ୟ ବଢ଼ି ଚାଲିଛି। ତେନ୍ତୁଳିଖୁଣ୍ଟି ବ୍ଳକରେ ଦୈନିକ ୫୦କିଲୋ ପଲିଥିନ ବ୍ୟବହାର ହେଉଥିବା ଏକ ବେସରକାରୀ ସଂସ୍ଥା ସର୍ଭେରୁ ଜଣା ପଡୁଛି। ଦୋକାନଗୁଡ଼ିକରେ ପଲିଥିନ ବିକ୍ରି କରାଯାଉଥିବାବେଳେ ଚାରିଆଆଡେ ପଲିଥିନ ବିକ୍ଷିପ୍ତ ଭାବେ ପଡି ରହୁଛି। ଅସରାଏ ବର୍ଷା ହେଲେ ନାଳ ନର୍ଦ୍ଦମା ଚାରିଆଡ଼େ ପଲିଥିନ୍‌ ଜମା ହୋଇ ଦୂଷିତ ପାଣି ନିଷ୍କାସନ ହୋଇ ପାରୁନାହିଁ। ଫଳରେ ଗାଁ ଗହଳିରେ ମଶା ମାଛି ସଂଖ୍ୟା ବୃଦ୍ଧି ପାଇବା ସହ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ଦ୨ ଦିନ ତଳେ ତେନ୍ତୁଳିଖୁଣ୍ଟି କାର୍ଯ୍ୟାଳୟ ପରିସରରେ ବିଶ୍ୱ ପରିବେଷ ଦିବସ ପାଳନ କରାଯାଇଥିବା ବେଳେ ଦୂଷିତ ପରିବେଷକୁ ଦେଖିଲେ ଏହା କେବଳ କାଗଜ କଲମରେ ସୀମିତ ଥିବା ଅଭିଯୋଗ ହେଉଛି। ପଲିଥିନ ବଦଳରେ କାଗଜ ଓ କପଡା ବ୍ୟାଗ ଉପରେ ଗୁରୁତ୍ୱ ଦେଲେ ନିଶ୍ଚିତ ରୂପେ ଏହି ଦିବସ ପାଳନର ମହତ୍ତ୍ୱ ରହିବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri