ରାସ୍ତା କଡ଼ ଧାନ ମିଲ୍‌ ଯୋଗୁ ବଢ଼ୁଛି ପ୍ରଦୂଷଣ

ତେନ୍ତୁଳିଖୁଣ୍ଟ,୮ା୬( ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳର ରାସ୍ତା କଡରେ ବଡ଼ ବଡ଼ ଧାନ ମିଲ ଓ ବ୍ଲକ ମାର୍କେଟ ସ୍ଥାନରେ ପଲିଥିନର ବହୁଳ ବ୍ୟବହାର ଯୋଗୁ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ନିୟମକୁ ଅବମାନନା କରି ରାସ୍ତା କଡରେ ଗଢ଼ି ଉଠିଛି ଅନେକ ଧାନ ମିଲ । ରାତି ଦିନ ମିଲ ଚାଲୁ ଥିବାରୁ ଧାନଗୁଣ୍ଡ ଉଡ଼ୁଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଶତାଧିକ ଯାତ୍ରୀ ଓ ନିକଟରେ ଥିବା ଶିକ୍ଷା ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ନାକେଦମ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। ଧାନ ଗୁଣ୍ଡ ଆକତ୍ ଓ ନାକରେ ପଶିଯାଉଥିବାରୁ ଲୋକେ ଆଖି ରୋଗଠାରୁ ଆରମ୍ଭ କରି ଯକ୍ଷ୍ମା, କାଶ ଭଳି ଅନେକ ମାରାତ୍ମକ ରୋଗରେ ଆକ୍ରନ୍ତ ହେଉଛନ୍ତି। ଧାନ ମିଲ୍‌ଗୁଡ଼ିକ ରାସ୍ତା କଡ଼ରୁ ଉଠାଇ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ଼ ସବୁ ଜାଣି ନୀରବ ରହୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ରାଜ୍ୟ ପ୍ରଦୂଷଣ ବୋର୍ଡ଼ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳରେ ପଲିଥିନ ବ୍ୟବହାର ମଧ୍ୟ ବଢ଼ି ଚାଲିଛି। ତେନ୍ତୁଳିଖୁଣ୍ଟି ବ୍ଳକରେ ଦୈନିକ ୫୦କିଲୋ ପଲିଥିନ ବ୍ୟବହାର ହେଉଥିବା ଏକ ବେସରକାରୀ ସଂସ୍ଥା ସର୍ଭେରୁ ଜଣା ପଡୁଛି। ଦୋକାନଗୁଡ଼ିକରେ ପଲିଥିନ ବିକ୍ରି କରାଯାଉଥିବାବେଳେ ଚାରିଆଆଡେ ପଲିଥିନ ବିକ୍ଷିପ୍ତ ଭାବେ ପଡି ରହୁଛି। ଅସରାଏ ବର୍ଷା ହେଲେ ନାଳ ନର୍ଦ୍ଦମା ଚାରିଆଡ଼େ ପଲିଥିନ୍‌ ଜମା ହୋଇ ଦୂଷିତ ପାଣି ନିଷ୍କାସନ ହୋଇ ପାରୁନାହିଁ। ଫଳରେ ଗାଁ ଗହଳିରେ ମଶା ମାଛି ସଂଖ୍ୟା ବୃଦ୍ଧି ପାଇବା ସହ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ଦ୨ ଦିନ ତଳେ ତେନ୍ତୁଳିଖୁଣ୍ଟି କାର୍ଯ୍ୟାଳୟ ପରିସରରେ ବିଶ୍ୱ ପରିବେଷ ଦିବସ ପାଳନ କରାଯାଇଥିବା ବେଳେ ଦୂଷିତ ପରିବେଷକୁ ଦେଖିଲେ ଏହା କେବଳ କାଗଜ କଲମରେ ସୀମିତ ଥିବା ଅଭିଯୋଗ ହେଉଛି। ପଲିଥିନ ବଦଳରେ କାଗଜ ଓ କପଡା ବ୍ୟାଗ ଉପରେ ଗୁରୁତ୍ୱ ଦେଲେ ନିଶ୍ଚିତ ରୂପେ ଏହି ଦିବସ ପାଳନର ମହତ୍ତ୍ୱ ରହିବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri