ବେଆଇନ ଇଟାଭାଟି ପାଇଁ ପ୍ରଦୂଷଣ

ପଟ୍ଟାମୁଣ୍ଡାଇ,୩୦ା୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ବେଆଇନ ଇଟାଭାଟି ବଢି ଚାଲିଛି। ଭାଟିରେ ବ୍ୟବହାର ହେଉଥିବା କାଠ ଓ କୋଇଲାରୁ ଧୂଅଁା ସାଙ୍ଗକୁ ଧୂଳି ଉଡି ପରିବେଶକୁ ପ୍ରଦୂଷିତ କରୁଛି। ଧୂଅଁା ଯୋଗୁ ଶ୍ୱାସରୋଗୀ ଓ ସାଧାରଣ ଲୋକ ରୋଗରେ ପଡୁଛନ୍ତି। ସେମାନେ ନିଃଶ୍ୱାସ, ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ପାଉଁଶ ଉଡ଼ି ସବୁଜ ପନିପରିବା ଉପରେ ଆସ୍ତରଣ ପଡିବାରୁ ତାହା ଖାଇବା ଅନୁପଯୋଗୀ ହୋଇ ପଡୁଛି। ଇଟାଭାଟି ମାଲିକମାନେ ମାଟି ପାଇଁ ସରକାରୀ ଶ୍ମଶାନ, ଗୋଚର, ନଦୀକୂଳ, ଅନାବାଦୀ ଆଉ ଖେଳପଡିଆକୁ ଟାର୍ଗେଟ କରିଛନ୍ତି। ସେମାନେ ଅବାଧରେ ଜେସିବି ଲଗାଇ ଟ୍ରାକ୍ଟର ଓ ଟ୍ରକ୍‌ ଯୋଗେ ମାଟି ଖୋଳି ନେଉଛନ୍ତି। ପ୍ରଶାସନିକ ଅଧିକାରୀମାନେ ଦେଖି ନ ଦେଖିଲା ପରି ଚାଲିଯାଉଛନ୍ତି। ଅଭିଯୋଗ କଲେ ତହସିଲ ପ୍ରଶାସନ ଇଟାଭାଟି ମାଲିକଙ୍କୁ ଡକାଇ ମାତ୍ର କେଇ ଟଙ୍କାର ଫାଇନ୍‌ କାଟି ଚୁପ୍‌ ହୋଇ ବସୁଛନ୍ତି। ଲୋକେ ଏହାର ବିରୋଧ କଲେ ମାଲିକମାନେ ଧମକ ଚମକ ଦେବା ସହ ହଇରାଣ କରୁଛନ୍ତି। ସ୍ଥାନୀୟ ଆର୍‌ଆଇ ଓ ତହସିଲଦାର ଗ୍ରାମବାସୀଙ୍କ ଅଭିଯୋଗକୁ ଅଣଦେଖା କରୁଥିବା ନେଇ ଶହେରୁ ଊର୍ଦ୍ଧ୍ୱ ଚାଷୀ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଇଟାଭାଟି ମାଲିକମାନଙ୍କ ରାଜ ଚାଲିଛି। ୭ ବର୍ଷ ହେଲା ସରକାରୀ ଜମିରୁ ମାଟି ଖୋଳା ଚାଲିଛି। ତହସିଲରେ ଥିବା ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗଁାର ପ୍ରାୟ ୨୨ ଏକର ସରକାରୀ ଅନାବାଦୀ ଜମି ଉପରେ ଭାଟି ମାଲିକମାନେ ବେଆଇନ ଭାବେ ମାଟି ଖୋଳି ଇଟା ତିଆରି କରି ଚାଲିଛନ୍ତି। ଏପରିକି ପାଖରେ ବହି ଯାଉଥିବା ବ୍ରାହ୍ମଣୀ ନଦୀ ପଠାରେ ମଧ୍ୟ ମୁନାଫାଖୋର ଭାଟି ମାଲିକମାନେ ନଦୀ ଭିତରେ ବେଆଇନ ଭାବେ ଇଟା ତିଆରି କରି ପୋଡୁଛନ୍ତି। ବଳଭଦ୍ରପୁର ପଞ୍ଚାୟତର ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ବ୍ରାହ୍ମଣୀ ନଦୀ ଏହି ଗ୍ରାମ ପାଖରେ ପ୍ରବାହିତ ହେଉଥିବାରୁ ପନିପରିବା ଚାଷ ବହୁଳ ମାତ୍ରାରେ ହୁଏ। ମାତ୍ର ଇଟା ଧୂଆଁରେ ସେ ସବୁ ନଷ୍ଟ ହେବା ସହ ଗ୍ରାମର ପରିବେଶ ପ୍ରଦୂଷିତ ହୋଇ ଲୋକେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ଏ ନେଇ ବାଲିପାଟଣା ଗଁାର ବିଘ୍ନେଶ୍ୱର ସ୍ବାଇଁ, ବିକାଶ ସ୍ବାଇଁ, ସୁଶୀଲ ସ୍ବାଇଁ, ଶଙ୍କର ପରିଡ଼ା, ପତିତପାବନ ପରିଡା, ଅଶ୍ୱିନୀ ପରିଡା, ଶିବ ପ୍ରସାଦ ପରିଡା, ଦାମୋଦର ପରିଡା, ପ୍ରଫୁଲ୍ଲ ବଳ, ରଞ୍ଜନ ସ୍ବାଇଁ, ଶୁକଦେବ ସ୍ବାଇଁ, ନିଶିଧର ବଳ, ବସନ୍ତ ବଳ, ରାଜେଶ ବଳ, ନୃସିଂହ ବଳ ସମେତ ୧୧୪ ଜଣ ଜିଲାପାଳ ଅମୃତ ଋତୁରାଜଙ୍କୁ ଅଭିଯୋଗ କରିଛନ୍ତି। ଦୋଷୀ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଏ ସମ୍ପର୍କରେ ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରେ ବେଆଇନ ଭାବେ ପୋଡ଼ା ଯାଉଥିବା ଇଟାଭାଟି ଉପରେ ଚଢାଉ କରିବା ପାଇଁ ରାଜସ୍ବ ନିରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ବୁଲି ବୁଲି ତନଖି କରୁଛନ୍ତି। ବେଆଇନ ଭାବେ ଇଟା ପୋଡୁଥିବା ଭାଟି ମାଲିକ ଖସିଯାଇ ପାରିବେ ନାହିଁ ବୋଲି ସେ କହିଛନ୍ତି। ତହସିଲ ସୂତ୍ରରୁ ଜଣାପଡ଼ିଛି, ୨୦୨୦-୨୧ ଆର୍ଥତ୍କ ବର୍ଷରେ ଇଟାଭାଟି ମାଲିକଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। ୨୦୨୧-୨୨ ଆର୍ଥତ୍କ ବର୍ଷରେ ୪ ଲକ୍ଷ ୭୦ ହଜାର ରାଜସ୍ବ ଆଦାୟ ହୋଇଛି। ତେବେ ଚଳିତବର୍ଷରେ ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ୩୬ଟି ସ୍ଥାନରେ ଇଟା ତିଆରି ହେଉଥିବା ଜଣାପଡିଛି। ହେଲେ ଇଟା ଭାଟି ମାଲିକଙ୍କଠାରୁ କେତେ ରାଜସ୍ବ ଆଦାୟ ହେଉଛି ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷରେ ଇଟାଭାଟି ଧୂଆଁରେ ବାୟୁ ପ୍ରଦୂଷଣ ବଢୁଛି। ତେଣୁ ପୋଡା ନାଲିଇଟା ବଦଳରେ ଆଶ୍‌ ଇଟା ବ୍ୟବହାର କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ହେଲେ ଏହି ନିୟମକୁ କେହି ମାନୁ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri