ଦେବୀ ନଦୀବନ୍ଧ ଦୁର୍ବଳ ହେଉଛି

ନାଉଗଁା,୩୦ା୧(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଦେଇ ପ୍ରବାହିତ ହେଉଛି ଦେବୀ ନଦୀ। ଶିଖର ପଞ୍ଚାୟତ ପାରିଶିଖରଠାରେ ଦେବୀନଦୀ କୂଳ ଖାଉଥିବାରୁ ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ କାର୍ଯ୍ୟ ଜାରିରହିଛି। ଏହି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଉଛି। ନଦୀ ମଧ୍ୟରେ ୭ ଶହ ମିଟର ପଥର ପ୍ୟାକିଂ ସହ ୬ଟି ବୁରୁଜ ନିର୍ମାଣ କରାଯିବ। ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ ପାଇଁ ଠିକାଦାରଙ୍କ ପକ୍ଷରୁ ହାଇଓ୍ବାରେ ପ୍ରତିଦିନ ଓଭର ଲୋଡିଂ କରି ପଥର ନଦୀବନ୍ଧରେ ପରିବହନ କରାଯାଉଛି। ଫଳରେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ସରକାରଙ୍କ ନିୟମାନୁସାରେ ପରିବହନ କରୁଥିବା ହାଇଓ୍ବାରେ ୧୫ରୁ ୨୦ଟନ୍‌ ପଥର ବୋଝେଇ ହୋଇ ଆସିବା କଥା। କିନ୍ତୁ ହାଇଓ୍ବାରେ ୩୦ରୁ ୪୦ ଟନ ପଥର ବୋଝେଇ ହୋଇଆସୁଛି। ଏଥିଯୋଗୁ ନଦୀ ବନ୍ଧ ରାସ୍ତା ବହୁ ସ୍ଥାନରେ ଫାଟି ଗଲାଣି। ପରିବହନ ବିଭାଗ ପକ୍ଷରୁ ହାଇଓ୍ବାଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତା କରାଯାଇଥିବା ବେଳେ ଅଧିକାଂଶ ଗାଡ଼ିରେ ପୁରୁଣା ଓ ହାତଲେଖା ନମ୍ବର ପ୍ଲେଟ ଦେଖିବାକୁ ମିଳିଛି। ତେଣୁ ପରିବହନ କରୁଥିବା ଗାଡିଗୁଡିକର ଫିଟ୍‌ନେସ, ଇନ୍ସ୍ୟୁରାନ୍ସ, ଲାଇସେନ୍ସ ଆଦି ଅଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପଥର ଗାଡିଗୁଡିକ ରାତିରେ ଆସି ସକାଳେ ନଦୀ କୂଳରେ ପହଞ୍ଚୁ ଥିବା ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଦେବୀ ନଦୀର ବାମ ପାର୍ଶ୍ୱଟି ଜଗତ୍‌ସିଂହପୁର, କଟକ, ପୁରୀ ଜିଲାର ସୀମାନ୍ତ ଅଞ୍ଚଳରେ ରହିଛି। ସେହିପରି ଦେବୀ ନଦୀ ବନ୍ଧଟି ନିମାପଡା, ଜଗତ୍‌ସିଂହପୁର, ନିଆଳି ଜଳ ସେଚନ ବିଭାଗ ଅଧୀନରେ ରହିଛି। ଯେହେତୁ ବନ୍ଧଟି ସୀମାନ୍ତ ଅଞ୍ଚଳରେ ରହିଛି କୌଣସି ବିଭାଗର ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ପଥର ବୋଝେଇ ଗାଡି ବିଶେଷକରି ନିଆଳି ଓ କାକଟପୁର ଥାନା ଦେଇ ଆସୁଥିବା ବେଳେ ପୁରୀ ଓ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ରହୁଛି। ପଥର ବୋଝେଇ ଗାଡି ଆସିବା ସମୟରେ କୌଣସି ତନଖି ହେଉ ନ ଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ପୁରୀ ଓ କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନାହିଁ। ଏ ସମ୍ପର୍କରେ କାକଟପୁର ଜଳସେଚନ ବିଭାଗର ଯନ୍ତ୍ରୀ ତପନ ନାୟକଙ୍କୁ ପଚାରିବାରେ ଯେଉଁ ବାଟ ଦେଇ ହାଇଓ୍ବାରେ ପଥର ପରିବହନ ହେଉଛି ସେହି ବନ୍ଧ ସବୁ ନଷ୍ଟ ହେଉଛି। ସେହି ବନ୍ଧରେ ମୋରମ ପକାଇବାକୁ କାମ କରୁଥିବା ଠିକାଦାରଙ୍କୁ କୁହାଯାଇଛି। ଠିକାଦାର କେତେକ ସ୍ଥାନରେ ମୋରମ ପକାଇଥିବା ବେଳେ ପରେ ପୁଣି ମୋରମ ପକାଇବ ବୋଲି କହିଛନ୍ତି। ସେହିପରି ପଥର ପରିବହନ କରୁଥିବା ହାଇଓ୍ବାଗୁଡିକ ଓଭର ଲୋଡିଂ ଯୋଗୁ ନଦୀବନ୍ଧର ଏପରି ଅବସ୍ଥା ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳାଦ୍ରି ନିଳୟ ଯୋଜନା: ଝୁଣ୍ଟିଲା ପ୍ରଶାସନ

ପୁରୀ ଅଫିସ,୯।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ନୀଳାଦ୍ରି ନିଳୟ ଯୋଜନା। ଭିକ୍ଷାବୃତ୍ତି...

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ ପ୍ରକାଶ

ଭୁବନେଶ୍ୱର/ସମ୍ବଲପୁର,୧୪।୪(ବ୍ୟୁରୋ): ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ...

ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟରୁ ରାତ୍ର ଜଗୁଆଳଙ୍କ ମୃତଦେହ ଉଦ୍ଧାର

କଣିହାଁ,୧୬।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଉଠାଜଳସେଚନ ବିଭାଗ କାର୍ଯ୍ୟାଳୟରୁ ରାତ୍ର ଜଗୁଆଳଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ମୃତକ ହେଲେ ସ୍ଥାନୀୟ ଟୋଲକବେଡ଼ା ଗ୍ରାମର...

ପତିବ୍ରତା, ଭକ୍ତି ଓ ନିଷ୍ଠାର ପ୍ରତୀକ- ମହିଳା ପାଳନ କଲେ ସାବିତ୍ରୀ ବ୍ରତ

ଖଣ୍ଡପଡ଼ା,୪ା୬(ସ୍ବ.ପ୍ର.)-ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ପରମ ପତିବ୍ରତା, ସାଧ୍ୱୀ ସାବିତ୍ରୀ ତପସ୍ୟା ଓ ପତିଭକ୍ତି ଦ୍ୱାରା ମୃତ୍ୟୁଦେବ ଯମରାଜଙ୍କ କବଳରୁ...

ପଲ୍ଲିଶ୍ରୀ ମେଳାରେ ଭିଡ଼, ନାହିଁ କରୋନା ଭୟ

ପାରାଦୀପ,୬ା୧(ସ୍ବ.ପ୍ର.): ପାରାଦୀପ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଗତ ୩ ତାରିଖରୁ ଚାଲିଛି ପଲ୍ଲିଶ୍ରୀ ମେଳା। ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି...

ବିଳମ୍ବରେ ଅଣ୍ଡା, ଛତୁଆ ବଣ୍ଟନ ନେଇ ଅସନ୍ତୋଷ

ରସୁଲପୁର,୧୧ା୧୦ (ଡି.ଏନ.ଏ.): ରସୁଲପୁର ବ୍ଲକ ସମନ୍ବିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧୀନ ମାନପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଅଣ୍ଡା ଛତୁଆ ବଣ୍ଟନକୁ ନେଇ ସାଧାରଣରେ...

ବଜ୍ରପାତରେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ

ମହାକାଳପଡା,୨।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକର ମହାନଦୀର ବରଜ ବାହାକୁଦଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ଧରୁଥିବା ବେଳେ ବ୍ରଜପାତ ଘଟିବାରୁ ଜଣେ ମତ୍ସ୍ୟଜୀବୀଙ୍କ...

ବସ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ୨୬ ନଂ. ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମଥୁରା ଛକ ୨୬ ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଅଷ୍ଟମ...

Advertisement
Archives

Model This Week