ପୌରସଂସ୍ଥାକୁ ପ୍ରଦୂଷଣ ଜରିମାନା

ଭୁବନେଶ୍ୱର, ୯ା୧୦(ବ୍ୟୁରୋ):ପରିବେଶକୁ କ୍ଷତି ପହଞ୍ଚାଉଥିବା କଠିନ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟବସ୍ତୁ ଏବଂ ନଦୀ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କଠୋର ହେଉଛନ୍ତି। ପରିବେଶ ସୁରକ୍ଷିତ ରଖିବା ଲାଗି ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି, ଏ ନେଇ ଜବାବ ଦାଖଲ କରିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ବହୁବାର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ପ୍ରତି ୬ ମାସରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିଭିନ୍ନ କାରଣରୁ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ସେପରି ପଦକ୍ଷେପ ନେଉ ନ ଥିବା ଦେଖାଯାଉଛି। ଏନ୍‌ଜିଟି ୨୦୨୦ ଫେବୃୟାରୀ ୨୮ରେ ଏ ନେଇ ଆଉ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହା ସତ୍ତ୍ୱେ ଅନେକ ରାଜ୍ୟ ସରକାର ରିପୋର୍ଟ ଦାଖଲ କରିନାହାନ୍ତି କିମ୍ବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬କୁ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରୁନାହାନ୍ତି। ପଦକ୍ଷେପ ନେଉ ନ ଥିବା ମହାନଗର ନିଗମ ଓ ପୌର ସଂସ୍ଥାଗୁଡ଼ିକୁ ୨୦୨୦ ଏପ୍ରିଲ ପହିଲାରୁ ପ୍ରତିମାସରେ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ୧୦ ଲକ୍ଷ ଟଙ୍କା, ୫ରୁ ୧୦ ଲକ୍ଷ ମଧ୍ୟରେ ଥିବା ସହରକୁ ୫ ଲକ୍ଷ ଏବଂ ଅନ୍ୟାନ୍ୟ ପୌର ସଂସ୍ଥା ମାସକୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ପ୍ରଦାନ କରିବେ। ଯଦି ମହାନଗର ନିଗମ କିମ୍ବା ପୌର ସଂସ୍ଥା ଉକ୍ତ ଜରିମାନା ଦେବାକୁ ଅକ୍ଷମ ହେବେ ତେବେ ରାଜ୍ୟ ସରକାରଙ୍କୁ ଏହା ଭରଣା କରିବାକୁ ପଡିବ ବୋଲି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ସେହି ଅର୍ଥ କେନ୍ଦ୍ର ପ୍ରଦୂଷଣ ବୋର୍ଡରେ ଜମା କରାଯିବ। ତାହା ପରିବେଶ ପ୍ରଦୂଷଣ ରୋକିବା ଦିଗରେ ଖର୍ଚ୍ଚ କରାଯିବ ବୋଲି ଏନ୍‌ଜିଟି କହିଛନ୍ତି। ବ୍ୟକ୍ତିଗତ ହାଜର ହୋଇ ନ ଥିବା ମୁଖ୍ୟ ଶାସନ ସଚିବମାନଙ୍କୁ ପୁଣି ହାଜର ହେବା ଲାଗି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦୨୧ ଜାନୁୟାରୀ ୬ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ହାଜର ହେବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିରେ ହାଜର ହେବାରେ ଅସୁବିଧା ଥିଲେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହେବାକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ ଏଥିପାଇଁ ଅନ୍ୟ କୌଣସି ଅଧିକାରୀଙ୍କୁ ନିୟୋଜିତ କରିପାରିବେ ନାହିଁ ବୋଲି ଏନ୍‌ଜିଟି କହିଛନ୍ତି।
ଦେଶରେ ପ୍ରଦୂଷଣ ଚିନ୍ତା ବଢ଼ାଇଲାଣି। ବାୟୁ, ଜଳ, ମାଟି ଭୟଙ୍କର ଭାବେ ପ୍ରଦୂଷିତ ହେଉଛି। ଯାନବାହନ ବୃଦ୍ଧି ସାଙ୍ଗକୁ ସବୁଜ ବଳୟ ନଷ୍ଟ ପରିବେଶକୁ ଆହୁରି ବିଗାଡିବାରେ ଲାଗିଛି। ଦେଶର ଅନେକ ସହର ଅବସ୍ଥା ଶୋଚନୀୟ ସ୍ତରକୁ ଗଲାଣି। ଦେଶର ୩୫ଟି ନଦୀ, ୧୨୨ଟି ସହର, ୧୦୦ଟି ଶିଳ୍ପାଞ୍ଚଳ ଅତି ପ୍ରଦୂଷିତ ହୋଇଛି। ଓଡ଼ିଶାର ଭୁବନେଶ୍ୱର ସମେତ ୭ଟି ସହର ଅତି ପ୍ରଦୂଷଣ ତାଲିକାରେ ଆସୁଛି। ପ୍ରଦୂଷଣ ଓ ଜନସ୍ବାସ୍ଥ୍ୟକୁ ନେଇ ଏନ୍‌ଜିଟି ଚିନ୍ତାପ୍ରକଟ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ପରିବେଶ ତଦାରଖ ସେଲ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସେଲ୍‌ ପରିବେଶ ସଂକ୍ରାନ୍ତ ସମସ୍ତ ବିଷୟକୁ ମନିଟରିଂ କରିବ। ଯଦି ଏହି ସେଲ୍‌ ଗଠନ ହୋଇ ନ ଥିବ ତେବେ ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାୟୀ କରାଯିବ ବୋଲି ଏନ୍‌ଜିଟି ତାଗିଦ କରିଛନ୍ତି।
ଏନ୍‌ଜିଟିଙ୍କ କଡ଼ା ତାଗିଦ ପରେ ସହରାଞ୍ଚଳ ପରିବେଶକୁ ସୁରକ୍ଷିତ ରଖିବାକୁ ରାଜ୍ୟ ସରକାର ସମସ୍ତ ୧୧୪ଟି ସହରାଞ୍ଚଳରେ ବାୟୋ ଡାଇଭର୍ସିଟି କମିଟି ଗଠନ କରିଛନ୍ତି। ଏଥିରେ ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀ କନ୍‌ଭେନର ବା ଆବାହକ ଭାବେ କାର୍ଯ୍ୟ କରିବେ। ଏହି କମିଟିରେ ପରିବେଶବିତ୍‌, ଉଦ୍ୟାନକୃଷିବିତ୍‌, ଔଷଧୀୟ ବୃକ୍ଷ ବିଶେଷଜ୍ଞ, ମତ୍ସ୍ୟଜୀବୀ ସମୁଦାୟ ଆଦି ବିଭିନ୍ନ ବିଷୟର ୭ ଜଣ ସଦସ୍ୟ ରହିବେ। ସେହି କମିଟି ସହରାଞ୍ଚଳ ପରିବେଶକୁ କିପରି ପ୍ରଦୂଷଣମୁକ୍ତ ରଖାଯାଇ ପାରିବ ସେ ନେଇ ପୌର ପ୍ରଶାସନକୁ ପରାମର୍ଶ ଦେବେ। ଏହି କମିଟିର ବିନାନୁମତିରେ ସହରାଞ୍ଚଳରୁ ବୃକ୍ଷ କଟାଯାଇ ପାରିବ ନାହିଁ। କେଉଁ ଅଞ୍ଚଳରେ କି ପ୍ରକାର ପ୍ରଦୂଷଣ ହେଉଛି ସେସବୁକୁ ଅନୁଧ୍ୟାନ କରି କମିଟି ରିପୋର୍ଟ ପ୍ରସ୍ତୁତ କରିବ। ଏହି କମିଟିକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ନିୟମିତ ମନିଟରିଂ କରିବ। କମିଟି ଠିକ୍‌ ଢଙ୍ଗରେ କାର୍ଯ୍ୟ ନ କଲେ ସମ୍ପୃକ୍ତ ପୌର ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ଜିଟି ଚେତାବନୀ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୮ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏନ୍‌ଜିଟିରେ ହାଜର ହୋଇ ସହରାଞ୍ଚଳ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିଥିଲେ। ମାତ୍ର ଏଥିରେ ଏନ୍‌ଜିଟି ସନ୍ତୁଷ୍ଟ ହୋଇ ନ ଥିଲେ। ବାୟୋଡାଇଭର୍ସିଟି କମିଟି ଗଠନ କରିବା ସହ ପରିବେଶକୁ ସ୍ବଚ୍ଛ ରଖିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ପରାମର୍ଶ ଦେବା ସହ ପୁଣି ବ୍ୟକ୍ତିଗତ ଭାବେ ହାଜର ହୋଇ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏନ୍‌ଜିଟିଙ୍କୁ ନିୟମିତ ଅବଗତ କରାଯାଉଛି ବୋଲି ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri