୧୦ବର୍ଷ ବିତିଗଲାଣି, ସରୁନି କେନାଲ ପୋଲ

ଖଇରା,୧୮ା୩(ଡି.ଏନ.ଏ.): ଜଳସେଚନ ବିଭାଗର ବିଦ୍ୟାଧରପୁର ଡିଭିଜନ ଖଇରା ସବଡିଭିଜନ ଅନ୍ତର୍ଗତ ସାରକୋଣା-ଭଞ୍ଜପଦା ମଝିରେ ଅନ୍ୟୁନ ୧୦ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ଏ ପର୍ଯ୍ୟନ୍ତ ସରିପାରିନି। ଫଳରେ ୨୦ଖଣ୍ଡ ଗ୍ରାମର ଲୋକେ ୧୦ବର୍ଷ ଧରି ଡାଇଭର୍ସନରେ ଯାତାୟାତ କରୁଛନ୍ତି । ବର୍ଷାଦିନେ ପାଣି ଜମି କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ଏହାଦ୍ୱାରା ଶହ ଶହ ଏକର ଜମିର ଚାଷ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଔପଦା ଖଇରା ବ୍ଲକର ବିଭିନ୍ନ ଗ୍ରାମର ଅଧୀବାସୀ ଦାବି କରିଛନ୍ତି।
ବାମପାର୍ଶ୍ୱ ଆମ୍ବହତା କେନାଲ ଖଇରା-ଔପଦା ରାସ୍ତାର ଭଞ୍ଜପଦା ନିକଟରେ ରାସ୍ତାକୁ ଅତିକ୍ରମ କରୁଥିବାରୁ ଯାତାୟାତ ପାଇଁ ଅନ୍ୟୁନ ୧୦ବର୍ଷ ତଳେ ଏକ ବଡ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପାଖାପାଖି ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପୋଲର ଆରମ୍ଭ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଡାଇଭର୍ସନ ମଧ୍ୟ ଠିକ ଭାବେ ହୋଇ ନ ଥିବାରୁ ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଏହି ମୁଖ୍ୟ ସଡ଼କ ପଥରେ ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହୋଇଥିଲେ। ଡିଭିଜନର ଯନ୍ତ୍ରୀମାନେ ମଧ୍ୟ କାର୍ଯ୍ୟକୁ ଠିକ୍‌ ଭାବେ ତଦାରଖ ନ କରିବାରୁ ଠିକାଦାର ବେପରୁଆ ଭାବେ ଏହି କାର୍ଯ୍ୟ କରି ବିଲ୍‌ ଉଠାଇ ଚାଲିଥିଲେ। ପରେ ଠିକାଦାର କାର୍ଯ୍ୟଛାଡ଼ି ଚାଲିଯିବାରୁ ପୋଲ ୭ଗୋଟି ପିଲାର ମଧ୍ୟରେ ସୀମିତ ହୋଇରହିଛି।
ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ବସନ୍ତ ଜେନାଙ୍କୁ ପଚାରିବାରୁ ପୁରୁଣା ଟେଣ୍ଡର ବାତିଲ ହୋଇ ନୂଆ ଟେଣ୍ଡର ହୋଇଛି। ଖୁବ୍‌ଶୀଘ୍ର ପୋଲ ସମ୍ପୂର୍ଣ୍ଣ କରିବାର ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁବାସ ସିଂ ସବୁଠାରୁ ଧନୀ

କଟକ ଅଫିସ,୯।୩: ସିଲିଭର ସିଟି କଟକରେ ମେୟର ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି...

ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର: ଜଣଙ୍କ ଜୀବନ ଗଲା, ୬ ଗୁରୁତର

ପୁରୀ ଅଫିସ,୧୪।୧: ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର । ଚାଲିଗଲା ଜଣଙ୍କ ଜୀବନ। ଗୁରୁତର ହୋଇଛନ୍ତି ୬ ଜଣ। ଏଭଳି ଅଭାବନୀୟ ଘଟଣା ଘଟିଛି ସାତପଡ଼ା...

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ, ଶିକ୍ଷକ ଗିରଫ

ଭବାନୀପାଟଣା/ଲାଞ୍ଜିଗଡ଼,୧୮।୩ (ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗୁଣୁରି ପଞ୍ଚାୟତର ଜଣେ ଶିକ୍ଷକ ଚାକିରି ଦେବା ନାଁରେ ଶିକ୍ଷିତ ଯୁବକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା...

୧୨କିମି ରାସ୍ତା ନିର୍ମାଣ ପାଇଁ ବିତିଲାଣି ୩ବର୍ଷ

ବେଗୁନିଆ,୧୫ା୧୦(ଡି.ଏନ୍‌.ଏ.): ଯାତ୍ରୀଙ୍କ ସୁରକ୍ଷିତ ଗମନାଗମନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନି ଯୋଗୁଁ...

ଶିଳାନ୍ୟାସରେ ଅଟକିଛି ରାସ୍ତା : ଯାନବାହନ ଚଳାଚଳ ବ୍ୟାହତ

ରାଇକିଆ,୨୧ା୯(ଡ଼ି.ଏନ.ଏ): କନ୍ଧମାଳ ଜିଲା ରାଇକିଆ ବ୍ଲକର ସବୁଠାରୁ ଦୁର୍ଗମ କରଡ଼ା, ରଣବା, ଇନ୍ଦ୍ରଗଡ଼, ବଡ଼ବାରବା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ହେଲା ବିପର୍ଯ୍ୟସ୍ତ ହୋଇପଡ଼ିଛି।...

ପ୍ରଧାନମନ୍ତ୍ରୀଙ୍କ ନଁ।ରେ କରୋନା ଗୁଜବ, ୪ ଗିରଫ

କେନ୍ଦ୍ରାପଡା ଅଫିସ, ୧୮ା୩: କରୋନା ସମ୍ପର୍କରେ ଗୁଜବ ସୃଷ୍ଟି ନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି। ତେବେ ଏହାକୁ...

ବିଷାକ୍ତ ଛତୁ ଖାଇ ୬ ଅସୁସ୍ଥ

ସୁନ୍ଦରଗଡ଼, ୯।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଗ୍ରାମପଞ୍ଚାୟତ ଦାଣ୍ଡପାଣି ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ୬ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କିଂଜିରିକେଲା ଡାକ୍ତରଖାନାରେ ଭର୍ତ୍ତି...

ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଅନିଶ୍ଚିତତା: ନାମଲେଖା ବିଜ୍ଞପ୍ତିରେ ନାହିଁ ନାଁ

ଛତ୍ରପୁର,୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଖୋଲିବା ନେଇ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ବର୍ତ୍ତମାନ ଜିଲାର ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ...

Advertisement
Archives

Model This Week