Posted inଜାତୀୟ

ଉଦଘାଟନୀ ଉତ୍ସବରେ ଶାସକ ଦଳର ରାଜନୀତି, ଆଗଧାଡ଼ିରେ ଦେବଗୌଡ଼ା-ଜଗନମୋହନ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସଦର ନୂତନ ଭବନକୁ ଉଦଘାଟନ କରିଛନ୍ତି। ଯଦିଓ ଏହିଐତିହାସିକ କାର୍ଯ୍ୟକ୍ରମ ପାର୍ଟି ରାଜନୀତିରୁ ରକ୍ଷା ପାଇପାରି ନାହିଁ ଏବଂ କଂଗ୍ରେସ ସମେତ ୨୧ଟି ରାଜନୈତିକ ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି। ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ଏହି ପ୍ରତିବାଦର ବାହାନାରେ ବିରୋଧୀଙ୍କ ଏକତା ମଧ୍ୟ ମଜବୁତ ହେଉଛି। ତେବେ ବିରୋଧୀ ଦଳର ଏହି ରଣନୀତି ମଧ୍ୟ ଭାଜପା ବୁଝିଛି। ଏହି କାରଣରୁ ଯେତେବେଳେ ପ୍ରଧାନମନ୍ତ୍ରୀ ସଂସଦର ନୂତନ ଭବନରେ ତାଙ୍କର ପ୍ରଥମ ଭାଷଣ ଦେଇଥିଲେ, ସେହି ସମୟରେ ସଂସଦ ଗୃହରେ ପ୍ରଥମ ଧାଡିରେ ଏପରି ଅନେକ ଚେହେରା ଦେଖିବାକୁ ମିଳିଥିଲା, ଯେଉଁମାନେ ୨୦୨୪ ରେ ଏନଡିଏ ସହିତ ଯାଇପାରିବେ।

ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଥିବା ଦଳଗୁଡିକ ମଧ୍ୟରେ କଂଗ୍ରେସ, ଡିଏମକେ, ଶିବସେନା (ଉଦ୍ଧବ ଠାକରେ), ଏଏପି, ସମାଜବାଦୀ ପାର୍ଟି, ସିପିଆଇ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କେରଳ କଂଗ୍ରେସ ମଣି, ବିଦୁଥାଇ ଚିରୁଥାଇଗାଲ କାଚି, ଆରଏଲଡି, ଟିଏମସି, ଜେଡିୟୁ, ଏନସିପି, ସିପିଆଇ ଏମ, ଆରଜେଡି, ଆଇୟୁଏମଏଲ, ନ୍ୟାଶନାଲ କନଫରେନ୍ସ, ଆରଏସପି, ଏମଡିଏମକେ, ଏଆଇଏମଆଇଏମ ପ୍ରମୁଖ ଥିଲେ।

ଯେଉଁଠାରେ ଗୋଟିଏ ପଟେ ବିରୋଧୀ ସଂସଦର ନୂତନ ଭବନର ଉଦଘାଟନ ସହାୟତାରେ ଏକତା ପ୍ରଦର୍ଶନ କରୁଛନ୍ତି। ଏଥି ସହିତ ସରକାର ମଧ୍ୟ ନିଜର ପ୍ରସ୍ତୁତିକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି। ଏହି ରଣନୀତି ଅନୁଯାୟୀ ଅନେକ ରାଜନୈତିକ ଦଳର ମୁଖ୍ୟ ସଂସଦରେ ଆଗ ଧାଡିରେ ବସିଥିବାର ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ଜେଡିଏସ ନେତା ଏଚଡି ଦେବ ଗୌଡା, ଓ୍ବାଇଏସଆର କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଳି ନେତା ସାମିଲ ହୋଇଥିଲେ। ଏହା ସହିତ ଏଲଜେପି (ରାମବିଳାସ), ବିଏସପି, ଟିଡିପିର ନେତାମାନେ ମଧ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri