Posted inଜାତୀୟ

ପଲିଟିକ୍ସ୍‌ ଫିଜିକ୍ସ୍‌ ନୁହେଁ କେମେଷ୍ଟ୍ରି, କହିଲେ ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୨: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ନୂଆ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। ଶାହାଙ୍କ ରାଜନୀତିର ବିଜ୍ଞାନ ପାଠ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଶାହା କହିଛନ୍ତି ଯେ, ପଲିଟିକ୍ସ୍‌ ଫିଜିକ୍ସ୍‌ ନୁହେଁ କେମେଷ୍ଟ୍ରି। ଭାଜପା ସହିତ ମେଣ୍ଟ କରିଥିବା ରାଜନୈତିକ ଦଳର କେମେଷ୍ଟ୍ରି ମଧ୍ୟରେ ସାମ୍ୟତା ପରିଲକ୍ଷିତ ହେବାରେ ଲାଗିଛି। ଏହାର ପ୍ରଭାବ ସ୍ବରୂପ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପୁଣି ବିଜୟୀ ହେବାକୁ ଯାଉଥିବା ଶାହା କହିଛନ୍ତି।

ଉତ୍ତରପ୍ରଦେଶର ଜନତା ସଚେତନ ହୋଇ ସାରିଛନ୍ତି। ଏବେ ସେମାନେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ଫଳରେ ଭାଜପା ରାଜ୍ୟରେ ପୁଣି ଥରେ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ସକ୍ଷମ ହେବ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିପିଝିପି ବର୍ଷାରେ ଧାନ ରୁଆ: ଚାଷୀ ମନରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଛି। ଲଘୁଚାପଜନିତ ବର୍ଷା ହେଉଛି। ଚାଷୀ ମନରେ ଖୁସିର ଲହରି ଖେଳି ଯାଉଛି। ଝିପି…

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ଏକାସାଙ୍ଗରେ ଗଠନ ହେବ ୬ ଗ୍ରହଙ୍କ ବିରଳ ମହାସଂଯୋଗ: ମାଲାମାଲ ହେବେ କର୍କଟ ସମେତ ଏହି ୬ ରାଶି

ଗ୍ରହ ଗୋଚର ଦୃଷ୍ଟିରୁ ସେପ୍ଟେମ୍ବର ମାସର ପ୍ରଥମ ତାରିଖ ଅତ୍ୟନ୍ତ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଦିନ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ…

ଯାହାକୁ ରଖିବେ ଅନନ୍ତ : ତାଳଗଛକୁ ଆଶ୍ରୟ କରି ବନ୍ୟା ପାଣିରେ ୫ ଦିନ ପରେ, ମୁଣ୍ଡ ଦେଖି…

ଧାମନଗର, ୧୮।୮ (ସନ୍ତୋଷ କୁମାର ମହାପାତ୍ର): ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, କଣ୍ଡିଆ,…

ନୂଆ ଡିଜିପି ଚୟନ ଶୁଣାଣି ଘୁଞ୍ଚିଲା: ପକ୍ଷ ରଖିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୮।୮: ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର…

‘ମଦ ପିଇ ସ୍କୁଲ ଆସୁଥିଲେ ପ୍ରଧାନଶିକ୍ଷକ’, ଅଭିଜିତ ଦୀପକେଙ୍କ ଚେତାବନୀ ପରେ…

ନୂଆଦିଲ୍ଲୀ, ୧୮।୮: କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ‘ସ୍କୁଲ ଠିକ କର’ ଅଭିଯାନ ଚଳାଉଛି। ଏହି ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲାର ଏକ ସ୍କୁଲରେ…

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri