ବେଢ଼ାବନ୍ଧ ବିକାଶ ଅପେକ୍ଷା ରାଜନୀତି ବେଶି

ବ୍ରହ୍ମପୁର ଅଫିସ,୧୫।୫: ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ଚଳିତ ୨୦୨୨-୨୩ ଆର୍ଥିକ ବର୍ଷର ୪୬୨.୮୪ କୋଟି ଟଙ୍କାର ବୃହତ୍‌ ବଜେଟ ଅନୁମୋଦିତ ହୋଇଛି। ନିଜସ୍ବ ଆୟ ନ ଥାଇ ସରକାରୀ ଅନୁଦାନ ମିଳିବା ଆଶା କରି ଏହା କରାଯାଇଛି। ତେଣୁ ଏହା ଲୋକଦେଖାଣିଆ ଓ ବହୁଳ ପ୍ରଚାରମୁଖୀ ହୋଇଥିବା ବିରୋଧୀ କଂଗ୍ରେସ କଡ଼ା ଟିପ୍ପଣୀ ଦେଇଛି। ମହାନଗରବାସୀଙ୍କୁ ଏହି ବଜେଟରେ ଦିବାସ୍ବପ୍ନ ଦେଖାଯାଇ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଭୋଟ ରାଜନୀତି କରାଯାଇଥିବା ସମାଲୋଚନା ହୋଇଛି। ନୂଆ ବୋତଲରେ ପୁରୁଣା ଜିନିଷ ଭର୍ତ୍ତି କରି ଭୁଅଁା ବୁଲାଯାଇଛି।
ବିଏମ୍‌ସି ବଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ତଥା ଆଇଏନ୍‌ଟିୟୁସି ଗଞ୍ଜାମ ଜିଲା ସଭାପତି ଆଇନଜୀବୀ ପୀତବାସ ପଣ୍ଡା ଆହୁରି କହିଛନ୍ତି, ଗୋଷାଣୀନୂଆଗଁାରେ ବେଢ଼ାବନ୍ଧ ଆଧୁନିକୀ ଓ ସୌନ୍ଦର୍ଯ୍ୟକରଣ ଲାଗି ଚଳିତ ବର୍ଷ ବଜେଟରେ ୪୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ୨୦୨୧-୨୨ ବର୍ଷର ବଜେଟରେ ବରାଦ ହୋଇଥିବା ୫୦ କୋଟି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବେଢ଼ାବନ୍ଧ ପୁନରୁଦ୍ଧାର ଯୋଜନା ସବୁବେଳେ ବାଟବଣା ହୋଇଥିବା ନଜିର ଅଛି। ବର୍ତ୍ତମାନର ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ଏମ୍‌ପି ହେବା ପରେ କେନ୍ଦ୍ର ଉପା ସରକାରରେ ମନ୍ତ୍ରୀପଦ ପାଇଥିଲେ। ସେହି ସମୟରେ ବ୍ରହ୍ମପୁର ଜଳାଶୟଗୁଡ଼ିକର ଉନ୍ନତି ଲାଗି କେନ୍ଦ୍ରର ୱାଟର ବଡ଼ି ଯୋଜନାରେ ପ୍ରାୟ ୧୫ କୋଟି ମଞ୍ଜୁର ହୋଇଥିଲା। ସେତେବେଳେ ଶତାଧିକ ବର୍ଷର ବ୍ରହ୍ମପୁର ପୌରପାଳିକା ସଂସ୍ଥା ପ୍ରଥମ କରି ବିଜେଡି ଦଖଲକୁ ଯାଇଥିଲା। କେବଳ ଧୋବାବନ୍ଧ ସମେତ ଆଉ କେତୋଟି ଜଳାଶୟକୁ ଆଧୁନିକୀକରଣ କରାଯାଇ ବିପୁଳ ଅର୍ଥ ହେରଫେର ହୋଇଥିଲା। ୱାଟର ବଡ଼ି ଯୋଜନାରେ ମଧ୍ୟ ବେଢ଼ା ବନ୍ଧ ଅନ୍ତର୍ଭୁକ୍ତ ଥିଲା। ଦୀର୍ଘ ଦୁଇ ଦଶନ୍ଧି ହେବ ବେଢ଼ାବନ୍ଧକୁ ନେଇ ଶାସକ ବିଜେଡି ରାଜନୀତି କରୁଥିବା ପଣ୍ଡା କଟାକ୍ଷ କରିଛନ୍ତି। ଏବେ ନିଗମର ଅର୍ଥ ନ ଥାଇ ପୁଣି ବେଢ଼ାବନ୍ଧ ପାଇଁ ୪୮ କୋଟି ବରାଦ କରାଯାଇଛି। ଅପରପକ୍ଷରେ ଅର୍ଥାଭାବରୁ ମହାନଗର ବିକାଶ ବହୁ ପଛରେ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। ଗତ ୨ ବର୍ଷରେ ବ୍ୟାପକ ବୃକ୍ଷରୋପଣ, ସରକାରୀ ସ୍ଥାନ ବା କାନ୍ଥରେ ଚିତ୍ର ଆଙ୍କିବା, ପୋଖରୀ ପୁନରୁଦ୍ଧାର, କରୋନା କାଳରେ ବୁଲା ଗୋରୁ, କୁକୁର ଓ ଅନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ଏବଂ କଣ୍ଟେନମେଣ୍ଟ ଜୋନରେ ବାଉଁଶ ବାଡ଼ ଆଦିରେ ଅନେକ କୋଟି ଟଙ୍କା ବିଏମ୍‌ସିର ହେରଫେର ହୋଇଛି। ଆରଟିଆଇ ତଥ୍ୟରୁ ଏହା ପଦାକୁ ଆସିଛି।
ଏହିସବୁ କାରଣରୁ ବିଏମ୍‌ସି ଏବେ ଦେବାଳିଆ ସଂସ୍ଥାରେ ପରିଣତ ହୋଇଛି। ଏଭଳି ସ୍ଥିତିରେ ଚଳିତ ବର୍ଷର ବଜେଟ ପ୍ରଚାରମୁଖୀ ହୋଇଛି। ବ୍ରହ୍ମପୁର ପାଇଁ ଯଦି ବିଜେଡି ସରକାରଙ୍କ ଦରଦ ଅଛି ତେବେ ମହାନଗର ବିକାଶ ନିମନ୍ତେ ତୁରନ୍ତ ୧୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା ସହ ଅନୁଦାନ ପୈଠ କରିବାକୁ କଂଗ୍ରେସ ନେତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ମିଲ୍‌ ଉପରେ ଚଢ଼ାଉ, ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଗଞ୍ଜାମ,୩ା୨(ଡି.ଏନ୍‌.ଏ.): ଖଲ୍ଲିକୋଟ ରେଞ୍ଜ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲାଉପୁଟ ଗ୍ରାମରେ ଥିବା ଏକ କାଠ ମିଲ୍‌ ଉପରେ ଗୁରୁବାର ବନବିଭାଗ ପକ୍ଷରୁ ଚାଢ଼ାଉ କରାଯାଇଛି। ଏଥିରେ...

ପୋଖରୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଞ୍ଜାମ,୧୮ା୩(ଡି.ଏନ.ଏ.) – ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ପୋଲିସ କଳାଯମୁନା ଗ୍ରାମ ନିକଟସ୍ଥ କୁକୁଡ଼ାଫାର୍ମ ସମ୍ମୁଖ ଏକ ପୋଖରୀରୁ ମଙ୍ଗଳବାର ଜଣେ ଛାତ୍ରଙ୍କ...

ଜି.ଉଦୟଗିରିରେ ସ୍ନାନପୂର୍ଣ୍ଣିମା: ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଜି.ଉଦୟଗିରି, ୧୭।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଜଗନ୍ନାଥ ମନ୍ଦିରଠାରେ ସୋମବାର ଠାକୁରଙ୍କ ସ୍ନାନପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେଉଛି। ସକାଳ ଧୂପ ପରେ ଠାକୁରଙ୍କୁ ପହଣ୍ଡି କରାଯାଇ...

ଦୁବାଇରେ ଚାକିରି ଦେବାକୁ କହି ୫ ଲକ୍ଷ ନେଇଗଲେ

ଦିଗପହଣ୍ଡି,୨୯ା୮(ଡି.ଏନ.ଏ.): ଦୁବାଇରେ ଚାକିରି ଦେବାକୁ କହି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝରିପଦର ଗ୍ରାମର ୮ ଯୁବକଙ୍କଠାରୁ ସାଇବର୍‌ ଦଲାଲ୍‌ମାନେ ୫ ଲକ୍ଷ ଟଙ୍କା ଠକି...

ସରକାରୀ ବସ୍‌ ଛାତ ଉପରେ ଯାତ୍ରୀ ପରିବହନ: ଓଏସ୍‌ଆର୍‌ଟିସି ଇନ୍‌ଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ

ଦାରିଙ୍ଗବାଡି,୨୮ା୬(ଡି.ଏନ୍‌.ଏ.) – ହାତିମୁଣ୍ଡା ଠାରୁ ଫୁଲବାଣୀ ଯାତାୟତ କରୁଥିବା ସରକାରୀ ବସ୍‌ରେ ବେଆଇନ ଭାବେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀଙ୍କୁ ବୁହାଯାଉଛି। ଏହି ଘଟଣାରେ ଆଞ୍ଚଳିକ ପରିବହନ...

ଜ୍ୱାଇଁଙ୍କୁ ଶ୍ୱଶୁରଙ୍କ ଛୁରାମାଡ

ଦିଗପହଣ୍ଡି,୧୮ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟଁା ଛକ ନିକଟରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଜ୍ୱାଇଁଙ୍କୁ ଶ୍ବଶୁର ଛୁରାମାଡ କରିଛନ୍ତି। ଆହତ ଯୁବକ ଜଣକ...

ବ୍ରହ୍ମପୁରରେ ଖୋଲିଲା ଦୁଗ୍ଧ ଏଟିଏମ୍‌

ବ୍ରହ୍ମପୁର ଅଫିସ,୪ା୭: ଗଞ୍ଜାମ – ଗଜପତି ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ୍‌ ପକ୍ଷରୁ ରାଜ୍ୟର ପ୍ରଥମ ଦୁଗ୍ଧ ବିଶୋଧିତ ଏବଂ ଭିଟାମିନ ମିଶ୍ରିତ ଏଟିଏମ...

‘ ମୋ ସ୍ବାମୀଙ୍କୁ ଖୋଜିକି ଆଣନ୍ତୁ’

ଆସିକା,୧୧।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ତ୍ରୀ ତପସ୍ବିନୀ ଦାସଙ୍କୁ ଏକାକୀ ଛାଡ଼ି ଡାକ୍ତର ସ୍ବାମୀ ସୁମିତ ସାହୁ କେଉଁଆଡ଼େ ପଳାଇଛନ୍ତି। ବ୍ରହ୍ମପୁର...

Advertisement
Archives

Model This Week