ତହସିଲଦାରଙ୍କ ବଦଳି ଦାବିରେ ରାଜନୀତି ସରଗରମ

ଗଞ୍ଜାମ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ତହସିଲଦାରଙ୍କ ଅଶାଳୀନ ବ୍ୟବହାର ଓ କାର୍ଯ୍ୟଶୈଳୀକୁ ନେଇ ଗଞ୍ଜାମ ସହରରେ ରାଜନୀତି ଜୋର ଧରିଛି। ତହସିଲଦାର ହଟାଓ ଏବେ ଭିନ୍ନ ମୋଡ଼ରେ ଥିବା ପରିଲିକ୍ଷିତ ହେଉଛି। ସହରର ଗୋଟିଏ ପକ୍ଷ ତହସିଲଦାରଙ୍କ କାର୍ଯ୍ୟକଳାପ ଭଲ ନୁହେଁ କହି ବଜ଼ାର ବନ୍ଦ କରି ବ୍ଲକ ସମ୍ମୁଖରେ ଧରଣା ଦେଇଥିବା ବେଳେ ଆଉ ଗୋଟେ ଗୋଷ୍ଠୀ ତହସିଲଦାର ଆସିବା ଦିନଠାରୁ ଗଞ୍ଜାମରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହୋଇଛି ବୋଲି ଯୁକ୍ତି ବାଢ଼ିଛନ୍ତି। ଗ୍ରାମକଣ୍ଟକ ଘରପଟ୍ଟା ବଣ୍ଟନ, ପୋତାଗଡ଼ ଉନ୍ନତି କାର୍ଯ୍ୟ, ରାଜସ୍ବ ଆଦାୟ ନେଇ ତାଙ୍କ ସପକ୍ଷରେ ଅନ୍ୟ ଏକ ଗୋଷ୍ଠୀ ବାଇକ ଧରି ନିରବ ଭାବେ ରାଲି କରୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ଗଞ୍ଜାମ ବନ୍ଦ ଡାକରାକୁ ସମର୍ଥନ କରି ନ ଥିବା ସାନ ବଜାର ବଣିକ ସଂଘ ପକ୍ଷରୁ ପ୍ରାୟ ଅଧିକାଂଶ ଦୋକାନ ଖୋଲାଯାଇଛି। ସାନବଜ଼ାର ବଣିକ ସଙ୍ଘ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବଜ଼ାର ବନ୍ଦ ହେବନି କହି ଏହି ବନ୍ଦ ପାଳନକୁ ସମର୍ଥନ କରିନାହିଁ। ଗୋଟିଏ ଗୋଷ୍ଠୀ ତହସିଲଦାର ବଦଳାଓ ଗଞ୍ଜାମ ବଞ୍ଚାଓ ଅଭିଯାନ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ସହରରୁ ଦଲାଲ ହଟାଓ, ଗଞ୍ଜାମ ବଞ୍ଚାଓ ଅଭିଯାନ ଆରମ୍ଭ କରିଛି। ସୂଚନା ମୁତାବକ, ସହରର କିଛି ବ୍ୟକ୍ତିଙ୍କୁ ତହସିଲଦାର ବ୍ୟକ୍ତିଗତ ସହଯୋଗ କରୁ ନ ଥିବାରୁ ଶସ୍ତା ରାଜନୀତି କରୁଥିବା ଉକ୍ତ ଗୋଷ୍ଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କିନ୍ତୁ ଏସବୁ ରାଜନୀତିକୁ ନେଇ ସ୍ଥାନୀୟ ଜନସାଧାରଣଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ ଢେଉ ମାରୁଛି ଲୁଣିପାଣି

ବାହାନଗା, ୧୭।୭ (ଡି.ଏନ.ଏ.) – ଲଘୁଚାପଜନିତ ଲଗାଣ ଝିପି ଝିପି ବର୍ଷା ସାଙ୍ଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଜୁଆର ଜୋରରେ ଆସିଥାଏ। ଏହାସହିତ ଉପରମୁଣ୍ଡର ବର୍ଷାଜଳ...

ଏମ୍‌କେସିଜିରେ ଏମ୍‌ଏଲ୍‌ସିୟୁ, ଏସ୍‌ଏମ୍‌ଆଇଟି ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ, ୨୪।୩: ରାଜ୍ୟରେ ମାତୃ-ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ରାଜ୍ୟ ସରକାର ନର୍ସିଂ ଅଫିସର୍ସମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ...

ବିଜେଡିର ହାତ ଧରିଲେ ଧନୁର୍ଜୟ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶନିବାର ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେଡିର ହାତ ଧରିଛନ୍ତି। ଭୁବନେଶ୍ୱରରେ ଦଳୀୟ ଅଫିସରେ ଏକ...

ଶାଳଗାଁରେ ହାତୀ ଉପଦ୍ରବ

ଚୌଦ୍ୱାର,୧୮ା୧୨(ଡି.ଏନ୍‌.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶାଳଗାଁ ପଞ୍ଚାୟତ ଅଧୀନ ଶାଳଗାଁ ଗ୍ରାମରେ ଗୁରୁବାର ଭୋରରୁ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା। ୧୬ଟିକିଆ ହାତୀପଲ ଧାନବିଲରେ ପଶି ଫସଲ...

ବିଛାଖଣ୍ଡିରୁ କଳାପଥର ଲୁଟ୍‌ ପୁଣି ଆରମ୍ଭ

ଯାଜପୁର ଅଫିସ/ଜେନାପୁର (ଡି.ଏନ.ଏ.),୭ା୩:ନିୟନ୍ତ୍ରଣ ହେବ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌। ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ସହ ବଡ଼ଧରଣର ଅର୍ଥ ଜରିମାନା ଆଦାୟ...

ଜୁଆ ଆଡ୍ଡାରେ ଚଢାଉ: ୨୨ ଗିରଫ

ପୁରୁଷୋତ୍ତମପୁର,୩୦।୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ହିଣ୍ଡୁଳା, ଆଙ୍ଗୁ ଓ ଡି ପାଟପୁର ଗ୍ରାମରେ ଗୁରବାର ପୋଲିସ ଚଢାଉ କରି ୨୨ ଜଣ ଜୁଆଡିଙ୍କୁ ଗିରଫ କରିଛି।...

ଘାତ ପ୍ରତିଘାତରେ ଝଲସିଛି ପ୍ରତିଭା

ବନ୍ତ, ୨୮।୫ (ଡି.ଏନ.ଏ.) – ପିଲାଟି ବେଳୁ ବହୁ ଘାତପ୍ରତିଘାତ ମଧ୍ୟରେ ସଂଗ୍ରାମ କରି ନିଜ ପ୍ରତିଭାର ବିକାଶ ପାଇଁ କାର୍ଯ୍ୟ କରିଆସୁଛନ୍ତି ଜଳଧର। ହାରମୋନିୟମ...

ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଦେଢ କୋଟିର ସମ୍ପତ୍ତି ଜବତ

ଅନୁଗୋଳ ଅଫିସ, ୧୯।୨ – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରୁ ଗତ ୪ ମାସ ମଧ୍ୟରେ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ୨୪...

Advertisement
Archives

Model This Week