ମହାନଦୀ ପ୍ରସଙ୍ଗରେ ପୁଣି ତେଜିଲା ରାଜନୀତି

ଭୁବନେଶ୍ୱର,୧ା୨(ବ୍ୟୁରୋ): ମହାନଦୀ ଜଳ ବିବାଦ ନେଇ ପୁଣି ରାଜନୀତି ଜୋର୍‌ ଧରିଛି। ମହାନଦୀ ଜଳ ବିବାଦ ନେଇ ଗଠିତ ଟ୍ରିବ୍ୟୁନାଲ ଗଠନର ଅବଧି ଶେଷ ହେବାକୁ ୨ମାସ ବାକି ଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଭାଜପା ନେତା ବିଜୟ ମହାପାତ୍ର କେତେକ ପ୍ରଶ୍ନ ଉଠାଇଛନ୍ତି। ରବିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜୟ କହିଛନ୍ତି, ମହାନଦୀକୁ ନେଇ କ’ଣ ଶୁଣାଣି ଚାଲିଛି ତାହା ଜଣାପଡୁନାହିଁ। ପୂର୍ବରୁ ମହାନଦୀ ପାଇଁ ସ୍ବର ଉଠାଉଥିବା ସରକାର, ବିରୋଧୀ ଏବଂ ବିଭିନ୍ନ ସଙ୍ଗଠନ ବର୍ତ୍ତମାନ ଚୁପ୍‌ କାହିଁକି ଅଛନ୍ତି ବୋଲି ବିଜୟ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟରେ ଟ୍ରିବ୍ୟୁନାଲ ଗଠନକୁ ୩ ବର୍ଷ ବିତିଗଲାଣି। ରାଜ୍ୟ ସରକାର ହୀରାକୁଦର ତଳମୁଣ୍ଡରେ ଘୋଷଣା କରିଥିବା ୬ଟି ପ୍ରକଳ୍ପ କୁଆଡ଼େ ଗଲା। ପାର୍ଲାମେଣ୍ଟରେ ଏ ପ୍ରସଙ୍ଗ ଉଠିବା ଦରକାର। ନଚେତ୍‌ ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ବିଜୟ ଚେତାଇ ଦେଇଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଧାନସଭାରେ ଦଳ ପକ୍ଷରୁ ଏହି ପ୍ରସଙ୍ଗ ଉଠାଯିବ। ମହାନଦୀ ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡକାନ୍ତୁ। ଏହି ପ୍ରସଙ୍ଗରେ ଉଭୟ ଭାଜପା ଓ ବିଜେଡି ରାଜ୍ୟ ସ୍ବାର୍ଥକୁ ଅଣଦେଖା କରୁଛନ୍ତି ବୋଲି ତାରା ଅଭିଯୋଗ ଆଣିଛନ୍ତି। ଭାଜପା ଓ କଂଗ୍ରେସ ନେତାଙ୍କ ମତ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶା ସପକ୍ଷରେ ଯିବ। ଓଡ଼ିଶାକୁ ତା’ର ହକ୍‌ର ପାଣି ମିଳିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳବଣ ପକ୍ଷୀ ଅଭୟାରଣ୍ୟ ଅସୁରକ୍ଷିତ

ପୁରୀ ଅଫିସ,୯।୯: ଚିଲିକାରେ ଶୀତୁଆ ସକାଳ ଓ ବିଦେଶୀ ପକ୍ଷୀଙ୍କ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ହଜାର ହଜାର ପକ୍ଷୀଙ୍କ ଆଗମନରେ ନଳବଣ ପକ୍ଷୀ...

୪୫୦ ବର୍ଷର ନିଆରା ପରମ୍ପରା: ବୁଢ଼ା ଗଣେଶଙ୍କୁ ୧୫୧ ଥାଳି ଭୋଗ ସମର୍ପଣ

ଆରଡ଼ି, ୩।୯ (ଡି.ଏନ.ଏ.)- ଗଣେଶ ଚତୁର୍ଥୀରେ ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିର ବେଢ଼ାର ଦକ୍ଷିଣପାର୍ଶ୍ୱରେ ଥିବା ଶ୍ରୀ ବୁଢ଼ା ଗଣେଶଙ୍କୁ ସ୍ବତନ୍ତ୍ର ପୂଜା କରାଯାଇଛି।...

ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଷ୍ଟାଫ୍‌ନର୍ସଙ୍କୁ ମାଡ଼ ଘଟଣା: ଅଭିଯୁକ୍ତ ଗିରଫ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ

ବଲାଙ୍ଗୀର ଅଫିସ, ୧୫।୨- ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଗତ ଗୁରୁବାର ରାତିରେ ଦୁଇଜଣ ବ୍ୟକ୍ତି ଜଣେ କାର୍ଯ୍ୟରତା ଷ୍ଟାଫନର୍ସଙ୍କୁ ମାଡ଼ ମାରିଥିଲେ ।...

ଅନ୍‌ଲାଇନ୍‌ ଟିକସ ପୈଠ ପାଇଁ ସଚେତନ କରିବେ ଓ୍ବାର୍ଡ ଅଫିସର

ଭୁବନେଶ୍ୱର,୨୩।୮(ବ୍ୟୁରୋ):ରାଜଧାନୀରେ ରାଜସ୍ବ ଆଦାୟ କ୍ଷେତ୍ରରେ ପଛରେ ପଡ଼ିଯାଇଛି ବିଏମ୍‌ସି। ହୋଲ୍ଡିଂ ଟିକସ ଏବଂ ଅନ୍ୟାନ୍ୟ କର ଆଦାୟ କରିବାରେ ୱାର୍ଡ ଅଧିକାରୀମାନେ ଆଖିଦୃଶିଆ କାର୍ଯ୍ୟ କରିପାରୁ...

ପୋଲାଭରମ୍‌ ସିଇଓଙ୍କୁ ନଭେମ୍ବର ୭ରେ ଏନ୍‌ଜିଟିରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ଇନ୍ଦିରା ସାଗର ପୋଲାଭରମ ପ୍ରକଳ୍ପର ସିଇଓଙ୍କୁ ଆସନ୍ତା ନଭେମ୍ବର ୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲାଭରମ ପ୍ରକଳ୍ପ...

ଗୁଳି କରି ଲୁଟିନେଲେ ୬ ଲକ୍ଷ ଟଙ୍କା

ଅନୁଗୋଳ ଅଫିସ,୨୯ା୮: ଅନୁଗୋଳ ଥାନା ଅଞ୍ଚଳର କୁରୁଡୁଲୁ ନିକଟରେ ଥିବା ଆଶ ପଣ୍ଡ୍‌ ତଳେ ଗୁଳିକାଣ୍ଡ ହୋଇଛି। ସୋମବାର ଦୁଇଜଣଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିବା...

‘ଅଦ୍ୱିକା ଆପ୍‌’ ମାଧ୍ୟମରେ ଜୀବନକୌଶଳ ଶିକ୍ଷା

ଭୁବନେଶ୍ୱର, ୨୧।୪(ବ୍ୟୁରୋ):ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ସରକାରଙ୍କ ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଅଧିକ ସୁଗମ ଓ ସାର୍ବଜନୀନ କରିବା ଲାଗି ପ୍ରସ୍ତୁତ ହୋଇଛି ‘ଅଦ୍ୱିକା ଆପ୍‌’।...

ରାଜ୍ୟବାସୀଙ୍କ ତରଫରୁ ଦ୍ରୌପଦୀଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର, ୨୨ା୭(ବ୍ୟୁରୋ): ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଛି। ଦ୍ରୌପଦୀଙ୍କୁ ଏହି...

Advertisement
Archives

Model This Week