Posted inଜାତୀୟ

ଆଣ୍ଟିଲିୟା ମାମଲା: ପୋଲିସ ଅଧିକାରୀ ସଚ୍ଚିନ ୱାଜେଙ୍କ ଗିରଫକୁ ନେଉ ରାଜନୀତି ସରଗରମ

ମୁମ୍ବାଇ,୧୪ ।୩: ଆଣ୍ଟିଲିୟା ମାମଲାରେ ବେଳକୁ ବେଳ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଦ୍ୱାରା ପୋଲିସ ଅଧିକାରୀ ସଚ୍ଚିନ ୱାଜେଙ୍କୁ ଗିରଫ କରାଯିବା ପରେ ମହାରାଷ୍ଟ୍ର ରାଜନୀତି ହୋଇଛି ସରଗରମ । ଶିବସେନା ନେତା ସଞ୍ଜୟ ରାଉତ ସଚ୍ଚିନଙ୍କ ଗିରଫକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସଞ୍ଜୟ କହିଛନ୍ତି ସଚ୍ଚିନ ଜଣେ ଭଲ ପୋଲିସ ଅଧିକାରୀ । କେନ୍ଦ୍ର ସରକାର ଏନ୍‌ଆଇଏ ସାହାରାରେ ମହାରାଷ୍ଟ୍ର ସରକାରଙ୍କୁ ଅସ୍ଥିର କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ମହାରାଷ୍ଟରେ ଭାରତୀୟ ଜନତା ପାର୍ଟି(ଭାଜପା) ୱାଜେଙ୍କ ନାର୍କୋଟିକ୍ ଟେଷ୍ଟ କରିବାକୁ ଦାବି କରିଛି । ସଞ୍ଜୟ କହିଛନ୍ତି ଆମେ ଏନ୍‌ଆଇଏର ସମ୍ମାନ କରୁଛୁ । ହେଲେ ଆମ ପୋଲିସ ବି ଏକାମ କରିପାରି ଥାଆନ୍ତେ । ମୁମ୍ବାଇ ପୋଲିସ ଓ ଏଟିଏସ୍ ସମ୍ମାନନୀୟ କିନ୍ତୁ ଏନ୍‌ଆଇଏ ଲଗାତାର ମୁମ୍ବାଇ ଆସି ପୋଲିସର ମନୋବଳ ଭାଙ୍ଗି ଦେଉଛି । ଏହାଦ୍ୱାରା ରାଜ୍ୟରେ ଅସ୍ଥିରତା ଦେଖାଯାଉଛି ଓ ମୁମ୍ବାଇ ପୋଲିସ ପ୍ରଶାସନ ଚାପରେ ରହୁଛି । ଅନ୍ୟପଟେ ଶିବସେନାର ମୁଖପତ୍ର ସାମ୍ନାରେ ସଞ୍ଜୟ ଲେଖିଛନ୍ତି, ରାଜ୍ୟ ପୋଲିସର ଯାଞ୍ଚକୁ ନେଇ ବିରୋଧି ଅଭିଯୋଗ କରୁଛି । ଯାହା ଫଳରେ ପୋଲିସର ମନୋବଳ ଭାଙ୍ଗି ଯାଉଛି । ଏହା ରାଜ୍ୟ ବ୍ୟବସ୍ଥା ଉପରେ ଚାପ ସଦୃଶ । ତେଣୁ ଏପରି ହେବା ସରକାରଙ୍କ ପାଇଁ ଶୁଭ ସଙ୍କେତ ନୁହେଁ । ସମସ୍ତଙ୍କୁ ପାଣିରେ ରହିବାର ଅଛି କୁମ୍ଭିର ସହ ଶତ୍ରୁତା କାହିଁକି । ଯହି ଏମିତି ସମସ୍ତଙ୍କୁ ଲାଗିବ ତେବେ ରାଜ୍ୟ ଦୂଷିତ ହୋଇଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri