ରାଜନୈତିକ ଧୃଷ୍ଟତା ଓ ଜନତା

ବାସୁଦେବ ବେହେରା

 

ସ୍ଵାଧୀନ ଭାରତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟକଳାପ ତଥା ରାଜନେତାମାନଙ୍କର କାର୍ଯ୍ୟକଳାପକୁ ଅବଲୋକନ କଲେ ଏହା ସ୍ପଷ୍ଟ ଅନୁମେୟ ହୁଏ କି ରାଜନୈତିକ ବ୍ୟକ୍ତି ତଥା ରାଜନୈତିକ ଦଳଗୁଡ଼ିକ ଦିନକୁ ଦିନ ନିଜର ନୀତି ନୈତିକତାକୁ ଜଳାଞ୍ଜଳି ଦେବା ପାଇଁ ଅସତ୍‌ ପ୍ରତିଯୋଗିତା ମନୋଭାବକୁ ବୃଦ୍ଧି କରିଛନ୍ତି। ନୀତି ନୈତିକତାକୁ ଜଳାଞ୍ଜଳି ଦେବାର ମୁଖ୍ୟ କାରଣ ସର୍ବକାଳୀନ କ୍ଷମତାରେ ରହିବାର ମୋହ। କ୍ଷମତା ମୋହରେ ଅନ୍ଧହୋଇ ଯାବତୀୟ କୁକର୍ମକୁ ପାଥେୟ କରି ଈଶ୍ୱରଙ୍କ ନାମରେ କରିଥିବା ଶପଥ ପାଠକୁ ଭ୍ରୂକ୍ଷେପ ନ କରି ନିଜ ନିଜର ସ୍ବାର୍ଥ ସାଧନକୁ ଚରିତାର୍ଥ କରିବା ହିଁ ହେଉଛି ଆଜିର ଦିନରେ ରାଜନୈତିକ ବ୍ୟକ୍ତି ଓ ରାଜନୈତିକ ଦଳଗୁଡ଼ିକର ଆତ୍ମବଡ଼ିମା। ରାଜନୀତି ଆଜି ପ୍ରଚାରସର୍ବସ୍ବ, ସ୍ବାର୍ଥସର୍ବସ୍ବ, ଦମନମୂଳକ ମନୋଭାବର ଉତ୍କୃଷ୍ଟ ଉଦାହରଣ କହିଲେ କିଛି ଅତ୍ୟୁକ୍ତି ହେବନାହିଁ। କ୍ଷମତାସୀନ ରାଜନୈତିକ ଦଳଗୁଡ଼ିକ ଭୁଲିଯାଉଛନ୍ତି ଯେ ସେମାନେ ଯେଉଁ ସର୍ବୋଚ୍ଚ ଗରିମାମୟ ପଦପଦବୀ ତଥା ଆସନ ଅଳଙ୍କୃତ କରିଛନ୍ତି ତାହା କେବଳ ସାଧାରଣ ଜନତାଙ୍କର ସେବା ଓ ସମସ୍ୟାର ତଥା ଆଦର୍ଶ ରାଷ୍ଟ୍ରନିର୍ମାଣ ଓ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ। କେନ୍ଦ୍ରରେ କ୍ଷମତାରେ ଥିବା ରାଜନୈତିକ ଦଳ, ରାଜ୍ୟରେ କ୍ଷମତାରେ ଥିବା ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସମନ୍ବୟ ଓ ସଦ୍‌ଭାବନା ଆଦର୍ଶ ରାଷ୍ଟ୍ର ନିର୍ମାଣରେ ଅପରିହାର୍ଯ୍ୟ । ଆଜିକାଲି ରାଜନୈତିକ ନେତା ଓ ଦଳଗୁଡ଼ିକ ସ୍ଥିର କରି ନେଉଛନ୍ତି କି ଥରେ ଜନସାଧାରଣ ଆମକୁ ବହୁମତରେ ନିର୍ବାଚିତ କଲାପରେ ଆମେ ଆମର ସ୍ବେଚ୍ଛାଚାରିତାକୁ ପ୍ରଦର୍ଶନ କରିବୁ, ଏଥିରେ କେହି ବାଧା ଦେଇପାରିବେ ନାହିଁ। ସେହି ସାଧାରଣ ଜନତା ନିର୍ବାଚିତ କରିଥିବା ଅସାଧାରଣ ବ୍ୟକ୍ତିତ୍ୱ (ଜନପ୍ରତିନିଧି) ଆରମ୍ଭ କରନ୍ତି ସାଧାରଣ ଲୋକଙ୍କ ମୂଲ୍ୟାଙ୍କନ, ଶକ୍ତି, ସାମର୍ଥ୍ୟ, ପ୍ରିୟାପ୍ରୀତି ତୋଷଣ, ପରସ୍ପର ମଧ୍ୟରେ ବାଦବିବାଦ, ଗୋଷ୍ଠୀବାଦ, ଉଚ୍ଚନୀଚ ଭେଦଭାବ, ପ୍ରଶାସନିକ କଳର ଅପବ୍ୟବହାର, ଧାର୍ମିକ ଅନୁଷ୍ଠାନଗୁଡ଼ିକର ବିଭାଜନ ତଥା ଭାଇଚାରାରେ ଫାଟ ଇତ୍ୟାଦି। ସମୟ କ୍ରମେ କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷମତାସୀନ ରାଜନୈତିକ ଦଳ ନିଜର ଅପାର ଅସତ୍‌ ଅର୍ଥ ବଳରେ ଦୀର୍ଘ ସମୟ ଧରି ସୁଶାସନରୁ ଦୂରେଇ ରହିବା ଦ୍ୱାରା ରାଷ୍ଟ୍ରରେ ସୃଷ୍ଟି ହୁଏ ଉତ୍କଟ ବେକାରି ସମସ୍ୟା। ସେହି ବେକାରି ସମସ୍ରା କୁହନ୍ତୁ ବା ସାଧାରଣ ଜନତାଙ୍କ ଆର୍ଥିକ ଅଭାବ ଅନଟନ କୁହନ୍ତୁ ଯାହା ଫଳରେ ସାଧାରଣ ଶିକ୍ଷିତ ଯୁବକ ଯୁବତୀମାନେ ଆପଣେଇ ନିଅନ୍ତି ସ୍ବଳ୍ପବେତନରେ ବେସରକାରୀ ଅନୁଷ୍ଠାନର ନ୍ୟାୟହୀନ ବୃତ୍ତି ତଥା ଜୀବନ ଜୀବିକା।
ସମୟାନୁକ୍ରମେ କଳୁଷିତ କ୍ଷମତାସୀନ ରାଜନୈତିକ ଦଳ ଓ ନେତାମାନେ ଦମନ କରନ୍ତି ସମାଜର ନିରପେକ୍ଷ ଚତୁର୍ଥ ସ୍ତମ୍ଭ ତଥା କଣ୍ଠରୋଧ କରନ୍ତି ଗଣମାଧ୍ୟମକୁ। ଅଧୁନା ଦେଖାଯାଏ ନେପଥ୍ୟରେ ରହି ରାଜନୈତିକ ଦଳଗୁଡ଼ିକ ନିଜର ପ୍ରଚାର ଓ ପ୍ରସାର ପାଇଁ ଖଞ୍ଜିଛନ୍ତି ସମ୍ବାଦପତ୍ର ସଂସ୍ଥା, ଟେଲିଭିଜନ ମିଡିଆ ଓ ନିଜର ସପକ୍ଷବାଦୀ ସାମ୍ବାଦିକଙ୍କୁ। ଏହି କଳୁଷିତ ରାଜନୈତିକ ଦମନ ଲୀଳାର ବିଭୀଷିକାକୁ ଭଲ ଭାବରେ ବୁଝିପାରୁଥିବା ସାଧାରଣ ଶିକ୍ଷିତ, ଆଦର୍ଶଗତ ବୁଦ୍ଧିଜୀବୀ ତଥା ସମ୍ପନ୍ନ ସଫଳ ବ୍ୟକ୍ତିତ୍ୱମାନେ ସ୍ବଚ୍ଛ ତଥା ସୁଶାସନରେ ଅଂଶୀଦାର ନିମନ୍ତେ ମନସ୍ଥ ତଥା ମନୋଜ୍ଞ ଥିଲେ ମଧ୍ୟ ରାଜନୈତିକ ଦୃଶ୍ୟପଟରେ ଦମନୀୟତା ତଥା କୁକର୍ମକୁ ଆଖିରେ ରଖି ନିଜକୁ ଆଜିର ରାଜନୀତିଠାରୁ ଦୂରେଇ ରହିବାକୁ ଶ୍ରେୟସ୍କର ମଣୁଛନ୍ତି। ଆଦର୍ଶ ରାଷ୍ଟ୍ର ନିର୍ମାଣ ଏକ ନିରବଚ୍ଛିନ୍ନ ପ୍ରଚେଷ୍ଟା। ପ୍ରତିଟି ନାଗରିକର ତଥା ଜନସାଧାରଣଙ୍କ ପିଢ଼ି ପରେ ପିଢ଼ି ବହୁବର୍ଷର ପର୍ଯ୍ୟାୟ କ୍ରମେ ଅବଦାନ ଓ ପ୍ରତିଫଳନ। ପ୍ରତିଟି ନାଗରିକର ପୁରୁଷାର୍ଥରେ ଦଣ୍ଡାୟମାନ ହୁଏ ଆଦର୍ଶ ରାଷ୍ଟ୍ର। କ୍ଷମତାସୀନ ରାଜନୈତିକ ଦଳଗୁଡ଼ିକ ନିଜର ପ୍ରଚାର ପ୍ରସାର ପାଇଁ ପୂର୍ବବର୍ତ୍ତୀ ଶାସନ କାଳର ରାଜନୈତିକ ଦଳର ରାଷ୍ଟ୍ର ନିର୍ମାଣର ପ୍ରୟାସ ଓ ପ୍ରଚେଷ୍ଟାକୁ ମୂଲ୍ୟହୀନ ବୋଲି ଡିଣ୍ଡିମ ପିଟନ୍ତି। ଆହୁରି ମଧ୍ୟ ଉଭୟ କ୍ଷମତାସୀନ ରାଜନୈତିକ ଦଳ ଓ ପ୍ରତିପକ୍ଷ ରାଜନୈତିକ ଦଳ ସଂସଦ ଓ ବିଧାନସଭାରେ ଆସନ ଅଳଙ୍କୃତ ପରେ ଭୁଲି ଯାଉଛନ୍ତି ଯେ, ସେମାନେ ଅଧିକୃତ କରିଥିବା ଗରିମାମୟ ଆସନ ତଥା ବିଧାନସଭା ଓ ସଂସଦ ସଭା ହେଉଛି ସାଧାରଣ ଜନତାଙ୍କର ଆଶୀର୍ବାଦର ଅଭିବ୍ୟକ୍ତି।
ବିଧାନସଭା ଓ ସଂସଦୀୟ ସଭାକୁ ଦେଖିଲେ ମନେହୁଏ ଈଶ୍ୱରଙ୍କ ନାମରେ ଶପଥ ନେଇଥିବା କ୍ଷମତାସୀନ ରାଜନୈତିକ ଦଳ ଓ ମହିମା ମଣ୍ଡନ କରୁଥିବା ବିରୋଧୀ ଦଳ, ପ୍ରତ୍ୟେକ ପ୍ରତ୍ୟେକଙ୍କର ସ୍ବେଚ୍ଛାଚାରିତାକୁ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସନ୍ଦେଶ ଦିଅନ୍ତି ଯେ ବିଧାନସଭା ଓ ସଂସଦ ସେମାନଙ୍କର ରାଜନୈତିକ ଦଳୀୟ କାର୍ଯ୍ୟାଳୟ ମଧ୍ୟରେ
କିଛି ଫରକ୍‌ ନାହିଁ। ସ୍ଥଳବିଶେଷରେ ଦୁଇରୁ ଅଧିକ ରାଜନୈତିକ କ୍ଷମତାସୀନ ଦଳ ତଥା ରାଜନେତାମାନେ ଏକାଠି ହୋଇ ମିଲିଭଗତ ନ୍ୟାୟରେ ନିଜର ବ୍ୟକ୍ତିଗତ ସ୍ବାର୍ଥ ଓ କ୍ଷମତାର ମୋହରେ ତଥା ସମାଜସେବା ନାମରେ ମିଳୁଥିବା ଯାବତୀୟ ସୁଖସୁବିଧାକୁ ଉପଭୋଗ କରୁଥିବା ବୁଝାମଣା ବ୍ୟବସ୍ଥାକୁ ସାଧାରଣ ଜନତା ଅତି ସହଜରେ ହୃଦୟଙ୍ଗମ କରୁଛନ୍ତି। ଆଜିର ରାଜନୈତିକ ଦୃଶ୍ୟପଟକୁ ଲକ୍ଷ୍ୟ କଲେ ଏହା ସହଜରେ ଅନୁମେୟ ହୁଏ ଯେ, ସମ୍ବିଧାନ ତଥା ସମସ୍ତ ଶାସନ ବ୍ୟବସ୍ଥା ତଥା ରାଜନୈତିକ ଗୌରବ ଗରିମାକୁ ତୁଚ୍ଛ ମନେକରି ରାଜନେତା ତଥା ରାଜନୈତିକ ଦଳଗୁଡ଼ିକ ନୀତି ନୈତିକତା ଭୁଲିଯାଉଛନ୍ତି। ଏପରି କି ରାଜନୈତିକ ଦଳଗୁଡ଼ିକରେ ଦେଖାଯାଏ ଜଣେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ୱ ହିଁ ଉକ୍ତ ଦଳ, ରାଜନେତା ଓ ଦେଶର ଭାଗ୍ୟବିଧାତା ଓ ସର୍ବଶକ୍ତିମାନ। ରାଜନୈତିକ ଦଳଗୁଡ଼ିକ ଭୁଲିଯିବା ଉଚିତ ନୁହେଁ ଯେ ସାଧାରଣ ଜନତା ଜନାର୍ଦ୍ଦନ ସର୍ବୋପରି। ରାଜନେତା ଓ ରାଜନୈତିକ ଦଳଗୁଡ଼ିକ ଜନତାଙ୍କ ସହିତ ପ୍ରହେଳିକା ଓ ଲୁଚକାଳି ଖେଳ ଖେଳିବାର ପ୍ରୟାସ ସଫଳ ହୁଏନାହିଁ ଆଉ ମଧ୍ୟ ହେବନାହିଁ। ସମୟ ବଡ଼ ବଳବାନ୍‌। ରାଜନୈତିକ ଗାଣିତିକ ବିଶ୍ଲେଷଣ ତଥା କ୍ଷମତା ରାଜନୀତିର ସଂଖ୍ୟାଗରିଷ୍ଠ ହାସଲ କରିବା ନୀତିନୈତିକତାହୀନ ଉପାୟ ତଥା ଧୃଷ୍ଟତାର ପରିପନ୍ଥୀ ସର୍ବୋପରି ନୁହେଁ। ତେଣୁ ସମୟାନୁକ୍ରମେ ରାଜନୈତିକ ବ୍ୟକ୍ତିତ୍ୱ ତଥା ରାଜନୈତିକ ଦଳଗୁଡ଼ିକ ନିଜର ରାଜନୈତିକ ଧୃଷ୍ଟତାକୁ ପରିହାର କରିବା ଆବଶ୍ୟକ।
ସାଧାରଣ ଜନତାଙ୍କର ଆସ୍ଥା ଓ ବିଶ୍ୱାସକୁ ମଜଭୁତ କରିବା ନିମନ୍ତେ ଜନକଲ୍ୟାଣକାରୀ, ସାର୍ବଜନୀନ ଶିକ୍ଷା, ସ୍ବାସ୍ଥ୍ୟ, ନ୍ୟାୟ ଇତ୍ୟାଦି ଅମୂଲ୍ୟ ମାନବୀୟ ସାମାଜିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦିଅନ୍ତୁ। ସମାଜରୁ ଦାରିଦ୍ର୍ୟ, ବେକାରି ଦୂରୀକରଣ ତଥା ଜ୍ଞାନକୌଶଳ ଓ ସାମାଜିକ ସଦ୍‌ଭାବନା ଜାଗ୍ରତ କରିବା ନିମନ୍ତେ ସଫଳ ପ୍ରୟାସ କରନ୍ତୁ। ରାଜନେତାମାନେ ନିଜ ନିଜର ଗୌରବ ଗରିମା ଓ ଚିରନ୍ତନ ପ୍ରତିଭାକୁ ପ୍ରତିପାଦନ କରି ନାମ ଯଶ ଇତ୍ୟାଦିକୁ ଅମର କରିବାକୁ ଯତ୍ନବାନ ହୁଅନ୍ତୁ। ଯାହା ଫଳରେ ସାମାଜିକ ମୂଲ୍ୟବୋଧ ଓ ରାଜନୈତିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବାରେ ସହାୟକ ହେବ।
କମ୍ପାନୀ ସେକ୍ରେଟାରୀ, ସୁନ୍ଦର, ଅସ୍ତରଙ୍ଗ, ପୁରୀ, ମୋ: ୯୬୫୦୫୪୦୩୬୩


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri