Posted inଜାତୀୟ

ଏହି ଗାଁରେ ହୁଏନାହିଁ ନିର୍ବାଚନ ପ୍ରଚାର: ମତଦାନ ୯୬ ପ୍ରତିଶତ

ରାଜକୋଟ,୨୧।୪: ଗୁଜରାଟ ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ସବୁଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ଗାଁରେ ପ୍ରଚାର କରାଗଲେ ପରିବେଶ ନଷ୍ଟ ହେବ। ତେଣୁ ସେମାନେ କୌଣସି ପ୍ରଚାରକୁ ଗାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରି ଥାଆନ୍ତି। ହେଲେ ଏହି ଗାଁରେ ପ୍ରାୟ ୯୫-୯୬ ପ୍ରତିଶତ ମତଦାନ ହୋଇଥାଏ ବୋଲି ସରପଞ୍ଚ ଅଶୋକ ଭାଇ ବାଘେରା ସୂଚନା ଦେଇଛନ୍ତି। ଗାଁର ସମସ୍ତ ବ୍ୟକ୍ତି ମତଦାନ କରିଥାଆନ୍ତି। ଆଉ ଯେଉଁମାନେ ମତଦାନ କରି ନ ଥାଆନ୍ତି ସେମାନଙ୍କୁ ୫୧ ଟଙ୍କା ଜରିମାନା ଦେବାକୁ ପଡିଥାଏ। ଶହେ ପ୍ରତିଶତ ମତଦାନ ଲକ୍ଷ୍ୟରେ ଗାଁରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ ଏହା ଏକ ଆଦର୍ଶ ଗାଁ ଭାବେ ଗୁଜରାଟରେ ବେଶ୍‌ ପରିଚିତ। ଏଠାକାର ଘର ଅବା ଦୋକାନରେ କେବେ ତାଲା ପଡି ନ ଥାଏ ବୋଲି ଗାଁ ଲୋକେ କୁହନ୍ତି। କାରଣ ଏହି ଗାଁରେ କୌଣସି ଜିନିଷ ଚୋରି ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧ, ଗୁରୁତର ଅସୁସ୍ଥ କଏଦୀଙ୍କ ପାଇଁ ଖୁସି ଖବର: ସୁପ୍ରିମକୋର୍ଟ ଜାରି କଲେ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ବୃଦ୍ଧ, ଗୁରୁତର ଅସୁସ୍ଥ ଏବଂ ଅକ୍ଷମ କଏଦୀମାନଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସମସ୍ତ ରାଜ୍ୟ…

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ନାଗ ସାପ, ଖୋଲିବା ମାତ୍ରେ କଲା ସୁ ସୁ ଗର୍ଜନ, ଭିଡିଓ ଦେଖିଲେ…

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ସାଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ବ୍ୟାଗରୁ ହଠାତ୍‌ ଏକ ସାପ ବାହାରିଲା। ବିଷାକ୍ତ ସାପ ଦେଖିବା ପରେ…

ମର୍ମନ୍ତୁଦ ଦୁର୍ଘଟଣା; ସ୍କୁଲ ଭ୍ୟାନକୁ ପିଟିଲା ପାସେଞ୍ଜର ଟ୍ରେନ, ୨ ଛାତ୍ରଙ୍କ ସମେତ ୩ ମୃତ

କୋଲକାତା,୧୭।୭:ପଶ୍ଚିମବଙ୍ଗର ମୁର୍ଶିଦାବାଦ ବରହମପୁରରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି । ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍ । ଏହି…

ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନକୁ ସବୁଜ ପତାକା ଦେଖାଇବେ ପିଏମ ମୋଦି; ଏହି ସବୁ ରୁଟ୍‌ରେ ଚାଲିବ…

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣାର ଜିନ୍ଦଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନର ଶୁଭାରମ୍ଭ କରିବେ। ଏହାସହ ଭାରତ ବିଶ୍ୱର ସେହି କେତେକ ସୀମିତ ଦେଶଙ୍କ…

ପ୍ରେମ ବିବାହର ୩ ବର୍ଷ ପରେ ବଦଳିଗଲା ସ୍ବାମୀର ମନ, ଖାଇବାକୁ ଦେବା ବାହାନାରେ ପାହାଡ଼କୁ ନେଇ କାଟିଦେଲେ….

ଭୋପାଳ,୧୭।୭: ମଧ୍ୟପ୍ରଦେଶର ଦେବାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ତାଙ୍କ ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିବା ନେଇ…

ଉଲଗ୍ନ ହୋଇ ରାସ୍ତାରେ ଦୌଡ଼ିଲେ ଯୁବକ: ଭିଡିଓ ଭାଇରାଲ ପରେ ଅଞ୍ଚଳରେ ଚାଞ୍ଚଲ୍ୟ

ନାଗୌର,୧୭।୭: ରାଜସ୍ଥାନର ନାଗୌର ଜିଲାରେ ଜଣେ ଯୁବକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଦୌଡ଼ୁଥିବାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାକୁ…

ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା, ହେଲେ ଜିଦ୍‌ରେ ଅଟଳ ସୋନମ; ଡାକ୍ତର ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ,୧୭।୭: ବିଶିଷ୍ଟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀର ଯନ୍ତର-ମନ୍ତରଠାରେ ତାଙ୍କର ଆମରଣ ଅନଶନ ଆଜି ୨୦…

ମା’ଙ୍କୁ ସୁପାରି ଦେଇ ହତ୍ୟା କଲେ ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର(ରାଜସ୍ଥାନ), ୧୭।୭:ପିଲାମାନଙ୍କ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ପାଇଁ ମା’ବାପାମାନେ ଜୀବନରେ ବହୁ ତ୍ୟାଗ କରିଥାନ୍ତି। ନିଜେ କଷ୍ଟ ସହୁଥିଲେ ସୁଦ୍ଧା ପିଲାମାନଙ୍କୁ ଏହାର ଅନୁଭବ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri