Posted inଜାତୀୟ

ଏହି ଗାଁରେ ହୁଏନାହିଁ ନିର୍ବାଚନ ପ୍ରଚାର: ମତଦାନ ୯୬ ପ୍ରତିଶତ

ରାଜକୋଟ,୨୧।୪: ଗୁଜରାଟ ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ସବୁଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ଗାଁରେ ପ୍ରଚାର କରାଗଲେ ପରିବେଶ ନଷ୍ଟ ହେବ। ତେଣୁ ସେମାନେ କୌଣସି ପ୍ରଚାରକୁ ଗାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରି ଥାଆନ୍ତି। ହେଲେ ଏହି ଗାଁରେ ପ୍ରାୟ ୯୫-୯୬ ପ୍ରତିଶତ ମତଦାନ ହୋଇଥାଏ ବୋଲି ସରପଞ୍ଚ ଅଶୋକ ଭାଇ ବାଘେରା ସୂଚନା ଦେଇଛନ୍ତି। ଗାଁର ସମସ୍ତ ବ୍ୟକ୍ତି ମତଦାନ କରିଥାଆନ୍ତି। ଆଉ ଯେଉଁମାନେ ମତଦାନ କରି ନ ଥାଆନ୍ତି ସେମାନଙ୍କୁ ୫୧ ଟଙ୍କା ଜରିମାନା ଦେବାକୁ ପଡିଥାଏ। ଶହେ ପ୍ରତିଶତ ମତଦାନ ଲକ୍ଷ୍ୟରେ ଗାଁରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ ଏହା ଏକ ଆଦର୍ଶ ଗାଁ ଭାବେ ଗୁଜରାଟରେ ବେଶ୍‌ ପରିଚିତ। ଏଠାକାର ଘର ଅବା ଦୋକାନରେ କେବେ ତାଲା ପଡି ନ ଥାଏ ବୋଲି ଗାଁ ଲୋକେ କୁହନ୍ତି। କାରଣ ଏହି ଗାଁରେ କୌଣସି ଜିନିଷ ଚୋରି ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତାଜମହଲରେ ନିଃଶୁଳ୍କ ପ୍ରବେଶ, ଗୋଟିଏ ଦିନରେ ବୁଲିଲେ ୬୦ ହଜାର ପର୍ଯ୍ୟଟକ

ନୂଆଦିଲ୍ଲୀ,୭ ।୮: ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ତାଜମହଲ ସମେତ ସମସ୍ତ ଐତିହାସିକ ସ୍ଥଳରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନିଃଶୁଳ୍କ ପ୍ରବେଶ ଅନୁମତି ମିଳିବା...

୭ ଜଣଙ୍କ ଉପରେ ମାଡ଼ିଗଲା କୋଣାର୍କ ଏକ୍ସପ୍ରେସ୍‌

ଅମରାବତୀ, ୧୨ା୪:ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ସୋମବାର ରାତିରେ କୋଣାର୍କ ଏକ୍ସପ୍ରେସ୍‌ ମାଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବଟୁଭା ଗ୍ରାମ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ...

ଚତୁର୍ଥ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ, ୨୨।୯: ଭାରତର ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ଖାଦ୍ୟ ସୁରକ୍ଷା ସୂଚକାଙ୍କ ପ୍ରକାଶ ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଦ୍ୱିତୀୟ ଥର ମୃତଦେହ ବ୍ୟବଚ୍ଛେଦ କରିବେ ଏମ୍ସ ଡାକ୍ତରୀ ଦଳ

ହାଇଦ୍ରାବାଦ୍‌, ୨୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ୪ ଅଭିଯୁକ୍ତଙ୍କ ମୃତଦେହ ପୁଣି ଥରେ ବ୍ୟବଚ୍ଛେଦ କରାଯିବ। ଏନେଇ ଏମ୍ସର ୩ ଜଣିଆ ଡାକ୍ତରୀ ଦଳ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୧୦।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

ଜନତାଙ୍କ ଆଶାକୁ ନିଶ୍ଚୟ ପୂରା କରିବେ ମୋଦି: ହେମାମାଳିନୀ

ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମଥୁରା ଆସନରୁ ବିଜୟ ହାସଲ କରିବା ପରେ ଅଭିନେତ୍ରୀ ହେମାମାଳିନୀ ଗୁରୁବାର ମୋଦିଙ୍କ ଶପଥ ଗ୍ରହଣ...

ତୁଷାରପାତରେ ଫସିଥିବା ମା’, ନବଜାତକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଭାରତୀୟ ସେନାର ଶକ୍ତି ସାମର୍ଥ ବିଷୟରେ ସମସ୍ତଙ୍କୁ ଜଣା। ମାତ୍ର ମାନବିକତା କ୍ଷେତ୍ରରେ ଭାରତୀୟ ସେନା ସହ କେହି ତୁଳନୀୟ ହୋଇପାରିବେ ନାହିଁ। ଜମ୍ମୁ କଶ୍ମୀରରୁ...

ନବୀନଙ୍କ ସମେତ ୧୧ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପିନାରାୟୀ ବିଜୟନ୍‌

ଥିରୁଭାନନ୍ଥପୁରମ୍‌,୪ା୧(ପି.ଟି.): ବିବାଦୀୟ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ରଦ୍ଦ କରିବା ପାଇଁ କେରଳ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ପରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଶୁକ୍ରବାର...

Advertisement
Archives

Model This Week