ତେଜୁଛି ରାଜନୈତିକ ବିବାଦ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମୁନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଏବଂ ଅନୁଧ୍ୟାନ ରିପୋର୍ଟ ଦାଖଲ କରାଯିବା ପରେ ପୁଣି ଥରେ ମୁହିଁାମୁହିଁ ହୋଇଛନ୍ତି ଶାସକ ବିଜେଡି ଏବଂ ଭାଜପା। ଏଏସ୍‌ଆଇ ରିପୋର୍ଟକୁ ନେଇ ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେହିପରି ଆଇନ ଅନୁଯାୟୀ ସରକାର ସମସ୍ତ କାମ କରୁଥିବା ପୁରୀ ଏମ୍‌ପି ପିନାକୀ ମିଶ୍ର ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ସଣ୍ଢୁଆଶି ଆକ୍ରମଣ କରିଛନ୍ତି ବିରୋଧୀ।
ବିବାଦୀୟ ପ୍ରକଳ୍ପ ସମ୍ପର୍କରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସମ୍ବିତ୍‌ କହିଛନ୍ତି, ରାଜ୍ୟ ସରକାର ଅହଙ୍କାର ଛାଡି ଭୁଲ ସ୍ବୀକାର କରନ୍ତୁ। ଏହି ବିଶ୍ୱସ୍ତରୀୟ ଐତିହ୍ୟ ନଷ୍ଟ ହେଲେ ଭବିଷ୍ୟତ ପିଢ଼ି କ୍ଷମା ଦେବେନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ବୈଧ ଅନୁମତି ନ ଥିଲା। ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଉନାହିଁ। କିନ୍ତୁ ଆଇନର ପରିଧି ଭିତରେ ରହି କାର୍ଯ୍ୟ ହେବା ଆବଶ୍ୟକ। ସମ୍ବିତ୍‌ ଆହୁରି କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଡିପିଆର୍‌ ଦାଖଲ କରାଯାଇଛି। ଏଏସଆଇ ରିପୋର୍ଟରେ ଖନନ ସ୍ଥାନରେ ଐତିହ୍ୟ ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି। ନିର୍ମାଣ ସମୟରେ କୀର୍ତ୍ତିରାଜି ନଷ୍ଟ ହୋଇଥିବା ହାଇକୋର୍ଟ ଉପଲବ୍ଧି କରିଛନ୍ତି। ଯଦି ନିର୍ମାଣରେ ସନ୍ଦେହ ନ ଥିଲା ତେବେ କାହିଁକି ବାରମ୍ବାର ଡିପିଆର୍‌ ବଦଳାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ନିଷିଦ୍ଧାଞ୍ଚଳ ଘୋଷିତ ୧୦୦ ମିଟରରେ କୌଣସି ନିର୍ମାଣ ହୋଇପାରିବ ନାହିଁ। ୨୦୦ ମିଟର ପରିଧିରେ ହେଉଥିବା ନିର୍ମାଣ ପାଇଁ ଅନୁମତି ନିଆଯିବା ବାଧ୍ୟତାମୂଳକ। ହେଲେ ରେସ୍‌ପନ୍ସ ନିଷିଦ୍ଧାଞ୍ଚଳରୁ ରେଗୁଲେଟେଡ୍‌ ଏରିଆକୁ ସ୍ଥାନାନ୍ତର କରାଯାଇଛି। କୀର୍ତ୍ତିରାଜି ଧ୍ୱଂସ କରିବା ବଡ ଭୁଲ୍‌। ଏଥିଲାଗି ପ୍ରତି ଓଡ଼ିଆଙ୍କ ହୃଦୟ କାନ୍ଦୁଛି। ସଂସଦରେ ପୁରୀ ଏମ୍‌ପି ଯେଉଁ ମିଛ କହିଛନ୍ତି, ସେଥିଲାଗି କ୍ଷମା ମାଗନ୍ତୁ ବୋଲି ମଧ୍ୟ ସମ୍ବିତ୍‌ କହିଛନ୍ତି।
ଅପରପକ୍ଷେ ସମ୍ବିତ୍‌ଙ୍କ ଆକ୍ରମଣର ଜବାବରେ ପୁରୀ ଏମ୍‌ପି ପିନାକୀ ମିଶ୍ର କହିଛନ୍ତି, ଏଏସ୍‌ଆଇ ଅନୁମତି ଦେଇଥିବା କଥା ଆମେ କେବେ କହିନାହୁଁ। ନ୍ୟାଶନାଲ ମନୁମେଣ୍ଟ ଅଥରିଟି (ଏନ୍‌ଏମଏ) ଯେଉଁ ନୋ ଅବଜେକ୍ସନ ସାର୍ଟିଫିକେଟ ଦେଇଛି, ତଦନୁଯାୟୀ କାମ ହେଉଛି। ରାଜ୍ୟ ସରକାର ଆଇନ ଅନୁଯାୟୀ କାମ କରୁଛନ୍ତି। ଡିପିଆର୍‌ ବଦଳାଇ ହେବ ନାହିଁ ବୋଲି କେଉଁଠାରେ ଏବଂ କେଉଁ ଆଇନରେ ଉଲ୍ଲେଖ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। କେଉଁ କାର୍ଯ୍ୟ ଲାଗି କେତେ ଫାଉଣ୍ଡେଶନ କରାଯିବ ତାହା ନା ସମ୍ବିତ୍‌ ନା ସେ ନିଜେ ଜାଣିଛନ୍ତି। ଏହି କାମ ଯେଉଁ ସିଭିଲ୍‌ ଇଞ୍ଜିନିୟରମାନେ କରୁଛନ୍ତି, ସେମାନେ ଏହା ଠିକ୍‌ ଜାଣିଛନ୍ତି। ଏଭଳି ଐତିହାସିକ ପଦକ୍ଷେପକୁ ଯେଉଁମାନେ ବନ୍ଦ କରିବାକୁ ଚାହୁଁଛନ୍ତି, ସେମାନେ ସେମାନଙ୍କ ଲକ୍ଷ୍ୟରେ ସଫଳ ହେବେନାହିଁ। କେବଳ ୨୪ ଘଣ୍ଟା ଖବରରେ ରହିବାକୁ ସମ୍ପୃକ୍ତ ବ୍ୟକ୍ତିମାନେ ଏଭଳି ଚେଷ୍ଟା କରୁଛନ୍ତି। ଏହାକୁ ବୁଦ୍ଧିଜୀବୀମାନେ ଠିକ୍‌ ବୁଝିସାରିଛନ୍ତି ବୋଲି ପିନାକୀ କହିଛନ୍ତି।
ଏଏସ୍‌ଆଇର ସତ୍ୟପାଠ ନେଇ ସରକାରଙ୍କ ଉପରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବର୍ଷିଛନ୍ତି। ସେ କହିଛନ୍ତି, ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ଏଏସ୍‌ଆଇ ରିପୋର୍ଟରେ ରହିଛି। କୀର୍ତ୍ତିରାଜି ଉପରେ ଏହାର ପ୍ରଭାବ ପଡିବ ନା ନାହିଁ ଅନୁଧ୍ୟାନ ହୋଇନି ବୋଲି ଏଥିରେ ଦର୍ଶାଯାଇଛି। ବଡ଼ ବଡ଼ ଗାତ ଖୋଳି ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇନାହିଁ। ଏଥିରେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି। ଯଦି ଭବିଷ୍ୟତରେ ନିର୍ମାଣ ବେଆଇନ ଘୋଷଣା ହୁଏ, ତେବେ ଦାୟୀ କିଏ ରହିବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।
ସେହିପରି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଯାହା କ୍ଷତି ହୋଇଛି ତାହା ଫେରିବ ନାହିଁ। ଆଗକୁ ଯେପରି ଅଧିକ କ୍ଷତି ନ ହେବ ଏଥିଲାଗି ଏବେଠାରୁ ଉଦ୍ୟମ ହେବା ଜରୁରୀ। ପ୍ରକଳ୍ପକୁ ନେଇ ସେବାୟତ, ମଠ ମହନ୍ତ କେହି ଖୁସି ନାହାନ୍ତି। କୋର୍ଟ କଚେରିରେ ମାମଲାର ସମାଧାନ ହେବନି। ଏଥିଲାଗି ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି।
ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ବେଆଇନ ଭାବେ କାମ କରିବା ଯେତିକି ଭୁଲ୍‌, ଏଏସଆଇ ଏହାର ସମାଧାନ ନ କରିବା ସେତିକି ଭୁଲ୍‌। ଅନୁମତି ନ ମିଳି କାମ ହେଲା ବେଳେ ଏଏସ୍‌ଆଇ କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ରାଜ୍ୟ ସରକାର ନିୟମ ଉଲ୍ଲଂଘନ କରି କାମ କରିବା ଦୁର୍ଭାଗ୍ୟଜନକ। ଏହାକୁ ବେଆଇନ ବୋଲି ଜାଣିବା ପରେ ବନ୍ଦ ନ କରିବା ଆହୁରି ବଡ ଭୁଲ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri