ଜନ୍ମରୁ ଝିଅକୁ ପୋଲିଓ, ସ୍ବାମୀଙ୍କୁ ପକ୍ଷାଘାତ

ରାଜକନିକା,୧୭ା୪ (ଡି.ଏନ୍‌.ଏ.): ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ ନାହିଁ କି ଚାଷ କରି ଚଳିବାକୁ ଜମି ଗୁଣ୍ଠେ ନାହିଁ। ସେପଟେ ସ୍ବାମୀ ମୂଲପାତି ଲାଗି ଆମକୁ ଦି’ଓଳି ଦି’ମୁଠା ଖାଇବାକୁ ଦେବାକୁ ସାମର୍ଥ୍ୟ ବି ନାହିଁ। ସଂସାର ମଧ୍ୟରେ ସତେଯେମିତି ଭଗବାନ ଆମ ପାଇଁ ନିଷ୍ଠୁର ପାଲଟି ଯାଇଛନ୍ତି। ଏଭଳି ଦେଖିବାକୁ ମିଳିଛି ରାଜକନିକା ବ୍ଲକ କାଟଣା ବଣିଆଁ ପଞ୍ଚାୟତ ପତରପୁର ନିକଟ ପଦମପୁର ଗାଁରେ। ତ୍ରିଲୋଚନ ସାହୁ (୫୫)ଙ୍କ ନିଜର ଘରଡିହ କି ଜମିବାଡ଼ି କିଛି ନାହିଁ। ବିଦେଶରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ହଠାତ ତାଙ୍କ ସ୍ତ୍ରୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ସଂସାରକୁ ଆଗକୁ ନେବାକୁ ଝରଣାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ମୂଲ ଲାଗି ତ୍ରିଲୋଚନଙ୍କ ସଂସାର ଚାଲି ଥିଲା। ଏଥି ମଧ୍ୟରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ହେଲେ ଜନ୍ମରୁ ଝିଅ ପୋଲିଓ ଆକ୍ରାନ୍ତ ଥିବାରୁ ହାତ ଗୋଡ଼ ଅଚଳ। ଏଭଳି ପରିସ୍ଥିତିରେ ଦିବ୍ୟାଙ୍ଗ ଝିଅକୁ ଧରି କାଟଣା ବଜାରର ଏକ ଭଡ଼ା ଘରେ ରହି ଆସୁଥିଲେ। ହେଲେ ଦଇବ ଦାଉ ସାଧିଲା, ତ୍ରିଲୋଚନ ସପ୍ତାହ ତଳେ ପକ୍ଷାଘାତ ରୋଗରେ ଶିକାର ହୋଇ ଶଯ୍ୟାଶାୟୀ ହୋଇଗଲେ। ଝିଅର ଦୁଃଖଠାରୁ ବଳିଗଲା ସ୍ବାମୀଙ୍କ ଦୁଃଖ। ଘରେ ଖାଇବାକୁ କିଛି ନାହିଁ କି ଡାକ୍ତରଖାନା ନେବାକୁ ପଇସାଟିଏ ବି ପାଖରେ ନାହିଁ ବୋଲି ଝରଣା କହିଛନ୍ତି। ଶଯ୍ୟାଶାୟୀ ୨ ଜଣଙ୍କୁ ଟେକା ଉଠା କରିବାକୁ ଦେହରେ ଆଉ ବଳ ବି ନାହିଁ। କେବଳ ଝିଅକୁ ବିକଳାଙ୍ଗ ଭତ୍ତା ୭ଶହ ଟଙ୍କା ହିଁ ଆମ ଭରସା ବୋଲି ଝରଣା କହିଛନ୍ତି। ଝରଣା ଦୁଃଖର ସଂସାରକୁ ଆଗକୁ କିଭଳି ନେବେ, କେମିତି ଦିନକୁ ଦି’ଓଳି ଖାଇବେ ଓ ସଂସାର ଚଳିବ ସେହି ଚିନ୍ତା ଏବେ ଘାରିଛି। ପାଖରେ ବି ତାଙ୍କ ଲୋକବଳ ନାହାନ୍ତି। ଏପରିସ୍ଥଳେ ପରିବାରକୁ ବଞ୍ଚାଇ ଦିଅ ବୋଲି ସରକାରଙ୍କୁ ଝରଣା ଆକୁଳ ନିବେଦନ କରିଛନ୍ତି। ଏତଦ୍‌ ବ୍ୟତୀତ ସ୍ବେଚ୍ଛାସେବୀ ଓ ବଦାନ୍ୟ ବ୍ୟକ୍ତି ଯଦି ସାହାଯ୍ୟ କରନ୍ତେ ତେବେ ସ୍ବାମୀଙ୍କ ଚିକିତ୍ସା ସହ ଝିଅର ମୁହଁରେ ଦାନା ଗଣ୍ଡେ ଦେଇପାରନ୍ତେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri