ଜନ୍ମରୁ ଝିଅକୁ ପୋଲିଓ, ସ୍ବାମୀଙ୍କୁ ପକ୍ଷାଘାତ

ରାଜକନିକା,୧୭ା୪ (ଡି.ଏନ୍‌.ଏ.): ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ ନାହିଁ କି ଚାଷ କରି ଚଳିବାକୁ ଜମି ଗୁଣ୍ଠେ ନାହିଁ। ସେପଟେ ସ୍ବାମୀ ମୂଲପାତି ଲାଗି ଆମକୁ ଦି’ଓଳି ଦି’ମୁଠା ଖାଇବାକୁ ଦେବାକୁ ସାମର୍ଥ୍ୟ ବି ନାହିଁ। ସଂସାର ମଧ୍ୟରେ ସତେଯେମିତି ଭଗବାନ ଆମ ପାଇଁ ନିଷ୍ଠୁର ପାଲଟି ଯାଇଛନ୍ତି। ଏଭଳି ଦେଖିବାକୁ ମିଳିଛି ରାଜକନିକା ବ୍ଲକ କାଟଣା ବଣିଆଁ ପଞ୍ଚାୟତ ପତରପୁର ନିକଟ ପଦମପୁର ଗାଁରେ। ତ୍ରିଲୋଚନ ସାହୁ (୫୫)ଙ୍କ ନିଜର ଘରଡିହ କି ଜମିବାଡ଼ି କିଛି ନାହିଁ। ବିଦେଶରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ହଠାତ ତାଙ୍କ ସ୍ତ୍ରୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ସଂସାରକୁ ଆଗକୁ ନେବାକୁ ଝରଣାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ମୂଲ ଲାଗି ତ୍ରିଲୋଚନଙ୍କ ସଂସାର ଚାଲି ଥିଲା। ଏଥି ମଧ୍ୟରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ହେଲେ ଜନ୍ମରୁ ଝିଅ ପୋଲିଓ ଆକ୍ରାନ୍ତ ଥିବାରୁ ହାତ ଗୋଡ଼ ଅଚଳ। ଏଭଳି ପରିସ୍ଥିତିରେ ଦିବ୍ୟାଙ୍ଗ ଝିଅକୁ ଧରି କାଟଣା ବଜାରର ଏକ ଭଡ଼ା ଘରେ ରହି ଆସୁଥିଲେ। ହେଲେ ଦଇବ ଦାଉ ସାଧିଲା, ତ୍ରିଲୋଚନ ସପ୍ତାହ ତଳେ ପକ୍ଷାଘାତ ରୋଗରେ ଶିକାର ହୋଇ ଶଯ୍ୟାଶାୟୀ ହୋଇଗଲେ। ଝିଅର ଦୁଃଖଠାରୁ ବଳିଗଲା ସ୍ବାମୀଙ୍କ ଦୁଃଖ। ଘରେ ଖାଇବାକୁ କିଛି ନାହିଁ କି ଡାକ୍ତରଖାନା ନେବାକୁ ପଇସାଟିଏ ବି ପାଖରେ ନାହିଁ ବୋଲି ଝରଣା କହିଛନ୍ତି। ଶଯ୍ୟାଶାୟୀ ୨ ଜଣଙ୍କୁ ଟେକା ଉଠା କରିବାକୁ ଦେହରେ ଆଉ ବଳ ବି ନାହିଁ। କେବଳ ଝିଅକୁ ବିକଳାଙ୍ଗ ଭତ୍ତା ୭ଶହ ଟଙ୍କା ହିଁ ଆମ ଭରସା ବୋଲି ଝରଣା କହିଛନ୍ତି। ଝରଣା ଦୁଃଖର ସଂସାରକୁ ଆଗକୁ କିଭଳି ନେବେ, କେମିତି ଦିନକୁ ଦି’ଓଳି ଖାଇବେ ଓ ସଂସାର ଚଳିବ ସେହି ଚିନ୍ତା ଏବେ ଘାରିଛି। ପାଖରେ ବି ତାଙ୍କ ଲୋକବଳ ନାହାନ୍ତି। ଏପରିସ୍ଥଳେ ପରିବାରକୁ ବଞ୍ଚାଇ ଦିଅ ବୋଲି ସରକାରଙ୍କୁ ଝରଣା ଆକୁଳ ନିବେଦନ କରିଛନ୍ତି। ଏତଦ୍‌ ବ୍ୟତୀତ ସ୍ବେଚ୍ଛାସେବୀ ଓ ବଦାନ୍ୟ ବ୍ୟକ୍ତି ଯଦି ସାହାଯ୍ୟ କରନ୍ତେ ତେବେ ସ୍ବାମୀଙ୍କ ଚିକିତ୍ସା ସହ ଝିଅର ମୁହଁରେ ଦାନା ଗଣ୍ଡେ ଦେଇପାରନ୍ତେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri