ପୋଲିସ, ଟ୍ରକ୍‌ ମାଲିକ ହାତାହାତି

ପାରାଦୀପ,୫।୩(ସ୍ବ.ପ୍ର.):ପାରାଦୀପ ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥ ଲକ୍‌ ଥାନା ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଓ ଟ୍ରକ ମାଲିକଙ୍କ ମଧ୍ୟରେ ହାତାହାତି ହୋଇଛି। ଲୁହାପଥର ବୋଝେଇ ଟ୍ରକ ପାସ କରାଇବା ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏନେଇ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରତିବାଦ କରାଯାଇ ଧାରଣା ଦିଆଯାଇଛି। ଅପରପକ୍ଷେ ପୋଲିସ ସହ ଗଣ୍ଡଗୋଳ ଘଟଣାରେ ୨ ଟ୍ରକ୍‌ ମାଲିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ପାରାଦୀପ ଟ୍ରକ ମାଲିକସଂଘର ଉପସଭାପତି ପ୍ରଦୀପ୍ତ ଗାହାଣ ଓ ପ୍ରମୋଦ ପ୍ରତିହାରୀ। ଏନେଇ ଥାନାରେ ମାମଲା (ନଂ. ୧୦୭/୨୩) ରୁଜୁ ହୋଇଛି।
ପ୍ରକାଶ ଯେ, ଶୁକ୍ରବାର ରାତିରେ ଲକ୍‌ଥାନା ଅନ୍ତର୍ଗତ ରାଜପଥର ବିଶ୍ୱାଳୀ ପାଖରେ ପୋଲିସ କିଛି ଲୁହାପଥର ବୋଝେଇ ଟ୍ରକକୁ ଧାଡ଼ି ଭାଙ୍ଗି ପାସ୍‌ କରାଉଥିଲେ। ବେଆଇନ ଭାବେ ଏହି କାର୍ଯ୍ୟ କରାଯାଉଥିବା ଅଭିଯୋଗ କରି ପ୍ରଦୀପ୍ତ ଓ ପ୍ରମୋଦ ସେଠାରେ ପହଞ୍ଚତ୍ ଏହାକୁ ବିରୋଧ କରିଥିଲେ। ଏନେଇ ଉଭୟେ ପିସିଆର୍‌ ଭ୍ୟାନରେ ଥିବା ଏଏସ୍‌ଆଇ ଆଲୋକ ମହାନ୍ତିଙ୍କ ସହ ଯୁକ୍ତିତର୍କ କରିଥିଲେ। କଥା ବଢ଼ି ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏହାପରେ ପୋଲିସ ସେମାନଙ୍କୁ ନେଇ ଥାନାରେ ଅଟକ ରଖିଥିଲା। ଏହି ଖବର ଜଣାପଡ଼ିବା ପରେ ଶନିବାର ସକାଳୁ ସଂଘର ଅନ୍ୟ ସଦସ୍ୟମାନେ ଥାନାରେ ପହଞ୍ଚତ୍ ଭିଡ କରିଥିଲେ। ଟ୍ରକ ମାଲିକମାନେ ସେଠାରେ ପହଞ୍ଚତ୍ ଉଭୟଙ୍କୁ ଛାଡିବା ପାଇଁ ଚାପ ପକାଇଥିଲେ। କିନ୍ତୁ ପୋଲିସର କଠୋର ମନୋଭାବ ଦେଖି ଥାନାର ମୁଖ୍ୟ ପ୍ରବେଶ ପଥରେ ପାଲ ପକାଇ ସେମାନେ ଧାରଣା ଦେଇଥିଲେ। ମଧ୍ୟାହ୍ନ ୧୨ଟା ବେଳେ ମାଲିକସଂଘର କର୍ମକର୍ତ୍ତା ଓ ପୋଲିସ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଗିରଫ ଟଳି ନ ଥିଲା। ଶେଷରେ ପୋଲିସ ଧାରଣାକାରୀଙ୍କୁ ହଟାଇ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏହାର ପ୍ରତିବାଦରେ ଧାରଣାକାରୀମାନେ ଥାନା ଆଗରୁ ପାଲ ଉଠେଇ ରାଜପଥ ଉପରେ ପକାଇ ଅବରୋଧ କରିଥିଲେ। ଏଥିଯୋଗୁ ଶତାଧିକ ଗାଡ଼ି ସେଠାରେ ଅଟକି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଅପରାହ୍ନ ୨ ଟାରେ ପୋଲିସ ସହ ପୁନର୍ବାର ଆଲୋଚନା ହେବା ପରେ ଧାରଣା ପତ୍ୟାହୃତ ହୋଇଛି।
ଏ ସମ୍ପର୍କରେ ମାଲିକ ସଂଘର ସଭାପତି ସୁମନ୍ତ କୁମାର ବିଶ୍ୱାଳ କୁହନ୍ତି, ପୋଲିସ ପ୍ରତିଦିନ ରାତିରେ ପ୍ରାୟ ୨୦୦ ରୁ ୩୦୦ ଟ୍ରକକୁ ବେଆଇନ୍‌ ଭାବେ ପାସ କରାଇ ୨ରୁ ୩ ଲକ୍ଷ ଟଙ୍କା ଆଦାୟ କରୁଛି। ଗାଡ଼ିମାଲିକ ମାନେ ଏହାକୁ ବିରୋଧ କରିବାରୁ ଉଚ୍ଚବାଚ ହୋଇଥିଲା। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଟ୍ରକ୍‌ ମାଲିକ ସଂଘର ସଦସ୍ୟଙ୍କୁ ଗିରଫ କରିଛି । କିନ୍ତ ସଂଘ ପକ୍ଷରୁ ଦିଆଯାଇଥିବା ଏତଲାକୁ ପୋଲିସ ଗ୍ରହଣ କରୁନାହିଁ।
ଏହି ଘଟଣାକୁ ନେଇ ସବୁ ସଂଘ ପକ୍ଷରୁ ମିଳିତ ବୈଠକ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଥାନା ଅଧିକାରୀ ଭାବଗ୍ରାହୀ ରାଉତ ଟ୍ରକ୍‌ ପାସ କରାଇବା ଅଭିଯୋଗକୁ ଖଣ୍ଡନ କରିବା ସହ ମିଥ୍ୟା ଆରୋପ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri