ପୋଲିସ, ଟ୍ରକ୍‌ ମାଲିକ ହାତାହାତି

ପାରାଦୀପ,୫।୩(ସ୍ବ.ପ୍ର.):ପାରାଦୀପ ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥ ଲକ୍‌ ଥାନା ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଓ ଟ୍ରକ ମାଲିକଙ୍କ ମଧ୍ୟରେ ହାତାହାତି ହୋଇଛି। ଲୁହାପଥର ବୋଝେଇ ଟ୍ରକ ପାସ କରାଇବା ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏନେଇ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରତିବାଦ କରାଯାଇ ଧାରଣା ଦିଆଯାଇଛି। ଅପରପକ୍ଷେ ପୋଲିସ ସହ ଗଣ୍ଡଗୋଳ ଘଟଣାରେ ୨ ଟ୍ରକ୍‌ ମାଲିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ପାରାଦୀପ ଟ୍ରକ ମାଲିକସଂଘର ଉପସଭାପତି ପ୍ରଦୀପ୍ତ ଗାହାଣ ଓ ପ୍ରମୋଦ ପ୍ରତିହାରୀ। ଏନେଇ ଥାନାରେ ମାମଲା (ନଂ. ୧୦୭/୨୩) ରୁଜୁ ହୋଇଛି।
ପ୍ରକାଶ ଯେ, ଶୁକ୍ରବାର ରାତିରେ ଲକ୍‌ଥାନା ଅନ୍ତର୍ଗତ ରାଜପଥର ବିଶ୍ୱାଳୀ ପାଖରେ ପୋଲିସ କିଛି ଲୁହାପଥର ବୋଝେଇ ଟ୍ରକକୁ ଧାଡ଼ି ଭାଙ୍ଗି ପାସ୍‌ କରାଉଥିଲେ। ବେଆଇନ ଭାବେ ଏହି କାର୍ଯ୍ୟ କରାଯାଉଥିବା ଅଭିଯୋଗ କରି ପ୍ରଦୀପ୍ତ ଓ ପ୍ରମୋଦ ସେଠାରେ ପହଞ୍ଚତ୍ ଏହାକୁ ବିରୋଧ କରିଥିଲେ। ଏନେଇ ଉଭୟେ ପିସିଆର୍‌ ଭ୍ୟାନରେ ଥିବା ଏଏସ୍‌ଆଇ ଆଲୋକ ମହାନ୍ତିଙ୍କ ସହ ଯୁକ୍ତିତର୍କ କରିଥିଲେ। କଥା ବଢ଼ି ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏହାପରେ ପୋଲିସ ସେମାନଙ୍କୁ ନେଇ ଥାନାରେ ଅଟକ ରଖିଥିଲା। ଏହି ଖବର ଜଣାପଡ଼ିବା ପରେ ଶନିବାର ସକାଳୁ ସଂଘର ଅନ୍ୟ ସଦସ୍ୟମାନେ ଥାନାରେ ପହଞ୍ଚତ୍ ଭିଡ କରିଥିଲେ। ଟ୍ରକ ମାଲିକମାନେ ସେଠାରେ ପହଞ୍ଚତ୍ ଉଭୟଙ୍କୁ ଛାଡିବା ପାଇଁ ଚାପ ପକାଇଥିଲେ। କିନ୍ତୁ ପୋଲିସର କଠୋର ମନୋଭାବ ଦେଖି ଥାନାର ମୁଖ୍ୟ ପ୍ରବେଶ ପଥରେ ପାଲ ପକାଇ ସେମାନେ ଧାରଣା ଦେଇଥିଲେ। ମଧ୍ୟାହ୍ନ ୧୨ଟା ବେଳେ ମାଲିକସଂଘର କର୍ମକର୍ତ୍ତା ଓ ପୋଲିସ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଗିରଫ ଟଳି ନ ଥିଲା। ଶେଷରେ ପୋଲିସ ଧାରଣାକାରୀଙ୍କୁ ହଟାଇ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏହାର ପ୍ରତିବାଦରେ ଧାରଣାକାରୀମାନେ ଥାନା ଆଗରୁ ପାଲ ଉଠେଇ ରାଜପଥ ଉପରେ ପକାଇ ଅବରୋଧ କରିଥିଲେ। ଏଥିଯୋଗୁ ଶତାଧିକ ଗାଡ଼ି ସେଠାରେ ଅଟକି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଅପରାହ୍ନ ୨ ଟାରେ ପୋଲିସ ସହ ପୁନର୍ବାର ଆଲୋଚନା ହେବା ପରେ ଧାରଣା ପତ୍ୟାହୃତ ହୋଇଛି।
ଏ ସମ୍ପର୍କରେ ମାଲିକ ସଂଘର ସଭାପତି ସୁମନ୍ତ କୁମାର ବିଶ୍ୱାଳ କୁହନ୍ତି, ପୋଲିସ ପ୍ରତିଦିନ ରାତିରେ ପ୍ରାୟ ୨୦୦ ରୁ ୩୦୦ ଟ୍ରକକୁ ବେଆଇନ୍‌ ଭାବେ ପାସ କରାଇ ୨ରୁ ୩ ଲକ୍ଷ ଟଙ୍କା ଆଦାୟ କରୁଛି। ଗାଡ଼ିମାଲିକ ମାନେ ଏହାକୁ ବିରୋଧ କରିବାରୁ ଉଚ୍ଚବାଚ ହୋଇଥିଲା। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଟ୍ରକ୍‌ ମାଲିକ ସଂଘର ସଦସ୍ୟଙ୍କୁ ଗିରଫ କରିଛି । କିନ୍ତ ସଂଘ ପକ୍ଷରୁ ଦିଆଯାଇଥିବା ଏତଲାକୁ ପୋଲିସ ଗ୍ରହଣ କରୁନାହିଁ।
ଏହି ଘଟଣାକୁ ନେଇ ସବୁ ସଂଘ ପକ୍ଷରୁ ମିଳିତ ବୈଠକ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଥାନା ଅଧିକାରୀ ଭାବଗ୍ରାହୀ ରାଉତ ଟ୍ରକ୍‌ ପାସ କରାଇବା ଅଭିଯୋଗକୁ ଖଣ୍ଡନ କରିବା ସହ ମିଥ୍ୟା ଆରୋପ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri