ଉଦ୍‌ଘାଟନ ହୋଇପାରୁନି ସିଆର୍‌ଆର୍‌ଆଇ ଥାନା

କଟକ ଅଫିସ,୧୨ା୮: କଟକ ବିଦ୍ୟାଧରପୁର ନିକଟ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆର୍‌ଆର୍‌ଆଇ) ଥାନାର ନୂତନ କୋଠା ପ୍ରାୟ ୮ ମାସ ହେବ ନିର୍ମାଣ ସରିଛି। ଉକ୍ତ କୋଠାରେ ଥାନାର ବୋର୍ଡ ଲଗାଯାଇଛି। ହେଲେ ଏବେବି ସେଠାରେ ଫାଣ୍ଡି କାର୍ଯ୍ୟ ଚାଲିଛି। ଫାଣ୍ଡିରୁ ଥାନାକୁ ଉନ୍ନୀତ ହେବାର ସ୍ବପ୍ନ ଏଯାବତ୍‌ ପୂରଣ ହୋଇପାରିଲା ନାହିଁ। ଯାହାକୁ ନେଇ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଦିନକୁ ଦିନ କଟକ ସହରରେ ଚୋରି, ଡକାୟତି, ରାହାଜାନି ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏହା ଉପରେ ରୋକ୍‌ ଲଗାଇବା ପାଇଁ ଅଧିକ ଥାନା ସ୍ଥାପନର ଆବଶ୍ୟକତା ରହିଛି। ଏହି ଲକ୍ଷ୍ୟରେ ଚାଉଳିଆଗଞ୍ଜ ଥାନା ଅଧୀନ ସିଆର୍‌ଆର୍‌ଆଇ ପରିସରରେ କାର୍ଯ୍ୟ କରୁଥିବା ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ୨୦୧୮ରେ ନିଷ୍ପତ୍ତି ହୋଇଥିଲା। ଚାଉଳିଆଗଞ୍ଜ ଥାନା ଅଞ୍ଚଳ ବ୍ୟାପକ ହୋଇଥିବାରୁ ଅପରାଧ ନିୟନ୍ତ୍ରଣ ପାଇଁ ଏହା ଉପରେ ବହୁ ଚାପ ରହୁଥିଲା। ପୁଣି ବିଦ୍ୟାଧରପୁର ଅଞ୍ଚଳର ମାମଲାଗୁଡିକ ଏଠାକୁ ଫାଣ୍ଡି ଜରିଆରେ ଆସୁଥିଲା। ଫଳରେ ଲୋକମାନଙ୍କୁ ଉଚିତ୍‌ ନ୍ୟାୟ ଦେବା ପାଇଁ ପୋଲିସ ପକ୍ଷରେ କଷ୍ଟକର ହୋଇପଡୁଥିଲା। ଅପରପକ୍ଷେ ଆପରାଧିକ ମାମଲାରେ ବିଦ୍ୟାଧରପୁର ଅଞ୍ଚଳରୁ ଲୋକମାନେ ଚାଉଳିଆଗଞ୍ଜ ଥାନାକୁ ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ତ୍ୱରିତ୍ୱ ନ୍ୟାୟ ପାଇବା ଓ ଅପରାଧ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଲୋକମାନେ ବିଦ୍ୟାଧରପୁରରେ ଏକ ଥାନା ପ୍ରତିଷ୍ଠା ନିମନ୍ତେ ଦାବି କରିଆସୁଥିଲେ। ଶେଷରେ ଲୋକଙ୍କ ଦାବିକୁ ପ୍ରାଧାନ୍ୟ ଦେଇ ବିଭାଗ ପକ୍ଷରୁ ସିଆର୍‌ଆର୍‌ଆଇ ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ସିଆର୍‌ଆର୍‌ଆଇ) ବାହାରେ ଥାନାର ନିଜସ୍ବ କୋଠା ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦିଆଯାଇଥିଲା। ଇତିମଧ୍ୟରେ ୮ ମାସ ହେବ କୋଠା ନିର୍ମାଣ ସରିଥିଲେ ମଧ୍ୟ ଏଠାରେ ଥାନା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଅଦ୍ୟାବଧି ଚାଉଳିଆଗଞ୍ଜ ଥାନା ଅଧୀନରେ ଥିବା ଉକ୍ତ ଫାଣ୍ଡି ନୂତନ କୋଠାରେ ଚାଲିଛି। ତୁରନ୍ତ ଏଠାରେ ଥାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, କୋଠା ନିର୍ମାଣ ସହ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଖୁବ୍‌ଶୀଘ୍ର ଥାନା ଉଦ୍‌ଘାଟନ ହେବ। ଉକ୍ତ ଥାନାରେ ଜଣେ ଇନ୍ସପେକ୍ଟର, ୨ ଜଣ ସବ୍‌ଇନ୍ସପେକ୍ଟେର, ୪ ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri