ଅଧଘଣ୍ଟାରେ ଚୋରି ହୋଇଥିବା ଶିଶୁଙ୍କୁ ଉଦ୍ଧାର କଲା ପୋଲିସ

ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରୁ ବୁଧବାର ସନ୍ଧ୍ୟାରେ ନବଜାତ ଶିଶୁକୁ ଚୋରି କରିନେବା ଘଟଣାରେ ପୋଲିସ ୨ ମହିଳାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଶିଶୁକୁ ଉଦ୍ଧାର କରାଯାଇଛି। ଗିରଫ ମହିଳା ଦ୍ୱୟ ହେଲେ ବାଲେଶ୍ୱର ଜିଲା ଶୋଭାରାମପୁର ଅଞ୍ଚଳର ସୀମା ସିଂ ଓ ଚାନ୍ଦୁଆ ଥାନା ନାଗଶୋଳ ଅଞ୍ଚଳର ମୀନାକ୍ଷୀ ବେହେରା। ପୋଲିସ ଏକ ମାମଲା (ନଂ.୧୬୨/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଝାରପୋଖରିଆ ଥାନା ଅଧୀନ ବାଲିଡ଼ିହି ଗ୍ରାମର ରାଇମଣି ଟୁଡୁ ୪ ଦିନ ତଳେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ବୁଧବାର ସନ୍ଧ୍ୟାରେ ୨ ମହିଳା ଶିଶୁ ବିଭାଗ ୱାର୍ଡରେ ପହଞ୍ଚି ଉକ୍ତ ଶିଶୁକୁ କୋଳେଇବା ବାହାନାରେ ଚତୁରତାର ସହ ଚୋରି କରି ନେଇଥିଲେ। ଏନେଇ ପରିବାର ଲୋକେ ଶିଶୁକୁ ଖୋଜାଖୋଜି କରିଥିଲେ। ହେଲେ ପାଇ ନ ଥିଲେ। ଏନେଇ ରାଇମଣିଙ୍କ ସ୍ବାମୀ ଡାକ୍ତରଖାନା ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଚଢ଼ାଉ କରି ଅଧଘଣ୍ଟା ମଧ୍ୟରେ ଷ୍ଟେଶନ ବଜାର ନିକଟ ବାଗଡ଼ିହା ଅଞ୍ଚଳରୁ ଶିଶୁଙ୍କୁ ଉଦ୍ଧାର କରିବା ସହ ୨ ମହିଳାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ରଥ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ,୧୯ା୪- ଦ୍ୱିତୀୟ ଶ୍ରୀକ୍ଷେତ୍ର ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀଶ୍ରୀ ହରି ବଳଦେବଜୀଉ ଜଗନ୍ନାଥ ମହାପ୍ରଭୁଙ୍କ ଚଳିତ ବର୍ଷର ରଥ ଯାତ୍ରା ଲାଗି ପ୍ରଶାସନିକ ତତ୍ପରତା...

ମାଙ୍ଗାନିଜ ଚୋରି ଓ ସୁରକ୍ଷାକର୍ମୀଙ୍କ ମୋବାଇଲ ଲୁଟ୍‌ ଘଟଣା: ଧରାପଡିଲେ ୪ ଅଭିଯୁକ୍ତ

ବଡବିଲ,୨୨ା୪(ସ୍ବ.ପ୍ର.):- କେନ୍ଦୁଝର ଜିଲା ଯୋଡା ଖଣି ସର୍କଲର ବଲାଣୀ ଥାନା ଅର୍ଜୁନଲୋଧା ମାଇନ୍ସରୁ ମାଙ୍ଗାନିଜ ଚୋରି ଓ ମୋବାଇଲ ଲୁଟ୍‌ ଘଟଣାରେ ସଂପୃକ୍ତ ୪ ଜଣ...

ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ସହ ପୀଡ଼ିତାଙ୍କୁ ସୁରକ୍ଷା ନିର୍ଦ୍ଦେଶ

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାକତ୍ାର ଘଟଣାକୁ ନେଇ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟ ମାନବିକ...

କଳାପଲ୍‌ସର ଆତଙ୍କ: ୫ଲକ୍ଷ ଟଙ୍କା ଲୁଟି ନେଇ ଦୁର୍ବୃତ୍ତ ଫେରାର

ପାଟଣା,୨୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ମଙ୍ଗଳବାର ଲୁଟ୍‌ ହୋଇଛି। କଳାପଲ୍‌ସରରେ ୨ ଦୁର୍ବୃତ୍ତ ଆସି ଜଣେ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୭।୬- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ପୋଲସରା ଥାନା ସୋଡ଼କ ଗ୍ରାମପଞ୍ଚାୟତ ମଦରଙ୍ଗାପଲ୍ଲୀ ଗ୍ରାମର ଗନ୍ଧର୍ବ...

ଚୁଲି ଜାଳି ପ୍ରତିବାଦ କଲେ ମହିଳା

ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ବ୍ଲକ ମହିଳା,ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ପ୍ରତିବାଦ ସଭା କରାଯାଇଛି । ନିଶ୍ଚିନ୍ତକୋଇଲି ବଉଳ...

ଗର୍ଭବତୀ ସ୍ତ୍ରୀଙ୍କୁ ହାଣିଦେଲେ କୁରାଢ଼ିରେ

ବାରିପଦା ଅଫିସ,୨୦ା୧୧-ମୟୂରଭଞ୍ଜ ଜିଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଜଗନ୍ନାଥପୁର ଗ୍ରାମରେ ଜଣେ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି।...

୩ ଘଣ୍ଟିଆ ଚକାଜାମ୍‌

ସମ୍ବଲପୁର,୧୩ା୨(ବ୍ୟୁରୋ): ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର ସମ୍ବଲପୁର ଜିଲା ଭାଜପା ପକ୍ଷରୁ ୩ ଘଣ୍ଟିଆ ଚକା ଜାମ୍‌ କରାଯାଇଥିଲା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ...

Advertisement
Archives

Model This Week