Posted inଜାତୀୟ

ଦୁର୍ନୀତି ଯୋଗୁ ପୋଲିସ ଛବି ଖରାପ

ନୂଆଦିଲ୍ଲୀ,୨ା୪: ଦୁର୍ନୀତି, ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ନିରପେକ୍ଷତାର ଅଭାବ ଓ ରାଜନେତାଙ୍କ ସହ ଘନିଷ୍ଠ ସମ୍ପର୍କ ଯୋଗୁ ପୋଲିସର ଛବି ଖରାପ ହୋଇଯାଇଛି। ତେଣୁ ଅସୁବିଧାରେ ପଡ଼ିଥିବା ଲୋକେ ଜରୁରୀ ସମୟରେ ପୋଲିସ ନିକଟକୁ ଯିବା ପାଇଁ କୁଣ୍ଠାବୋଧ କରୁଛନ୍ତି ବୋଲି ଶୁକ୍ରବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ସେହିପରି ସିବିଆଇ ଉପରେ ମଧ୍ୟ ସିଜେଆଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିବିଆଇର କାର୍ଯ୍ୟାନୁଷ୍ଠାନ ଓ ନିଷ୍କ୍ରିୟତା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସିବିଆଇ ଭଳି ଏଜେନ୍ସିଗୁଡ଼ିକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ ଏକ ସ୍ବୟଂଶାସିତ ସଂସ୍ଥା ଗଠନ ଆବଶ୍ୟକ ବୋଲି ଜଷ୍ଟିସ୍‌ ରମନା ମତ ରଖିଛନ୍ତି।
ରୋଲ୍‌ ଆଣ୍ଡ୍‌ ରେସ୍‌ପନ୍ସିବିଲିଟିଜ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଏଜେନ୍ସିଜ୍‌’ ଶୀର୍ଷକ ଊନବିଂଶ ଡି.ପି. କୋହଲି ବକ୍ତୃତାମାଳାକୁ ସମ୍ବୋଧନ କରି ଜଷ୍ଟିସ୍‌ ରମନା କହିଛନ୍ତି, ଶାସନ ବଦଳିବା ପରେ ପୋଲିସ ଅଧିକାରୀମାନଙ୍କୁ ହଇରାଣ କରାଯାଉଥିବା ନେଇ ଅନେକ ସମୟରେ ସେମାନେ ଆମକୁ ଗୁହାରି କରିଥାଆନ୍ତି। ସେମାନେ ବୁଝିବା ଦରକାର ଯେ, ରାଜନୈତିକ କାର୍ଯ୍ୟନିର୍ବାହୀମାନେ ସମୟକ୍ରମେ ବଦଳିବେ। କିନ୍ତୁ ପୋଲିସ ଅଧିକାରୀମାନେ ସ୍ଥାୟୀ ଭାବେ ରହିଥିବେ। ୫୦ରୁ ଊର୍ଦ୍ଧ୍ୱ ବର୍ଷ ହେଲା ପୋଲିସ ସଂସ୍କାର ସରକାରଙ୍କ କାର୍ଯ୍ୟସୂଚୀରେ ରହିଆସିଛି। କିନ୍ତୁ ଅଦ୍ୟାବଧି ଏଦିଗରେ କିଛି ଅଗ୍ରଗତି ହୋଇନାହିଁ। ସ୍ବାଧୀନତା ପରବର୍ତ୍ତୀ ସମୟରେ ସମାଜରେ ନାଟକୀୟ ପରିବର୍ତ୍ତନ ଆସିଛି। ପୋଲିସ ବ୍ୟବସ୍ଥାରେ ସଂସ୍କାର ସାମ୍ପ୍ରତିକ ଦୃଶ୍ୟପଟ ଅନୁଯାୟୀ କରାଯିବା ଜରୁରୀ। ଗଣତାନ୍ତ୍ରିକ ପୋଲିସ ବ୍ୟବସ୍ଥା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ। ପୋଲିସ ବାହିନୀର ଭିତ୍ତିଭୂମିରେ ବଡ଼ ପରିବର୍ତ୍ତନ ଲୋଡ଼ା ହେଉଥିବା ବିଷୟ ସରକାରୀ ରିପୋର୍ଟଗୁଡ଼ିକରେ ସ୍ବୀକାର କରାଯାଇଛି। କିନ୍ତୁ ଆମ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏକ ସାଧାରଣ ଆଇନ ଦ୍ୱାରା ପରିଚାଳିତ ହେଉନାହାନ୍ତି। ଅନୁଷ୍ଠାନ ହିସାବରେ ଆମକୁ ସାମାଜିକ ବୈଧତା ହାସଲ କରିବାକୁ ପଡ଼ିବ। ପୋଲିସ ଅପରାଧ ନିରାକରଣ ସହ ଆଇନଶୃଙ୍ଖଳା ବଜାୟ ରଖିବା ଉପରେ କାର୍ଯ୍ୟ କରୁ ବୋଲି ସିଜେଆଇ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri