ରାସ୍ତାରୋକୋ ସ୍ଥଳରୁ ୪ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ

ମାଥିଲି,୧୪ା୧୧ (ଡି.ଏନ.ଏ.): କୋରାପୁଟ ଜିଲା ମାଳିପଦର ଜଙ୍ଗଲରେ ଗତ ୧୦ ତାରିଖରେ ହୋଇଥିବା ଏନକାଉଣ୍ଟରରେ ମାଲକାନଗିରି ଜିଲାର ମୃତ ଧନ କମାରଙ୍କ ପରିବାର ଲୋକେ ଓ ସର୍ଗିଗୁଡା ଗ୍ରାମବାସୀ ନ୍ୟାୟ ପାଇଁ ରବିବାରଠାରୁ ମାଲକାନଗିରି-ଜୟପୁରକୁ ସଂଯୋଗ କରୁଥିବା ୩୨୬ ନଂ. ଜାତୀୟ ରାଜପଥର କତାମେଟା ଗ୍ରାମ ନିକଟରେ ରାସ୍ତା ଅବରୋଧ କରିଥିଲେ। ସାମାଜିକ କର୍ମୀ ଶରତ ବୁରଦା ମଧ୍ୟ ଆନ୍ଦୋଳନକାରୀଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଯେତେ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଆନ୍ଦୋଳନରୁ ହଟି ନ ଥିଲେ। ରାତିରେ ମଧ୍ୟ ଗ୍ରାମବାସୀ ଧାରଣା ଜାରି ରଖିଥିଲେ। ଭୋର ୪ଟାରେ ମାଲକାନଗିରି ପୋଲିସ ସାମାଜିକ କର୍ମୀ ବୁରୁଦା, ଧନ ଧରମା, ସନ୍ତୋଷ କାଲାକୁରା ଓ ବନମାଳି କାଲାକୁରାଙ୍କୁ ଉଠାଇ ନେଇଥିଲା। ସୋମବାର ସେମାନଙ୍କୁ କୋର୍ଟଚାଲାଣ କରିଛି। ସେମାନଙ୍କ ବିରୋଧରେ ପୋଲିସ ଦଫା ୩୪୧, ୧୪୭, ୭୪୬, ୨୯୪, ୩୫୩, ୫୦୬, ୧୪୯ ଲଗାଇଥିବା ଜଣାପଡ଼ିଛି।
ଧନଙ୍କ ସମ୍ପର୍କୀୟ, ଗ୍ରାମବାସୀ ଏବଂ ଶରତ ବୁରୁଦାଙ୍କୁ ମାଲକାନଗିରି ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି। ଗତକାଲି ମାଲକାନଗିରି ପୋଲିସ ସର୍ଗିଗୁଡା ଗ୍ରାମରେ ପହଞ୍ଚତ୍ ପରିବାର ତଥା ଗ୍ରାମବାସୀଙ୍କୁ ମୃତଦେହ ଆଣିବା ପାଇଁ ବୁଝାଇଥିଲା। ମାତ୍ର ଧନ ମାଓବାଦୀ ନୁହନ୍ତି, ଜଣେ ଶ୍ରମିକ। ତାଙ୍କୁ ନ୍ୟାୟ ଦେବାକୁ ଗ୍ରାମବାସୀ ଦାବି କରିଥିଲେ। ଅନ୍ୟପକ୍ଷରେ ସୋମବାର ଧନଙ୍କ ମୃତଦେହ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ନିଜ ଗ୍ରାମ ସର୍ଗିଗୁଡ଼ାରେ ପହଞ୍ଚତ୍ଛି। ମୃତଦେହ ପହଞ୍ଚତ୍ବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ମରଶରୀରକୁ ଶ୍ମଶାନକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଧନଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଧନଙ୍କ ୧୦ ବର୍ଷର ପୁଅ ରହିଛି। ମୋ ବାପା ମାଓବାଦୀ ନୁହନ୍ତି, ପୋଲିସ ତାଙ୍କୁ ଗୁଳି କରି ମାରି ଦେଇ ମାଓବାଦୀ ଆଖ୍ୟା ଦେଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri