ରାସ୍ତାରୋକୋ ସ୍ଥଳରୁ ୪ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ

ମାଥିଲି,୧୪ା୧୧ (ଡି.ଏନ.ଏ.): କୋରାପୁଟ ଜିଲା ମାଳିପଦର ଜଙ୍ଗଲରେ ଗତ ୧୦ ତାରିଖରେ ହୋଇଥିବା ଏନକାଉଣ୍ଟରରେ ମାଲକାନଗିରି ଜିଲାର ମୃତ ଧନ କମାରଙ୍କ ପରିବାର ଲୋକେ ଓ ସର୍ଗିଗୁଡା ଗ୍ରାମବାସୀ ନ୍ୟାୟ ପାଇଁ ରବିବାରଠାରୁ ମାଲକାନଗିରି-ଜୟପୁରକୁ ସଂଯୋଗ କରୁଥିବା ୩୨୬ ନଂ. ଜାତୀୟ ରାଜପଥର କତାମେଟା ଗ୍ରାମ ନିକଟରେ ରାସ୍ତା ଅବରୋଧ କରିଥିଲେ। ସାମାଜିକ କର୍ମୀ ଶରତ ବୁରଦା ମଧ୍ୟ ଆନ୍ଦୋଳନକାରୀଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଯେତେ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଆନ୍ଦୋଳନରୁ ହଟି ନ ଥିଲେ। ରାତିରେ ମଧ୍ୟ ଗ୍ରାମବାସୀ ଧାରଣା ଜାରି ରଖିଥିଲେ। ଭୋର ୪ଟାରେ ମାଲକାନଗିରି ପୋଲିସ ସାମାଜିକ କର୍ମୀ ବୁରୁଦା, ଧନ ଧରମା, ସନ୍ତୋଷ କାଲାକୁରା ଓ ବନମାଳି କାଲାକୁରାଙ୍କୁ ଉଠାଇ ନେଇଥିଲା। ସୋମବାର ସେମାନଙ୍କୁ କୋର୍ଟଚାଲାଣ କରିଛି। ସେମାନଙ୍କ ବିରୋଧରେ ପୋଲିସ ଦଫା ୩୪୧, ୧୪୭, ୭୪୬, ୨୯୪, ୩୫୩, ୫୦୬, ୧୪୯ ଲଗାଇଥିବା ଜଣାପଡ଼ିଛି।
ଧନଙ୍କ ସମ୍ପର୍କୀୟ, ଗ୍ରାମବାସୀ ଏବଂ ଶରତ ବୁରୁଦାଙ୍କୁ ମାଲକାନଗିରି ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି। ଗତକାଲି ମାଲକାନଗିରି ପୋଲିସ ସର୍ଗିଗୁଡା ଗ୍ରାମରେ ପହଞ୍ଚତ୍ ପରିବାର ତଥା ଗ୍ରାମବାସୀଙ୍କୁ ମୃତଦେହ ଆଣିବା ପାଇଁ ବୁଝାଇଥିଲା। ମାତ୍ର ଧନ ମାଓବାଦୀ ନୁହନ୍ତି, ଜଣେ ଶ୍ରମିକ। ତାଙ୍କୁ ନ୍ୟାୟ ଦେବାକୁ ଗ୍ରାମବାସୀ ଦାବି କରିଥିଲେ। ଅନ୍ୟପକ୍ଷରେ ସୋମବାର ଧନଙ୍କ ମୃତଦେହ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ନିଜ ଗ୍ରାମ ସର୍ଗିଗୁଡ଼ାରେ ପହଞ୍ଚତ୍ଛି। ମୃତଦେହ ପହଞ୍ଚତ୍ବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ମରଶରୀରକୁ ଶ୍ମଶାନକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଧନଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଧନଙ୍କ ୧୦ ବର୍ଷର ପୁଅ ରହିଛି। ମୋ ବାପା ମାଓବାଦୀ ନୁହନ୍ତି, ପୋଲିସ ତାଙ୍କୁ ଗୁଳି କରି ମାରି ଦେଇ ମାଓବାଦୀ ଆଖ୍ୟା ଦେଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ମା’, କେନାଲରୁ ଝିଅ: ଏକାସାଥିରେ ମିଳିଲା ଦୁଇ ମୃତଦେହ, ରହସ୍ୟମୟ ଘଟଣାରେ ଥରହର ଅଞ୍ଚଳ

ଉଦଳା, ୨୮।୭(ସନ୍ତୋଷ କୁମାର ବାଛିନୀ): ଘରୁ ମିଳିଲା ମା ଏବଂ ଦିବ୍ୟାଙ୍ଗ ଝିଅର ମୃତଦେହ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା…

ଲଗାଣ ବର୍ଷାରେ ଗ୍ରାମବାସୀ ଜଳବନ୍ଦୀ

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡିଛି ଉଦଳା। ଏପରି କି କପ୍ତିପଦା ଉପଖଣ୍ଡ ଉଦଳା, କପ୍ତିପଦା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ମଧ୍ୟ…

କୋଟିଆରେ ଚାଲୁଥିବା SIR-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କଲେ ଉପ-ଶାସନ ସଚିବ, ଦେଲେ ଏଭଳି ନିର୍ଦ୍ଦେଶ

ପଟ୍ଟାଙ୍ଗି, ୨୮।୭(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ-ଶାସନ ସଚିବ ଜିତେନ୍ଦ୍ର କୁମାର ପାତ୍ର ଜିଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ପହଞ୍ଚିଛନ୍ତି।…

ପାଟପୁର କଲେଜରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ: ନୀତିନିୟମ ସମ୍ପର୍କରେ କରାଗଲା ସଚେତନ

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଯୁକ୍ତ ୨ ପ୍ରଥମ…

ଘରୁ ବାହାରିଲା ବୃଦ୍ଧାଙ୍କ ପଚାସଢା ମୃତଦେହ : କାନ୍ଧ ଦେଲେନି ବନ୍ଧୁପରିଜନ, ଶେଷରେ ସତ୍କାର କଲେ ଆଇଆଇସି

ପୁରୁଷୋତ୍ତମପୁର,୨୮। (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପରିବାର ଓ ବନ୍ଧୁବର୍ଗଙ୍କ ମାନବିକତା ହଜିଯାଇଛି…

ବଢୁଛି ବୈତରଣୀ: ଚାରିଆଡ଼େ ଜଳମଗ୍ନ

କେନ୍ଦୁଝର, ୨୮।୭: (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ…

ସକାଳୁ କାମରେ ଆସୁଥିଲେ ସୁଶାନ୍ତ: ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଲା କାର୍‌, ଅବସ୍ଥା ଗୁରୁତର ହେବାରୁ…

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ପୁଞ୍ଜିକଂୟା ଛକ ନିକଟ ବିଏସଏନଏଲ ଅଫିସ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ଦ୍ରୁତଗାମୀ କାର୍‌…

ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କଲା STF

ଭୁବନେଶ୍ୱର,୨୮।୭: ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି STF ଟିମ୍‌। ଟାର୍ଗେଟରେ ଥିବା ଗଞ୍ଜାମ ଜିଲାର ୩ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। STF ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri