ଦୀର୍ଘବର୍ଷ ପରେ ଖୋଲିଲା ବ୍ରିଟିଶ ଅମଳର ଫାଣ୍ଡି, କମିବ ଅସାମାଜିକ କାର୍ଯ୍ୟକଳାପ

ଦାରିଙ୍ଗବାଡ଼ି,୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ଫାଣ୍ଡିକୁ ଖୋଲିବା ପାଇଁ କଥା ଦେଇ କଥା ରଖିଲେ କନ୍ଧମାଳ ଏସ୍‌ପି ହରିଶ ବିଶି। ଗାଁରେ ପୁଣି ଫେରିଛି ଶାନ୍ତି ଆଉ ବଢ଼ିଛି ପୋଲିସ ପ୍ରତି ଆତ୍ମବିଶ୍ୱାସ। ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ୪ ମାସ ଭିତରେ ଅର୍ଥାତ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ଫାଣ୍ଡିର ପୁନଃ ଶୁଭାରମ୍ଭ କରାଯିବ ବୋଲି କନ୍ଧମାଳ ଏସପି ହରିଶ ବିଶି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପ୍ରତିଶ୍ରୁତିର ସମୟସୀମା ପୂର୍ବରୁ କନ୍ଧମାଳ ପୋଲିସ ବୁଡ଼ାଗୁଡ଼ା ଫାଣ୍ଡିକୁ ଶୁଭ ଉଦ୍‌ଘାଟନ କରିଥିବା ଚର୍ଚ୍ଚା ଜୋର ଧରିଛି।

ପ୍ରକାଶ ଯେ, ବ୍ରିଟିଶ ଅମଳରୁ ବୁଡ଼ାଗୁଡ଼ାଠାରେ ଏକ ଫାଣ୍ଡି ପ୍ରତିଷ୍ଠା ହୋଇଥିଲା। ଏଥିରେ ଦାରିଙ୍ଗବାଡ଼ି,କୋଟଗଡ଼ ଏବଂ ବାଲିଗୁଡ଼ା ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ଉକ୍ତ ଫାଣ୍ଡି ଉପରେ ନିର୍ଭର କରୁଥିଲେ। ତେବେ ପୋଲିସ କର୍ମଚାରୀ ଅଭାବ ସାଙ୍ଗକୁ ଅଞ୍ଚଳରେ ମାଓବାଦୀ ଗତିବିଧି ବୃଦ୍ଧି ପାଇଥିଲା ଫାଣ୍ଡି ସମ୍ମୁଖରେ ବିଭିନ୍ନ ସମୟରେ ମାଓବାଦୀ ନାମରେ ପୋଷ୍ଟର ବ୍ୟାନର ଲାଗୁଥିବା ବେଳେ ପୋଲିସ ବାରାକ କିମ୍ବା ପୋଲିସ ବଳ ଉକ୍ତ ଫାଣ୍ଡି ଭିତରେ ସେହି ସମୟରେ କମ୍‌ ରହିଥିବାରୁ ଧିରେ ଧିରେ ଫାଣ୍ଡିଟିକୁ କୌଣସି କାରଣରୁ ବନ୍ଦ କରି ଦିଆଯାଇଥିଲା। ଗତ ୨୦୧୭ ରୁ ଏଥିରେ ତାଲା ଝୁଲିଥିଲା। ସେହିଦିନଠାରୁ ଅଞ୍ଚଳବାସୀ ପୁଣି ଏହି ଫାଣ୍ଡି ଖୋଲିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ କନ୍ଧମାଳ ପୋଲିସ ପକ୍ଷରୁ ନୂତନ ଫାଣ୍ଡି ନିର୍ମାଣ କରାଯାଇଥିଲେ ମଧ୍ୟ ଫାଣ୍ଡି ବିଧିବଧ ଭାବରେ ଆରମ୍ଭ ହୋଇ ନ ଥିଲା। ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବାରମ୍ବାର କନ୍ଧମାଳ ଏସ୍‌ପି, ବାଲିଗୁଡ଼ା ଏସ୍‌ଡିପିଓଙ୍କ ଦୃଷ୍ଟିକୁ ନେଇଥିଲେ। ଏବେ ଫାଣ୍ଡି ଖୋଲିବା ସହ ପୋଲିସର ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ଏବଂ ଜଣେ ପୋଲିସ ଅଫିସର ଓ ହୋମଗାର୍ଡମାନଙ୍କୁ ନିୟୋଜିତ କରାଯାଇଛି। ଫଳରେ ଅଞ୍ଚଳରେ କନ୍ଧମାଳ ପୋଲିସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇବା ସହ ଏହା ଖୋଲିବା ଦ୍ୱାରା ଅଞ୍ଚଳରେ ଖୋଲିବାଦିନଠାରୁ ଶାନ୍ତି ମିଳିଛି। ଉକ୍ତ ଅଞ୍ଚଳରେ ଫାଣ୍ଡି ବନ୍ଦ ଯୋଗୁ ଚୋରାମଦ କାରବାର ବୃଦ୍ଧି ସହ ଅସାମାଜିକ କାର୍ଯ୍ୟକଳାପ, ଚୋରି ଆଦି ବୃଦ୍ଧି ପାଇଥିଲା ବୋଲି ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?