ଉତ୍ସବମୁଖର ସହରୀ ସକାଳ

ଭୁବନେଶ୍ୱର, ୧୬।୧ (ବ୍ୟୁରୋ):ରାଜଧାନୀରେ ରବିବାର ଶୀତୁଆ ସକାଳକୁ ସତେଜ କରିଥିଲା ‘ପଥ ଉତ୍ସବ’। ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ନାଚ, ଗୀତ ସାଙ୍ଗକୁ ମନୋରଞ୍ଜନର ଭରପୂର ମଜା ଉଠାଇଥିଲେ। ଏଥର ପଥ ଉତ୍ସବ ପୁରୁଣା ଭୁବନେଶ୍ୱର ରଥରୋଡ୍‌ରେ ଅନୁଷ୍ଠିତ ହୋଇଥିଲା। ସକାଳ ୬ଟା ୩୦ରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଝୋଟି, ମୁରୁଜରେ ରାସ୍ତାଗୁଡିକ ଶୋଭା ପାଉଥିବାବେଳେ କୁନି କୁନି ପିଲାମାନେ ନିଜ ତୁଳୀରେ ବିଭିନ୍ନ ଚିତ୍ର ଆଙ୍କିଥିଲେ। ପ୍ରଥମକରି ପଥ ଉତ୍ସବରେ ଖାଦ୍ୟର ପସରା ମେଲିଥିଲା। ମିଲେଟ୍‌ ମିଟ୍‌ରୁ ପ୍ରସ୍ତୁତ ପିଠା ସହିତ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଷ୍ଟଲ ଖୋଲା ଯାଇଥିଲା। ଏଥିସହ ଜୁମ୍ବା ନୃତ୍ୟରେ ଝୁମିଥିଲେ ଦର୍ଶକ। ବିଭିନ୍ନ ଗୀତର ତାଳେ ତାଳେ ଯୁବପିଢି ନୃତ୍ୟ ପରିବେଷଣ କରିଥିଲେ। ଆଖପାଖ ଘରର ଛାତ ଉପରେ ରହି ଲୋକମାନେ ଉତ୍ସବର ମଜା ଉଠାଇଥିଲେ। ଓଡ଼ିଶୀରେ ‘ଅୟିଗିରି ନନ୍ଦୀନୀ’ଠାରୁ ଆରମ୍ଭ କରି ‘ପରଦେଶିଆ ରଜା’, ‘ଜେଡା ନସା’ ଭଳି ବିଭିନ୍ନ ଗୀତ ସାଙ୍ଗକୁ ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ। ସେହିପରି ବିଏମ୍‌ସି ପକ୍ଷରୁ ଡେଙ୍ଗୁ ରୋଗ ନେଇ ସଚେତନ କରିବା ସହ ଓଦା ଶୁଖିଲା ଅଳିଆକୁ ଅଲଗା ଅଲଗା କରି ସଫେଇବାଲାଙ୍କୁ ଦେବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଥିଲା।
ଭିନ୍ନକ୍ଷମ ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ।
ଆକର୍ଷଣ ସାଜିଲା କାନ୍ତାରା ବେଶ
କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ରୁ ପ୍ରୋତ୍ସାହିତ ହୋଇ ଜଣେ ବ୍ୟକ୍ତି ନିଜକୁ କାନ୍ତାରା ବେଶରେ ସଜାଇ ଲୋକଙ୍କୁ ଆମୋଦିତ କରିଥିଲେ। ଲୋକମାନେ ମଧ୍ୟ ତାଙ୍କ ସହ ସେଲ୍‌ଫି ଉଠାଇବା ସହ ନୃତ୍ୟ ପରିବେଷଣ କରିଥିଲେ। ତାଙ୍କର କଳା, ଅଙ୍ଗଭଙ୍ଗୀ ଲୋକଙ୍କୁ ଆକୃଷ୍ଟ କରିଥିଲା।

ଦେବଦେବୀ ରୂପରେ କୁନିକୁନି ପିଲା

ହେଲ୍ପମେଟ୍‌ ପକ୍ଷରୁ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ପିଲାମାନେ ବିଭିନ୍ନ ଦେବଦେବୀଙ୍କ ବେଶ ହୋଇ ହାତରେ ହକି ଷ୍ଟିକ୍‌ ଧରି ଉତ୍ସବରେ ପଦଯାତ୍ରା କରିଥିଲେ। ଏଥିସହ ହକି ବିଶ୍ୱକପ୍‌ରେ ଭାରତର ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅନୁଷ୍ଠାନର ସମ୍ପାଦିକା ନିବେଦିତା ଭଞ୍ଜ କହିଛନ୍ତି, ଭାରତୀୟ ଖେଳାଳିଙ୍କ ପରିଶ୍ରମ, ଚେଷ୍ଟା, ସଂକଳ୍ପ ଏବଂ ଆତ୍ମବିଶ୍ୱାସ ପାଇଁ ବିଶ୍ୱକପ୍‌ ଜିତିବାରେ ସଫଳ ହେବ। ହକି ଲାଗି ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏହା ଏକ ଭିନ୍ନ ପ୍ରୟାସ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri